OMG ! ହଠାତ ଦବିଲା ରାସ୍ତା, ଧସିଲା ବସ୍‌ ଓ କାର ଭିଡ଼ିଓ ଦେଖିଲେ ଛାତିଥରିଉଠିବ..ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

କିଏ ଖରାରେ ସିଝୁଛି, ତ ଆଉ କିଏ ବନ୍ୟାରେ ଉବୁଟୁବୁ। ମେଘାଳୟରେ ପ୍ରବଳ ବର୍ଷା ଯୋଗୁଁ ଦେଖା ଦେଇଛି ବନ୍ୟା ପରିସ୍ଥିତି।ମେଘାଳୟରେ ଏବେ ବନ୍ୟାର ତାଣ୍ଡବ। ଚାରିଆଡ଼େ କେବଳ ପାଣି ଆଉ ପାଣି ।କେବଳ ସେତିକି ନୁହେଁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଲୋକ ମାନେ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢି ବଢି ଚାଲିଛି।

ତେବେ ଏହି ସମୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ମେଘାଳୟରେ ଭୂସ୍ଖଳନ ଯୋଗୁଁ ସ୍ଥିତି ଏଭଳି ସଙ୍କଟାପୂର୍ଣ୍ଣ ହୋଇଛି ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଭିଡିଓ!

ରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ସେଥିରୁ ଅନୁମାନ କରି ହେଉଛି ପ୍ରକୃତି ଯେତେବେଳେ ତାଣ୍ଡବ ରଚାଏ ନିମିଷକ ମଧ୍ୟରେ ସବୁ କିଛି ଧ୍ଵଂସ କରିଦେଇ ପାରେ। ବର୍ତ୍ତମାନ ସମୟରେ ଭୂସ୍ଖଳନ ସମୟର ଏକ ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖି ନିଅନ୍ତୁ। ଭିଡିଓରେ ଦେଖିବାକୁ ମିଳୁଛି ଏକ ପାହାଡିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି। ଆଉ ତା ସହିତ ରାସ୍ତାରେ କିଛି ଯାନବାହନ ଯିବା ଆସିବା କରୁଛନ୍ତି।

କିନ୍ତୁ ହଠାତ ଭୂସ୍ଖଳନ ପାଇଁ ଗୋଟିଏ ଟ୍ରକ ମାଟି ତଳକୁ ଚାପି ହୋଇ ପଡୁଛି ତା ସହିତ ଏକ କାର ମଧ୍ୟ ମାଟି ତଳକୁ ଖସି ପଡି ଥିବାର ଦେଖିବା ପାଇଁ ମିଳୁଛି। ଘଟଣାଟି ଦେଖିବାକୁ ଖୁବ୍ ଭୟଙ୍କର ଲାଗୁଛି। ଏହି ଭୂସ୍ଖଳନ ସମୟର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓଟି ମେଘାଳୟର ବନ୍ୟା ପରିସ୍ଥିତିର ଚିତ୍ର ବୋଲି ବୋଲି ଜଣା ପଡିଛି। ମେଘାଳୟରେ ପ୍ରବଳ ବର୍ଷା ଯୋଗୁ ଦେଖା ଯାଇଛି ଏଭଳି ପରିସ୍ଥିତି। ଏଥି ସହିତ ଭୂସ୍ଖଳନ ଯୋଗୁଁ ସ୍ଥିତି ଆହୁରି ସଙ୍କଟାପର୍ଣ୍ଣ ହୋଇ ପଡିଛି।ଭୂସ୍ଖଳନ ଯୋଗୁଁ ଗୋଟିଏ ପାରିବାରରେ ଜଣେ ବ୍ୟକ୍ତିଙ୍କ ସହ ଗୋଟିଏ ଦୁଇ ବର୍ଷର ଶିଶୁ ମଧ୍ୟ ମାଟି ତଳେ ଚାପି ହୋଇ ଯାଇଛି ଏବଂ ସେମାନଙ୍କର ମୃତ୍ୟ ଘଟିଛି।

କେବଳ ଏତିକି ନୁହେଁ ଆସାମରେ ମଧ୍ୟ ବନ୍ୟାର ତାଣ୍ଡବ ଦେଖିବାକୁ ମିଳୁଛି। ଆସାମ ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ତର ବଢିବାରେ ଲାଗିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଖୁବ୍ ବଢ଼ି ଯାଇଛି।ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ପାଣି ଘେରରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।