sadhubani – ପିତୃ ପୁରୁଷଙ୍କ ଫଟୋ ଏଇଠି ରଖନ୍ତୁ ,ଧନର ଅଭାବ କେବେ ରହିବ ନାହିଁ ,ଜାଣନ୍ତୁ କେଉଁଠି ରଖିବେ …..

ଆପଣ ଙ୍କ ଘରର ମୃତ ବ୍ୟକ୍ତି ବା ପୂର୍ବପୁରୁଷମାନଙ୍କ ଫୋଟୋ କେଉଁ ସ୍ଥାନରେ ରହିଲେ ଆମ ପାଇଁ ଶୁଭ ହୋଇଥାଏ ବା ଆମକୁ ଧନ ପ୍ରାପ୍ତ ହୋଇଥାଏ ଆଉ କେଉଁ ସ୍ଥାନରେ ରଖିଲେ ଆମେ ତଳିତଳାନ୍ତ ହୋଇଯାଉ ଆମେ ସେ ବିଷୟରେ ଜାଣିବା।

ଆମେ ଜାଣିଛେ ଯେ ଆମ ପୂର୍ବପୁରୁଷ ମାନଙ୍କ କୃପା ଦୃଷ୍ଟି ଆମ ଉପରେ ଥାଏ ଆଉ ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ପୂର୍ବ ପୁରୁଷଙ୍କର ଫୋଟୋ ବା ମୃତ ବ୍ୟକ୍ତିଙ୍କର ଫୋଟୋ କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଆଉ କେଉଁ ଦିଗରେ ରଖିଲେ ଅଶୁଭ ହୋଇଥାଏ!

କେଉଁ ପ୍ରକାରରେ ରଖିଲେ ଶୁଭ ହୋଇଥାଏ ଆଉ କେଉଁ ପ୍ରକାରର ରଖିଲେ ଅଶୁଭ ହୋଇଥାଏ ଏହି ବିଷୟରେ ଆମେ ଆଜି ଆଲୋଚନା କରିବା।ପ୍ରଥମେତ ଘରର ମୃତ ବ୍ୟକ୍ତି ସେ ବାପା ହୁଅନ୍ତୁ ଜେଜେ ହୁଅନ୍ତୁ,ମା ହୁଅନ୍ତୁ,ଜେଜେମା ହୁଅନ୍ତୁ ବା ତାଙ୍କ ଅତୀତ ସେ ଯେକେହିବି ହୁଅନ୍ତୁ ସେମାନଙ୍କ ଫୋଟୋ କେବେବି ଘରର ପୁର୍ବ ଦିଗ କିମ୍ବା ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଐସାନ୍ୟ କୋଣରେ କେବେବି ରଖନ୍ତୁ ନାହିଁ।

ଏହାର ମୁଖ୍ୟ କାରଣ ହେଲା ଏହି ଦିଗ ଗୁଡିକରେ ଭଗବାନଙ୍କ ଫୋଟୋ ରଖାଯାଇ ଥାଏ ବା ମୂର୍ତ୍ତି ରଖିବାର ଦିଗ ଏହି ଦିଗରେ ଭଗବାନ ବାସ କରି ଥାଆନ୍ତି।ଏହି ଦିଗରେ ପୂର୍ବପୁରୁଷମାନଙ୍କ ଫୋଟୋ ବା ମୃତ୍ତକଙ୍କ ଫୋଟୋ ରଖିବା ଅନୁଚିତ।ଦକ୍ଷିଣ ଦିଗରେ ଯେଉଁ ଘର ଥିବ ସେ ଘରେ ଆପଣ ଫୋଟୋ ରଖି ପାରିବେ।ଆଉ ଯଦି ଆପଣଙ୍କ ପାଖରେ ଅଧିକ ବିକଳ୍ପ ନାହିଁ


ଅନେକ ଘର ନାହିଁ ତାହେଲେ ଆପଣ ସେ ଘରର ଦକ୍ଷିଣ କାନ୍ଥରେ ବା ଦକ୍ଷିଣ ଦିଗରେ ଆପଣ ମୃତ ବ୍ୟକ୍ତିଙ୍କ ଫୋଟୋ ବା ପୂର୍ବପୁରୁଷମାନଙ୍କ ଫୋଟୋ ଟାଙ୍ଗି ପାରିବେ।ଯଦି ଦକ୍ଷିଣ ଦିଗରେ କୌଣସି ଅସୁବିଧା ରହିଥାଏ ତାହେଲେ ଆପଣ ପଶ୍ଚିମ ଦିଗ ବା ଦକ୍ଷିଣ ପଶ୍ଚିମ ନୈରୁତ କୋଣରେ ଆପଣ ନିଜର ପୂର୍ବ ପୁରୁଷଙ୍କର ଫୋଟୋ ରଖି ପାରିବେ।

ଦକ୍ଷିଣ ଦିଗରେ ନିଜର ପୂର୍ବ ପୁରୁଷଙ୍କ ଫୋଟୋ ରଖିଲେ ଆମ ଉପରେ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।ଏହା ଦ୍ୱାରା ଆମେ ଆମ ଜୀବନରେ ଉନ୍ନତି କରିଥାଉ ଆଉ ଆମକୁ ଧନ ସମ୍ପତ୍ତି ଲାଭ ହୋଇଥାଏ।ମୃତ ବ୍ୟକ୍ତିଙ୍କ ଫୋଟୋ କେବେ ହେଲେ ଠାକୁର ଘରେ ବା ଠାକୁରଙ୍କ ପୂଜା ସ୍ଥାନରେ ରଖନ୍ତୁ ନାହିଁ।

ଆଉ ଆପଣ ଯେଉଁ ଚନ୍ଦନ ବା ତିଳକ ମୃତ ବ୍ୟକ୍ତିଙ୍କ ପୂଜା ସମୟରେ ଆପଣ ବ୍ୟବହାର କରୁଛନ୍ତି ବା ପୂର୍ବପୁରୁଷଙ୍କ କାର୍ଯ୍ୟରେ ଵ୍ୟଵହାର କରୁଛନ୍ତି ତାହେଲେ ଆପଣ ଦେବତା ମାନଙ୍କ କାର୍ଯ୍ୟରେ ତାକୁ ଲଗାନ୍ତୁ ନାହିଁ।ଆଉ ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଘରର ବହୁତ କ୍ଷତି ହୋଇଥାଏ,ଧନ ସମ୍ପତ୍ତି ହାନି ହୋଇଥାଏ ଆଉ ଘରେ କଳହ ସୃଷ୍ଟି ହୋଇଥାଏ।

ଆଉ ପୂର୍ବ ପୁରୁଷଙ୍କର ଫୋଟୋ ରୋଷେଇ ଘରେ ରଖନ୍ତୁ ନାହିଁ।ରୋଷେଇ ଘରେ ପୂର୍ବ ପୁରୁଷଙ୍କ ଫୋଟୋ ରଖିଲେ ଘରେ ଅଯଥା କଳି ସୃଷ୍ଟି ହୋଇଥାଏ।ଘରର ପ୍ରବେଶ ଦ୍ୱାରରେ ପୂର୍ବପୁରୁଷଙ୍କ ଫୋଟୋ ରଖନ୍ତୁ ନାହିଁ।ପୂର୍ବ ପୁରୁଷଙ୍କ ଫୋଟୋ ଶୋଇବା ଘର ଓ ଡାଇନିଙ୍ଗରେ ରଖନ୍ତୁ ନାହିଁ।ପୂର୍ବପୁରୁଷଙ୍କ ଫୋଟୋକୁ ଟାଙ୍ଗିକି ରଖିଲେ ତାଙ୍କର ସନ୍ନମାନ ହାନି ହୋଇଥାଏ ଓ ତାଙ୍କର ଆଶୀର୍ବାଦ ଆମକୁ ମିଳିନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ