ଧୋକାବାଜ୍ ପ୍ରେମିକ: ଶାରୀରିକ ସମ୍ପର୍କ ପରେ ଧୋକା, ମଜାନେଇ ଛାଡ଼ି ଚାଲିଗଲା ପ୍ରେମିକ।ଏବେ ଅନ୍ୟ ଝିଅ ସହ ଫେରାର ମୋ ପ୍ରେମିକ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଧୋକାଦେଲେ ଧୋକା ବାଜ୍ ପ୍ରେମିକ। ଭଲପାଇ ବିବାହର ପ୍ରତିଶ୍ରୁତି ଦେଇଥିଲେ। ସାତ ଜନ୍ମର ସାଥୀ ହୋଇ ରହିବାର କଥା ଦେଇଥିଲେ। ପ୍ରେମ କଲେ କଥା ଦେଲେ ଶାରିରୀକ ସମ୍ପର୍କ ମଧ୍ୟ ରଖିଲେ ଯେତେବେଳେ ମନ ଭରିଗଲା ସେତେବେଳେ ପ୍ରେମିକାଙ୍କୁ ଛାଡି ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରୁଛନ୍ତି ଧୋକା ବାଜ ପ୍ରେମିକ ଜଣକ। ପୁଣି ଥରେ ସମ୍ନାକୁ ଆସିଛି ପ୍ରେମ ଓ ପ୍ରତାରଣାର ଏକ କାହାଣୀ। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ତାପରେ ଧୋକା।

ଆନ୍ଧ୍ରରେ ଗଢ଼ି ଉଠିଥିଲା ଏମାନଙ୍କ ପ୍ରେମ କାହାଣୀ। ଏହାପରେ କଥା ଯାଇ ବିବାହ ଯାଏ ପହଞ୍ଚି ଥିଲା। ପ୍ରେମିକ ଜଣକ ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ। ଏହାପରେ ଯୁବତୀ ଗର୍ଭବତୀ ହୋଇଥିଲେ।

 ଗର୍ଭବତୀ ପ୍ରେମିକାକୁ ମନ୍ଦିରରେ ବିବାହ ମଧ୍ୟ କରିଥିଲେ ପ୍ରେମିକ। ଏହା ପରେ ପ୍ରେମିକାକୁ ବୁଝାଇ ସୁଝାଇ ଗର୍ଭପାତ କରାଇ ଥିଲେ। ଏବେ ପ୍ରେମିକାକୁ ଛାଡି ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ନ୍ୟାୟ ପାଇଁ ପ୍ରତାରିତ ପ୍ରେମିକା ପୋଲିସର ଦ୍ବାରସ୍ଥ ହୋଇଛନ୍ତି।

ତେବେ ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁର ରାକେଶ ବୌରାଗି। ରାକେଶ ଆନ୍ଧ୍ରପ୍ରଦେଶର ଏକ ସୁତା ମିଲ୍‌ରେ କାମ କରୁଥିଲେ।ସେଠାରେ କନ୍ଧମାଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ। ମିଲ୍‌ରେ ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା।

 ପରେ କଥାବାର୍ତ୍ତା ହେବା ପରେ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ଏହାପରେ ରାକେଶ ଯୁବତୀଙ୍କୁ ବିବାହ ପ୍ରତିଶ୍ରୃତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଯୁବତୀଙ୍କ ସହିତ ୫ ବର୍ଷ ଧରି ସମ୍ପର୍କ ରଖିବା ପରେ ଏବେ ଛାଡିଦେବା ପାଇଁ ବସିଛନ୍ତି ଧୋକାବାଜ ପ୍ରେମିକ ରାକେଶ।

ତେବେ ପ୍ରେମିକା ଗର୍ଭବତୀ ହୋଇଯିବା ପରେ ରାକେଶ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ରାକେଶ ତାଙ୍କ ଭଉଣୀଙ୍କ ସହ ମିଶି ଯୁବତୀକୁ ବୁଝାଇ ସୁଝାଇ ଗର୍ଭପାତ କରାଇଲେ। ଏହା ପରେ ଦୂରେଇ ଦେଲେ। ପ୍ରେମିକାଙ୍କୁ ତାଙ୍କ ଘରେ ଛାଡି ପରେ ତିଥି ଦେଖି ପୁଣି ଥରେ ଅନୁଷ୍ଠାନିକ ଭାବେ ବିବାହ କରିବାକୁ କହିଥିଲେ ରାକେଶ। ଏବେ ସେ ତାଙ୍କ କଥାରୁ ଓହରି ଯାଇଛନ୍ତି। ଯୁବତୀଙ୍କୁ ଛାଡି ଏବେ ଅନ୍ୟ ଆଡେ ବିବାହ କରିବାକୁ ଯାଉଛନ୍ତି ରାକେଶ।

ତେବେ ପ୍ରେମିକ ରାକେଶ ଅନ୍ୟତ୍ର ବିବାହ କରୁଥିବା ଖବର ପ୍ରେମିକା ପାଇବା ପରେ ରାକେଶଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚାହିଁଥିଲେ। ବାରମ୍ବାର ଫୋନ ମଧ୍ୟ କରିଥିଲେ। କିନ୍ତୁ ଧୋକାବାଜ୍ ପ୍ରେମିକ ରାକେଶଙ୍କ ସହିତ କୈାଣସି ପ୍ରକର ଯୋଗାଯୋଗ କରି ପାରି ନଥିଲେ ଯୁବତୀ। ଏହା ପରେ ଯୁବତୀ ଜଣକ ନ୍ୟାୟ ପାଇଁ କେନ୍ଦ୍ରାପଡା ପୋଲିସର ଦ୍ବାରସ୍ଥ ହୋଇଛନ୍ତି। ଏବଂ ଥାନରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଯୁବତୀ ଜଣକ ନ୍ୟାୟ ପାଉଛନ୍ତି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।