health tips – କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ, ଭଗନ୍ଦର ମୂଳରୁ ଶେଷ ହୋଇଯିବ |ଘରୋଇ ରାମବାଣ ଉପାୟ….

ଆଜିକାଲି ପ୍ରାୟ ଲୋକେ ଅର୍ଶ, ମଳକଣ୍ଟକ, ଭଗନ୍ଦର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଆପଣଙ୍କର ଯଦି ଅର୍ଶ ହୋଇଛି ବା ରକ୍ତ ପଡୁଛି, ଶୌଚ କରିବାରେ କଷ୍ଟ ହେଉଛି, ମଳ କଠିନ ରହୁଛି, ପେଟରେ ରୋଗ ରହୁଛି, କବଚ ଭଳି ସମସ୍ଯା ରହୁଛି, ଗ୍ଯାସ ହେଉଛି, କହିବାକୁ କିଛି ମନ ହେଉ ନାହି, ଖାଦ୍ୟ ପାଚନ ହେଉ ନାହି, ଖଟା ହେକୁଟି ହେଉଛି ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ରେମେଡି ନେଇ ଆସିଛୁ। ଯାହାକୁ ସେବନ କରି ଅର୍ଶ, ମଳକଣ୍ଟକ, ଭଗନ୍ଦର ଭଳି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ। ତେବେ ଆସନ୍ତୁ ସେହି ସବୁ ରେମିଡିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

୧.କଲରା ଜୁସ:-

ଯେଉଁମାନଙ୍କ ଅର୍ଶରେ ରକ୍ତ ପଡୁଛି ତେବେ ସେହି କ୍ଷେତ୍ରରେ କଲରାର ପ୍ରୟୋଗ କରିବେ ଏହା ଠିକ କରି ପାରିବେ । ଏଥିପାଇଁ ଏକ କଲରା ନେଇ ଏହାର ଚୋପା ଛଡାଇ ଦିଅନ୍ତୁ । କଞ୍ଚା କଲରା ନେଇ ଏହାକୁ ଛୋଟ ଖଣ୍ଡ କରି ଏହାର ରସ ବାହାର କରନ୍ତୁ । ଏକ ଚାମଚ କଲରା ରସ ସହ ଚିନୀ ମିଶାନ୍ତୁ । ସକାଳେ ଓ ରାତିରେ ଖାଲି ପେଟରେ ଏହାର ସେବନ କରିପାରିବେ ।

୨. ଲେମ୍ବୁ ରସ ଓ କ୍ଷୀର:-

ଲେମ୍ବୁ ରସ ପଟେ ପାଇଁ ବହୁତ୍ ଉପକାରୀ ହୋଇଥାଏ। ଯେଉଁ ମାନଙ୍କ ଅର୍ଶ ଠିକ୍ ହେଉ ନାହିଁ ସେମାନେ ଲେମ୍ବୁର ବ୍ୟବହାର କରି ପାରିବେ। ତେବେ ଏକ ଗ୍ଳାସ କ୍ଷୀର ନେଇ ଫାଳେ ଲେମ୍ବୁର ରସ ଦିଅନ୍ତୁ।କ୍ଷୀରରେ ଲେମ୍ବୁ ରସ ମିଶାଇବା ମାତ୍ରେ କ୍ଷୀର ଛିଡିବା ଆଗରୁ ତୁରନ୍ତ ଏହାର ସେବନ କରିବାକୁ କରନ୍ତୁ। ଅର୍ଶକୁ ଭଲ କରିବା ପାଇଁ ଏହା ଏକ ରାମବାଣ ସଦୃଶ।

 ୩. ଦହି:-

ଏକ କପ ଦହି ସହ ଜୁଆଣୀ ପାଉଡର ଆଡ କରନ୍ତୁ । ଏହା ପରେ କଳା ଲୁଣ ଆଡ କରି ଏହାର ସେବନ କରିପାରିବେ । ଏହାକୁ ସକାଳ ଏବଂ ରାତି ଖାଦ୍ୟ ଖାଇବା ପରେ ତୁରନ୍ତ ସେବନ କରିବାକୁ ହେବ।ଏହାର ସେବନ ଦ୍ଵାରା କବଚ ଭଳି ସମସ୍ଯା ଦୂର ହୋଇଥାଏ ।

୪. ଇଶବଗୋଲ ଓ କ୍ଷୀର:-

ଏକ ଗ୍ଲାସ୍ କ୍ଷୀର ଗରମ କରି ନିଅନ୍ତୁ।ଏକ ଚାମଚ ଇଶବଗୋଲ ଭୁଷି ନେଇ ଖାଆନ୍ତୁ ଏହା ପରେ ଏକ ଗ୍ଲାସ୍ କ୍ଷୀର ସେବନ କରନ୍ତୁ। ଏହାପରେ ଆପଣ କିଛି ବି ଖନ୍ତୁ ନାହିଁ। ଶୋଇବା ସମୟରେ ଏହା ସେବନ କରନ୍ତୁ। ଏହା ପାଚନ ପ୍ରକ୍ରିୟା ଠିକ୍ କରିବା ପାଇଁ ଏକ ଚମତ୍କାରି ଔଷଧ ଅଟେ।

୫. ଅମ୍ଲା ପାଉଡର:-

ଆମ୍ଲା ପାଉଡର ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ। ଏକ ଚାମଚ୍ ଆମ୍ଲା ପାଉଡର ଏକ ଗ୍ଲାସ୍ ଦହିରେ ମିଶାଇ ସକାଳ ଏବଂ ରାତି ଖାଲି ପେଟରେ ସେବନ କରନ୍ତୁ। ଏହା ରକ୍ତ ପଡ଼ିବାକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।