ପୋଲିସକୁ ମୁହାଁ ମୁହିଁ କଡା ଜବାବ ଦେଲେ ଯୁବତୀ କହିଲେ,ପୋଲିସ ଆମକୁ କହୁଛି ରାଗିଙ୍ଗ କରିଥିବା ପିଲାଙ୍କୁ ଖୋଜିବାକୁ ..ତା ହେଲେ ଆମକୁ ପୋଲିସ କର ..ତୁମେ ଘରେ ବସ Iଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା। ଝିଅ ପାଇଁ ନ୍ୟାୟ ଦାବିରେ ରାତିସାରା ଧାରଣା ଦେଲେ ଛାତ୍ର ଓ ଛାତ୍ରୀ। ୩ ସିନିୟରଙ୍କୁ ଗିରଫ କରିବା ପାଇଁ ଜୋର ଧରିଚି ଦାବି। ବିଜେବି କଲେଜ ମୁଖ୍ୟ ଫାଟକ ସାମ୍ନାରେ ରୁଚିକାଙ୍କ ମା’ ବାପା ଧାରଣା ଦେଇଛନ୍ତି।

ସୁଇସାଇଡାଲ୍ ନୋଟ୍ ରେ ଲେଖା ଥିବା ତିନି ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ମା’ । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ରୁଚିକାଙ୍କ ପରିବାର। ଏହାସହ କଲେଜ୍ କର୍ତ୍ତୃପକ୍ଷଙ୍କ ନିରବତାକୁ କଡ଼ା ନିନ୍ଦା କରିଛନ୍ତି ।

 ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ରୁଚିକାଙ୍କ ମା’ବାପା। ତାଙ୍କ ସହ ଧାରଣାରେ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି। ସେହିପରି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଶୋଭାଯାତ୍ରା କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ତରଫରୁ କୁହାଯାଇଛି ।

ଆଜି ଆସିବ ମୃତ ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଛାତ୍ରୀଙ୍କ ଭିସେରା SFSL କୁ ପରୀକ୍ଷା ପାଇଁ ପଠାଯିବ । ଶରୀରରେ ବିଷକ୍ରିୟା ଅଛି କି ନାହିଁ ଭିସେରା ରିପୋର୍ଟ ଆସିବା ପରେ ଜଣାପଡିବ । ଅନ୍ୟପକ୍ଷରେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ସେ ରହୁଥିବା ହଷ୍ଟେଲର ୨୦୧ ନମ୍ବର ରୁମରେ ତନାଘନା କରିଛି ପୋଲିସ । ଏହାସହ ରୁଚିକାଙ୍କ ରୁମମେଟ୍‌ ଓ ଓ୍ଵାର୍ଡେନଙ୍କୁ ପଚରାଉଚରା କରାଯାଇଛି । ହଷ୍ଟେଲର ୧୩୪ ଜଣ ସିନିଅର ଛାତ୍ରୀଙ୍କର ଆଇପିସିର ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଛି ।

ରୁଚିକା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ଡିସିପିଙ୍କ ପ୍ରେସମିଟ । । ରାଗିଂର ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବା ସେ କହିଛନ୍ତି l ରାଗିଂ ହେଇନହିଁ ବୋଲି କହିଛନ୍ତି ହଷ୍ଟେଲର ସାଙ୍ଗ ମାନେ । ପରିବାର ତରଫରୁ ମଧ୍ୟ କୌଣସି ପ୍ରମାଣ ମିଳିପାରୁ ନାହିଁ।

ଏହି ଘଟଣାକୁ ସମ୍ବେଦନର ସହିତ ପୋଲିସ୍‌ ଆଗକୁ ନେଉଛି । ଏବେବି ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ୩ଟି ତଦନ୍ତ ଟିମ ଗଠନ ହୋଇଛି । ରୁଚିକାଙ୍କ ସାଙ୍ଗ ମାନଙ୍କୁ ପଚରାଉଚରା ହୋଇଛି । ସାଇଣ୍ଟିଫିକ ଟିମ ଦ୍ୱାରା ମଧ୍ୟ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଛି ।

ରୁଚିକାଙ୍କ ଫୋନରୁ ସମସ୍ତ ଡାଟା ଅଣାଯାଉଛି । କିନ୍ତୁ ସଫଳତା ମିଳିପାରି ନାହିଁ । ସେଥି ପାଇଁ ତାଙ୍କ ମୋବାଇଲ୍‌କୁ ସିଙ୍ଗାପୁରକୁ ପଠାଯାଉଛି । ମନୋବିଜ୍ଞାନୀଙ୍କ ସହାୟତା ନିଆଯାଉଛି। ରାଗିଂ ନେଇ କୌଣସି ତଥ୍ୟ ସାମ୍ନାକୁ ଆସୁନାହିଁ ।

ଏହି ପ୍ରମାଣ ପାଇସାରିବା ପରେ ବିଜେବି କଲେଜ୍ ର କିଛି ଛାତ୍ର ଓ ଛାତ୍ରୀ ଆନ୍ଦୋଳନ କରିବାକୁ ଆସିଥିଲେ କିନ୍ତୁ ପୋଲିସ୍ ସେମାନଙ୍କୁ କହିଲେଣି ଯେ ତୁମେ ଯାଇ ରାଗିଂ କରିଥିବା 3 ଜଣ ସିନିୟର୍ କୁ ଧରିବା ପାଇଁ ଏଠି ଆସି ଗଣ୍ଡଗୋଳ ନ କରିବା ପାଇଁ କହିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।