ଆଜିର ଫ୍ୟାସନ ଦୁନିଆରେ ସମସ୍ତେ ସ୍ଲିମ ଟ୍ରିମ ଏବଂ ଆକର୍ଷିତ ଦେଖା ଯିବା ପାଇଁ ଚାହାଁନ୍ତି। କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହିଁ। ଲାଇଫ ଷ୍ଟାଇଲର ପରିବର୍ତ୍ତନ ସାଙ୍ଗକୁ ମୋଟପା ଏକ ସାଧାରଣ ରୋଗ ହେଇଗଲାଣି। ମୋଟା ନହେବା ପାଇଁ କଣ କରିବା ଆବଶ୍ୟକ ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ।
ବେଳେ ବେଳେ ମଣିଷ ଦରକାର ଠାରୁ ଅଧିକ ଖାଦ୍ୟ ଖାଇଥାଏ। ମଣିଷ ଶରୀର ପାଇଁ ଯେତିକି ମାତ୍ରାରେ ଖାଦ୍ୟର ଆବଶ୍ୟକତା ରହିଛି ଯଦି ମଣିଷ ତା ଠାରୁ ଅଧିକ ଖାଦ୍ୟ ଖାଇଥାଏ ତେବେ ସେହି ଖାଦ୍ୟ ମଣିଷର ଶରୀରରେ ଚର୍ବି ଆକାରରେ ଜମା ହୋଇ ଯାଇଥାଏ।
ସାଧାରଣତଃ ଏହି ଚର୍ବି ପେଟରେ ଅଧିକ ମାତ୍ରାରେ ଜମି ରହିଯାଏ। ଯାହାକୁ ଆମେ ବେଲିଫେଟ ବୋଲି କହିଥାଉ।ତେବେ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଡାଏଟ ଚାର୍ଟ ବିଷୟରେ ଜଣାଇବୁ ଯାହାକୁ ଅନୁସରଣ କରି ଆପଣ ଆପଣଙ୍କ ପେଟର ଚର୍ବିକୁ କଣ୍ଟ୍ରୋଲ କରି ପାରିବେ। ତେବେ ଆସନ୍ତୁ ସେହି ଡାଏଟ ଚାର୍ଟ ବିଷୟରେ କିଛି ଅଧିକ ତଥ୍ୟ ଜାଣିବା।
୧. ଯେଉଁମାନଙ୍କ ଶରୀରରେ ଅଧିକ ମାତ୍ରାରେ ଚର୍ବି ଜମି ରହିଛି। ସେମାନଙ୍କୁ ପେଟ କମେଇବା ପାଇଁ ପ୍ରତିଦିନ ୟୋଗ କରିବାର ଆବଶ୍ୟକତା ରହିଛି। ଏବଂ ଏମାନେ ସୂର୍ଯ୍ୟ ନମସ୍କାର କରିବା ନିହାତି ଜରୁରୀ। ଯଦି ଯୋଗ ଓ ସୂର୍ଯ୍ୟ ନମସ୍କାର କରୁନାହାନ୍ତି ତେବେ ପ୍ରତ୍ୟେକ ଦିନ ୩୦-୪୦ କିମି ନର୍ମାଲ ୱାକ କରିବା ଦରକାର।
ଖାଲି ପେଟରେ ଆପଣ କେବେ ଏକ୍ସାସାଇଜ କି ୱାକ କରନ୍ତୁ ନାହିଁ। ୱାକ କରିବାର ୨୦ ମିନିଟ ପୁର୍ବରୁ ଆପଣ ପ୍ରତିଦିନ ସକାଳେ ହାଲକା ନଖ ଉଷୁମ ପାଣିରେ ଗୋଟେ ଚାମଚ ମେଥି ନହେଲେ ଜିରା ନେଇ ପିଇ ପାରିବେ, ଗୋଟେ କଦଳୀ ନେଇ ପାରିବେ ବ୍ରେଡ ବଟର ନେଇ ପାରିବେ।
୨.ଦିନକୁ ୬ଟି ମିଲ୍ ନିଅନ୍ତୁ ଦରକାର ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଆଉ ରାତିର ଖାଇବା ଉପରେ କଣ୍ଟ୍ରୋଲ ରଖନ୍ତୁ। କିଛି ଲୋକ ରାତିରେ ବହୁତ ଖାଦ୍ୟ ଖାଇ ସୋଇଯାଆନ୍ତି ଯାହା ଫଳରେ ଖାଦ୍ୟ ଠିକରେ ହଜମ ହୋଇପାରେ ନାହିଁ ଓ ପେଟରେ ଚର୍ବି ଜମା ହୋଇ ଯାଇଥାଏ। ତେଣୁ ରାତି ଖାଇବା ସବୁ ବେଳେ ଲାଇଟ ରହିବା ଉଚିତ।
୩. ପ୍ରତି ଦିନ ସକାଳେ କିଛି ଫ୍ରୁଟ ଖାଆନ୍ତୁ। ଫାଷ୍ଟ ଫୁଡ୍ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟ ସମୟରେ ଆପଣ ଗ୍ରୀନ ଟି ଫ୍ରୁଟ ଇତ୍ୟାଦି ଖାଇପରିବେ। ଲଞ୍ଚରେ ଆପଣ ଭାତ ଓ ରୁଟି ଏକା ସହିତ ଖାଆନ୍ତୁ ନାହିଁ ଯଦି ଖାଉଛନ୍ତି ରୁଟି ଖାଆନ୍ତୁ ନହେଲେ ଭାତ ଖାଆନ୍ତୁ। ଫାଷ୍ଟ ଫୁଡ୍ ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ ଫଳରେ ଆପଣଙ୍କ ଡ଼ାଏଟ ଠିକ୍ ରହିପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।