shocking ଭିଡ଼ିଓ – ସ୍କୁଲରୁ ଫେରିଲାନି ନନ୍ଦିନୀ.. ବାଟରେ ଜଗିଥିଲା କାଳରୂପୀ ଟ୍ରକ୍..ଚାଲିଗଲା ଜୀବନ ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସଡକ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ଯେଉଁ ଭଳି ଭାବରେ ବଢି ବଢି ଚାଲିଛି ଦୁର୍ଘଟଣାର ହାର ସେଥିରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର। ଆଜି ପୁଣି ସେମିତି ଏକ ହୃଦୟ ବିଦାରକ ଘଟଣା ସମ୍ନାକୁ ଆସିଛି।
ନନ୍ଦିନୀ ଖୁବ୍ ଖୁସ ମିଯାଜର ଝିଅ। ରୂପ ଯେମିତି ପାଠ ମଧ୍ୟ ସେମିତି। କେଉଁ ଗୁଣରେ କମ୍ ନଥିଲା ନନ୍ଦିନୀ। ସବୁଦିନ ପରି ଆଜି ବି ସ୍କୁଲ ବାହାରି ଯାଇଥିଲା ନନ୍ଦିନୀ । ନବମରୁ ଦଶମକୁ ଏଇ ନିକଟରେ ଉତ୍ତୀର୍ଣ୍ଣ ହୋଇଛି । ଆଖିରେ ଆଖିଏ ସ୍ୱପ୍ନ, ଅଭିଳାଷାର ଅଳନ୍ଧି ଭିତରେ ସାଇକେଲ ଧରି ବାହାରି ପଡିଥିଲା ପାଠ ପଢିବା ପାଇଁ।
ହେଲେ କିଏ ଜାଣିଥିଲା ଘରୁ ହସ ଖୁସିରେ ବାହାରି ଯାଇଥିବା ଝିଅଟି ଆଉ ଘରକୁ ଫେରିବ ନାହିଁ। ସେପଟେ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ପରିବାର ଲୋକେ ଚାତକ ଭଳି ଚାହିଁ ରହିଥିଲେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ ଆଉ ଫେରିବନି ଏ କଥା କାହାକୁ ଜଣା ନଥିଲା ।
କାଳର କରାଳ ଗତି କେଇଟି ଘଣ୍ଟା ଭିତରେ ସବୁ କିଛି ଓଲଟ ପାଲଟ କରିଦେଲା। ନନ୍ଦିନୀ ଫେରିବା ବାଟରେ ଜଗି ରହିଥିଲା କାଳରୂପୀ ଟ୍ରକ । ନନ୍ଦିନୀ ଘରକୁ ଫେରୁଥିବାବେଳେ ନିମାପଡ଼ା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ନନ୍ଦିନୀ ଚେତାଶୂନ୍ୟ ହୋଇପଡିଥିଲା।
ସ୍ଥାନୀୟ ଲୋକ ନନ୍ଦିନୀକୁ ଗୁରୁତର ଭାବେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଦେଇଥିଲେ । ସେପଟେ କ୍ୟାପିଟାଲ ହସ୍ପିଟାଲରେ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ।
ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ନିମାପଡ଼ା ଥାନା ଡେଣୁଅଁବସ୍ତ ଗ୍ରାମରେ । ଡେଣୁଅଁବସ୍ତ ଗ୍ରାମର ଆର୍ତ୍ତତ୍ରାଣ ବେହେରାଙ୍କ ଝିଅ ନନ୍ଦିନୀ ବେହେରା ସ୍ଥାନୀୟ ଡେଣୁଅଁ ହାଇସ୍କୁଲରେ ପାଠପଢୁଥିଲେ । ସ୍କୁଲ ଖୋଲିବା ପରେ ପ୍ରତିଦିନ ନନ୍ଦିନୀ ସକାଳୁ ସାଇକେଲ ଧରି ସ୍କୁଲ ଧାଇଁଯାଏ । ଆଜି ମଧ୍ୟ ସକାଳୁ ନିତ୍ୟକର୍ମ ସାରି ସ୍କୁଲ ବାହାରି ବାହାରିପଡିଥିଲା ନନ୍ଦିନୀ। କିନ୍ତୁ ସ୍କୁଲରୁ ଫେରିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।
ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଦେଇଛି । ସଭିଙ୍କ ଆଗରେ ନାଚି ଖେଳିଥିବା ଚୁଲବୁଲି ନନ୍ଦିନୀର ମୃତ୍ୟୁ ଖବରକୁ ଗ୍ରହଣ କରିପାରୁ ନାହାଁନ୍ତି ଗ୍ରାମବାସୀ । ୧୫ ବର୍ଷ ବସୟର ଝିଅର ବିୟୋଗରେ ଭାଙ୍ଗି ପଡିଛନ୍ତି ବାପା-ମାଆ ।
ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକେ ନିମାପଡ଼ା-ବନମାଳିପୁର ରାସ୍ତାକୁ ବନ୍ଦ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।