Exclusive Video-ସପ୍ତାହ ଭିତରେ ମୋର ଆଉ ଟୁଙ୍ଗୁରୁ ଭୋଳର ଡିଏନଏ ଟେଷ୍ଟ କରନ୍ତୁ ..ଜଣାପଡିବ ସମ୍ପର୍କ ଅଛି କି ନାହଁ :ବର୍ଷା ଭୋଳ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବର୍ତ୍ତମାନ ସମୟରେ ସାରା ରାଜ୍ୟ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ଚହଳ ପଡିଛି। ସବୁଠି କେବଳ ସେହି ଗୋଟିଏ ଚର୍ଚ୍ଚା। ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ଭୋଳ ନାମକ ଜଣେ ଅଟୋ ଡ୍ରାଇଭର ନିଜ ଠାରୁ ବୟସରେ ଯଥେଷ୍ଟ ବଡ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିଥିବା ଅଭିଯୋଗ ହେବା ପରେ ଖୁବ୍ ଚର୍ଚ୍ଚାରେ ରହିଛି ଏମାନଙ୍କର ପ୍ରେମ କାହାଣୀ।

ତେବେ କିଛି ଦିନ ପୂର୍ବରୁ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ।

ଏହା ପରେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ଭୋଳ ଗଣ ମାଧ୍ୟମ ସାମ୍ନାକୁ ଆସିଥିଲେ ଆଉ ବର୍ଷା କରିଥିବା ଅଭିଯୋଗ ସବୁ ମିଛ ବୋଲି କହିଥିଲେ। ବର୍ଷା ତାଙ୍କୁ ଫସେଇବା ପାଇଁ ଚାହୁଁଛନ୍ତି ବୋଲି ବର୍ଷାଙ୍କ ନାରେ ପାଲଟା ଅଭିଯୋଗ କରିଥିଲେ ଟୁଙ୍ଗୁରୁ ଭୋଳ।

ବର୍ଷାଙ୍କ ସହିତ ସମ୍ପର୍କ ରହିଛି ବୋଲି କହିଥିଲେ ଟୁଙ୍ଗୁରୁ ହେଲେ ତାଙ୍କ ସହ ଶାରିରୀକ ସମ୍ପର୍କ ନାହିଁ ବୋଲି ଟୁଙ୍ଗୁରୁ କହିଥିଲେ। ଆଉ ଏହାପରେ ସୋସିଆଲ ମିଡିଆରେ ଏମାନଙ୍କୁ ନେଇ ଚର୍ଚ୍ଚା ଉପରେ ଚର୍ଚ୍ଚା ଚାଲିଛି। ଏମାନଙ୍କ ପ୍ରେମ କାହାଣୀକୁ ନେଇ ଗୀତ ମଧ୍ୟ ତିଆରି କରାଯାଉଛି ଏଥି ସହିତ ଟୁଙ୍ଗୁରୁ ଓ ବର୍ଷା ଆଲବମରେ ମଧ୍ୟ ନଜର ଆସିଛନ୍ତି।


ତେବେ ଏ ନେଇ ବର୍ଷା ପୁଣି ଥରେ ଗଣ ମାଧ୍ୟମ ସାମ୍ନାରେ କିଛି କହିଛନ୍ତି। ବର୍ଷା କହିଛନ୍ତି ସପ୍ତାହ ଭିତରେ ମୋର ଆଉ ଟୁଙ୍ଗୁରୁ ଭୋଳ ଙ୍କ ଡି ଏନ୍ ଏ ଟେଷ୍ଟ କରାଯାଉ ଜଣା ପଡ଼ିବ ସମ୍ପର୍କ ରଖିଥିଲେ କି ନାହିଁ। ବର୍ଷା ଆଉ ଟୁଙ୍ଗୁରୁ ଭୋଳ ଏବେ ମଧ୍ୟ ଫୋନ ରେ କଥା ହେଉଛନ୍ତି।

ଯାହାର ଏକ କଲ୍ ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରୁ ଜାଣିବାକୁ ମିଳୁଛି କି ଟୁଙ୍ଗୁରୁ ଭୋଳ କ୍ୟାମେରା ସାମ୍ନାରେ ଗୋଟିଏ କଥା କହୁଛନ୍ତି ଆଉ କ୍ୟାମେରା ପଛରେ ଆଉ ଗୋଟିଏ କଥା କହୁଛନ୍ତି। କ୍ୟାମେରା ସାମ୍ନାରେ ସେ ବର୍ଷାଙ୍କ ସହ କିଛି ସମ୍ପର୍କ ନ ଥିବା କହିଥିବା ବେଳେ କ୍ୟାମେରା ପଛରେ ସେ ବର୍ଷାଙ୍କୁ ବିବାହ କରି ବୋହୂ କରି ନେବେ ବୋଲି କହୁଛନ୍ତି।

ବର୍ଷା ନିଜେ ଏ ସବୁ କୁ ଗଣ ମାଧ୍ୟମ ସାମ୍ନାକୁ ଆଣିଥିଲେ।ଯାହା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ତେବେ ଆଗକୁ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।