ସ୍ବାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି ସ୍ତ୍ରୀ। ଘରେ କବାଟ ବନ୍ଦ କରି କୁରୁଛତ୍ର ମାଡ। ଜୀବନ ବିକଳରେ ଗୋଡ଼ ତଳେ ପଡ଼ି ଛାଡି ଦେବାକୁ ଅନୁରୋଧ କରୁଛନ୍ତି ସ୍ବାମୀ। ବାପାଙ୍କୁ ମାଡ ଦେଖି ପୁଅ ଥରହର।। ମାର ଏଭଳି ଉଗ୍ର ରୂପ ଦେଖିବା ପରେ ପୁଅ ଛାନିଆ।
ଆପଣ ନିଶ୍ଚୟ ଭାବେ ଅନେକ ସମୟରେ ଘରୋଇ ହିଂସାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଦେଖିଥିବେ। କିନ୍ତୁ ଆଜି ଆମେ ଯେଉଁ ଚିତ୍ର ଆପଣଙ୍କୁ ଦେଖାଇବି ହୁଏତ ଆପଣ କେବେବି ଏଭଳି ଦୃଶ୍ୟ ଦେଖି।ନଥିବେ। ଆପଣ ଦେଖୁଥିବେ ଯେ ଘରୋଇ ହିଂସାକୁ ନେଇ କେଉଁ ଭଳି ଭାବରେ ଜଣେ ମହିଳାଟିଏ ଅତ୍ୟାଚାରିତା ହୋଇଥାଏ।
କିନ୍ତୁ ଏଠାରେ ମହିଳା ନୁହଁନ୍ତି ଜଣେ ସ୍ବାମୀ ଏଭଳି ଭାବରେ ଅତ୍ୟାଚାରିତ ହେଉଛନ୍ତି ଯାହା ଆପଣଙ୍କ ଚିନ୍ତା ବାହାରେ। ଘର ଭିତରେ ସ୍ବାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି ସ୍ତ୍ରୀ। ଏଭଳି ଦୃଶ୍ୟ ଆପଣଙ୍କୁ ନିଶ୍ଚତ ଭାବରେ ଚକିତ କରିବ।
ତେବେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ରାଜସ୍ଥାନର ଏକ ସହରରେ ଦେଖିବାକୁ ମିଳିଛି। ଘର ଭିତରେ ଅତି ନୃଶଂସ ଭାବେ ସ୍ତ୍ରୀ ତା ସ୍ବାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଚାଲିଛି। ମାଡ ଖାଇ ଚାଲିଥିବା ଏହି ଯୁବକଙ୍କ ନାଁ ହେଉଛି ଅଜିତ୍ ଯାଦବ ତାଙ୍କ ବୟସ ୩୨ ବର୍ଷ। ହରିଆନାର ଏକ ଯୁବତୀକୁ ପ୍ରେମ୍ ବିବାହ କରିଥିଲେ ଅଜିତ୍। ଯୁବତୀଙ୍କ ନାଁ ହେଉଛି ସୁମନ। ଉଭୟ ଏକାଠି ରହୁଥିଲେ କିଛି ବର୍ଷ ତଳେ ବିବାହ କରିଥିଲେ ସେମାନଙ୍କର ୬ ବର୍ଷର ଏକ ପୁଅ ମଧ୍ୟ ରହିଛି।
ତେବେ ବର୍ଷେ ହେବ ସୁମନ୍ ଅଜିତଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଭିଡିଓରେ ମାଡ ଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ କଲେଜର ଅଧକ୍ଷ। ଅଜିତ୍ କଲେଜରୁ ଘରକୁ ଫେରିବା ପରେ ସୁମନ କେତେବେଳେ ତାଙ୍କ ଡ୍ରେସ୍ ଛିଡି ଦିଏ ତ ଆଉ କେତେବେଳେ ବିନା କାରଣରେ ପିଟିବା ଆରମ୍ଭ କରିଦିଏ। ବର୍ଷ ବର୍ଷ ଧରି ଏପରି ନିର୍ଯାତନାର ଶିକାର ହେବା ସହ ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି ସ୍ବାମୀ।
ଯେହେତୁ ନିଜ ଘର କଥା ଏହାକୁ ବାହାରକୁ ଆଣିବାକୁ ଚାହୁଁ ନଥିଲେ ସ୍ବାମୀ କିନ୍ତୁ ସ୍ତ୍ରୀଙ୍କ ଅତ୍ୟାଚାର ଏତେ ବଢି ଯାଇଥିଲାଯେ ଅଜିତ୍ ବାଧ୍ୟ ହୋଇ ପଡିଲେ ଆଇନର ଆଶ୍ରୟ ନେବା ପାଇଁ। ଅଜିତ୍ ସ୍ତ୍ରୀର ସତକୁ ସାମ୍ନାକୁ ଆଣିବା ପାଇଁ ଘରେ ଏକ ସିସି ଟିଭି କ୍ୟାମେରା ଲଗାଇଥିଲେ।
ଏହି ସିସି ଟିଭି ଫୁଟେଜ ଧରି ସ୍ବାମୀ ଏବେ ଥାନାରେ ହାଜିର୍ ହୋଇଛନ୍ତି। ଏମିତିକା ଘଟଣା କହିବା ସମୟରେ କାନ୍ଦି ପକାଇଥିଲେ ସ୍ବାମୀ। ଏ ନେଇ ମାମଲା ରୁଜୁ ହେବା ପରେ କୋର୍ଟ ଏହାକୁ ଗୁରୁତ୍ବ ସହିତ ନେଇଛି। ସଂପୃକ୍ତ ଯୁବକଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ବାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।