OMG ! ପ୍ରେମର ମହାମିଳନ ନିଖୋଜ ସ୍ତ୍ରୀ କୁ ପାଖରେ ପାଇ କୁଣ୍ଢେଇ ଧରିଲେ ସ୍ୱାମୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ନିଖୋଜ ହୋଇଥିବା ସ୍ତ୍ରୀକୁ ଫେରି ପାଇଲେ ସ୍ବାମୀ ରାହୁଲ। ଦିନେ ଧନ ଛାଡି ଚାଲିଯାଇଥିଲା ବୋଲି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁ ନଥିଲା। ଆଜି ସେଇ ଆଖିରେ ପୁଣି ଲୁହ । ଏ ଲୁହ କିନ୍ତୁ ଖୁସିର। କାରଣ ଧନ ଫେରିଆସିଛି। ପତ୍ନୀଙ୍କୁ ପାଇ ବେଶ୍ ଖୁସି ସ୍ବାମୀ। ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ପାଇ ଖୁସିରେ ଦୌଡି ଯାଇ ଆଲିଙ୍ଗନ କରିଦେଉଛନ୍ତି। ମିଳନର ଏ ଖୁସି ଦେଖିବାକୁ ମିଳିଛି ଭଦ୍ରକ ଧୂସୁରିରୁ।

ଗତ କିଛି ଦିନ ତଳେ ଭଦ୍ରକ ଧୂସୁରିର ରାହୁଲଙ୍କ ପାଖରୁ ପତ୍ନୀ ଛାଡି ଚାଲିଯିବାର ଖବର ପ୍ରକାଶ ପାଇଥିଲା। ରାହୁଲଙ୍କର ବିକଳ ହୋଇ କାନ୍ଦିବାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେଉଥିଲା।ସ୍ତ୍ରୀ ହରପ୍ରିୟା କଲେଜରୁ ବାହାରି ଏକ କାରରେ ବସି ତାଙ୍କ ଆଖି ସାମ୍ନାରେ ଫେରାର ହୋଇ ଯାଇଥିଲେ।

ତାପରେ ସ୍ବାମୀ ରାହୁଲ ସ୍ତ୍ରୀ ହରପ୍ରିୟାଙ୍କ ଫୋଟକୁ ଧରି ପାଗଳ ହୋଇ ବାହୁନି କାନ୍ଦୁଥିଲେ ଆଉ କହିଥିଲେ ତୁ କୋଉଠି ଅଛୁ ଧନ ଫେରିଆ। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ରାହୁଲଙ୍କ ପରିବାର ଲୋକେ।ତେବେ ପରିବାର ଲୋକେ ତାଙ୍କ ବୋହୂ ଏବଂ ରାହୁଲ ତାଙ୍କ ସ୍ତ୍ରୀର ଫେରିବା ବାଟକୁ ଚାହିଁ ରହିଥିଲେ।

ତେବେ ସୋମବାର ନିଖୋଜ ସ୍ତ୍ରୀ ମିଳିଛନ୍ତି । ବାଲେଶ୍ବର ଅଣ୍ଡରାଇ ସ୍ଥିତ ଜଗନ୍ନାଥ ମନ୍ଦିରରୁ ତାଙ୍କୁ ଉଦ୍ଧାର କରିଛନ୍ତି ରାହୁଲ ଓ ତାଙ୍କ ସମ୍ପର୍କୀୟମାନେ।ପତ୍ନୀ ମିଳିବା ପରେ ଅପହରଣ ଘଟଣା ଉପରୁ ପରଦା ହଟିଛି। ସେଦିନ ପରୀକ୍ଷା ସରିବା ପରେ କଲେଜ ବାହାରୁ ସ୍ବାମୀଙ୍କ ପାଖକୁ ନେବାକୁ କହି କିଛି ଲୋକ ତାଙ୍କୁ ଅଚେତ କରି ଅପହରଣ କରିନେଇଥିଲେ।

 ହୋସ୍ ଆସିବା ପରେ ସେ ତାଙ୍କ ମାମୁଁଘରେ ପହଞ୍ଚିଥିଲେ। ସଠାରେ କିଛି ଦିନ ରହିବା ପରେ ତାଙ୍କ ମାମୁଁଘର ଲୋକେ ଆଜି ତାଙ୍କୁ ଅଣ୍ଡରାଇ ସ୍ଥିତ ଜଗନ୍ନାଥ ମନ୍ଦିରକୁ ନେବା ବେଳେ ଖବର ପାଇ ସେଠାରେ ଆଗରୁ ଲୁଚି ରହିଥିଲେ ରାହୁଲ ଏବଂ ତାଙ୍କ ସମ୍ପର୍କୀୟମାନେ। ରାହୁଲଙ୍କୁ ଦେଖିବା ମାତ୍ରେ ତାଙ୍କ ପତ୍ନୀ ଦୌଡି ପଳାଇ ଆସିଥିଲେ ଏହାପରେ ମିଳନ ଓ ଉଦ୍ଧାର।

ତେବେ ନିଖୋଜ ସ୍ତ୍ରୀ ହରପ୍ରିୟା ତାଙ୍କ ସ୍ବାମୀଙ୍କ ପାଖକୁ ଫେରି ବେଶ୍ ଖୁସି ଥିବାର କହିଛନ୍ତି। ସ୍ବାମୀ ରାହୁଲ୍ ମଧ୍ୟ ତାଙ୍କ ପ୍ରେମକୁ ଫେରି ପାଇ ବେଶ୍ ଖୁସି ଥିବାର କହିଛନ୍ତି।ମୋ ସ୍ତ୍ରୀକୁ କରାଯାଇଥିଲା ଅପହରଣ। ମୋ ସ୍ତ୍ରୀର ମାମୁଁ ମାଇଁ ଆଜି ତାକୁ ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ଅନ୍ୟତ୍ର ବିବାହ ପାଇଁ ଆଣିଥିଲେ ମୋ ସ୍ତ୍ରୀ ମତେ ଜଣେଇବାପରେ ମୁଁ ପହଞ୍ଚି ଥିଲି ମନ୍ଦିରରେ।

ଆଉ ମୋ ସ୍ତ୍ରୀ ମତେ ଦେଖିଲା ପରେ ଦୋଉଡି ପଳାଇ ଆସିଲା ମୁଁ ମୋ ପ୍ରେମକୁ ଫେରି ପାଇ ବହୁତ ଖୁସି । ଧନଠୁ ଅଲଗା ହୋଇ ଦୁଃଖରେ ଥିବା ରାହୁଲଙ୍କ ମୁହଁରେ ଶେଷରେ ହସ ଫୁଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।