ହେ ଭଗବାନ…ଯୌତୁକ ପାଇଁ ଶାଶୁଘର ଲୋକେ,୮ ମାସର ଗର୍ଭବତୀ ମହିଳା ଙ୍କୁ କଲେ ହତ୍ୟା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବର୍ବରତାର ସବୁ ସୀମା ହେଲା ପାର। ପୁଣି ଯୌତୁକ ନିର୍ଯ୍ୟାତନାର ଶିକାର ହେଲେ ଜଣେ ବଧୂ। ହତ୍ୟା କରିବା ପରେ ଦିଆ ଯାଇଥିଲା ଆତ୍ମହତ୍ୟାର ରୂପ।ଅଭିଯୋଗ ଯେତିକି ସାଧାରଣର ସେତିକି ସାଙ୍ଘାତିକ। ଯୌତୁକ ଯୁଇରେ ଜଳିଗଲା ଆଉ ଜଣେ ବୋହୂ। କିନ୍ତୁ ଏଥର ଯେଉଁ ଘଟଣା ଘଟିଛି ତାହା ଖୁବ୍ ହୃଦୟ ବିଦାରକ ଏଭଳି ଘଟଣା ଯାହା ଆପଣଙ୍କ ହୃଦୟକୁ ଥାରାଇ ଦେବ। ବଧୂ ସହ ଗର୍ଭରେ ଥିବା ଶିଶୁବି ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଆଖି ବୁଜି ଆର ପାରିକୁ ଚାଲି ଯାଇଛି। ଦୁନିଆକୁ ଆସିବା ପୂର୍ବରୁ ସେ ବି ତା ମା ସହ ବିଦାୟ ନେଇଛି।

ଶାଶୁ ଘର ଲୋକଙ୍କ ଏହି ବର୍ବରତା ସବୁ ସୀମାକୁ ପାର କରି ଯାଇଛି। ଯୌତୁକ ଲୋଭରେ ପଡ଼ି ହତ୍ୟା କରିବାକୁ ପଛାଇ ଯାଇ ନାହାଁନ୍ତି ୮ ମାସର ଗର୍ଭବତୀ ବୋହୂକୁ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବେନ୍ତପୁର ଥାନାରୁ ଆସିଛି ଏଭଳି ଅଭିଯୋଗ।

 ୮ ମାସର ଗର୍ଭବତୀ ବୋହୂକୁ ହତ୍ୟା କରିବା ପରେ ରସି ଲଗାଇ ତାହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ଶାଶୁ ଘର ଲୋକ। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଝିଅର ବାପ ଘର ଲୋକେ।

ଖବର ପାଇବା ପରେ ସଦର ଥାନାର ଏକ ଟିମ୍ ସେଠାରେ ଯାଇ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତକୁ ସୁଦୃଢ କରିବା ପାଇଁ ମାଜିଷ୍ଟର ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ପୋଲିସ ଘଟଣସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମୋବାଇଲ ଏବଂ ଗୋଟେ ଚିଠି ଜବତ କରିଛି।

କିନ୍ତୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଶାଶୁ ଘର ଲୋକେ। ସେମାନଙ୍କ କହିବା ଅନୁଯାୟୀ ବୋହୂ ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ଆତ୍ମହତ୍ୟା କରିଛି। ତେବେ ମହିଳାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।

ତେବେ ମୃତ ମହିଳାଙ୍କର ଦୁଇ ବର୍ଷ ତଳେ ବିବାହ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବିବାହ ସମୟରେ ସୁନା ଓ ୩ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦିଆ ଯାଇଥିଲା। କିନ୍ତୁ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ପାଇଁ ବିଭିନ୍ନ ସମୟରେ ବୋହୂକୁ ମାନସିକ ଓ ଶାରିରୀକ ନିର୍ଯାତନା କୁଆଡେ ଶାଶୁ ଘର ଲୋକେ ଦେଉଥିଲେ।

ପରବର୍ତ୍ତୀ ସମୟରେ ବୋହୂକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଶାଶୁ ଘର ଲୋକେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରୁ ବୋହୂ ଆତ୍ମହତ୍ୟା କରିଥିବାର କହିଛନ୍ତି। ତେବେ ଅଧିକ ତଦନ୍ତ ପରେ ଜଣାପଡ଼ିବ ଘଟଣାଟି ହତ୍ୟା ନା ଆତ୍ମହତ୍ୟା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।