New Twist – ସେ ମତେ i love you କହେ ମୁଁ ମନାକରୁଥିଲି ବର୍ଷା ମତେ ଟାଣିନେଲା ସମ୍ପର୍କ ରଖିବା ପାଇଁ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀରେ ଆସିଲା ନୂଆ ମୋଡ଼।ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ପ୍ରେମିକ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ଅଭିଯୋଗକୁ ମିଛ ବୋଲି କହିବା ପରେ ବଢ଼ି ଚାଲିଛି ଚର୍ଚ୍ଚା।

ତେବେ ସୂଚନା ମୁତାବକ ବର୍ଷା ନାମକ ଏକ ବିବାହିତ ମହିଳା ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ଅଟୋ ଡ୍ରାଇଭର ଟୁଙ୍ଗୁରୁଙ୍କୁ ବାହା ହେବା ପାଇଁ ଭରତପୁର ଥାନାରେ ଜିଦ୍ ଧରିଥିଲେ ଜଣେ ମହିଳା । ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ।

 ଏମିତିକି ଟୁଙ୍ଗୁରୁ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଥିବାର ମଧ୍ୟ କହିଥିଲେ ବର୍ଷା ଏହାକୁ ନେଇ ୨ ଦିନ କାଳ ଥାନରେ ବସି ରହିଥିଲେ ମହିଳା ଓ ଯେକୌଣସି ପରିସ୍ଥିତିରେ ସେ ଟୁଙ୍ଗୁରୁ ଭୋଳଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଥିଲେ।

ତେବେ ଏହି ଘଟଣା ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ । ତାଙ୍କ କହିବା ମୁତାବକ କରୋନା ସମୟରେ ଏମ୍ସ ମେଡିକାଲ ନେଇ ଯାଉଥିବା ବେଳେ ବର୍ଷା ନାମକ ଜଣେ ବିବାହିତା ମହିଳାଙ୍କ ସହ ମୋର ଦେଖା ହୋଇ ଥିଲା ।

 ପରେ ମୋ ଫୋନ୍ ନମ୍ବର ନେଇ ମୋତେ ଅନେକ ଥର ଭଡ଼ାରେ ଯିବାକୁ ଡାକିଥିଲେ। ମୋବାଇଲରେ ସେଲଫି ନେଇ ମୋତେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ ବର୍ଷା । ମୁଁ ବର୍ଷାଙ୍କ ମଥାରେ ସିନ୍ଦୁର ପିନ୍ଧାଇନି କି ତାଙ୍କ ସହ ମୋର କୌଣସି ଶାରୀରିକ ସମ୍ପର୍କ ନାହିଁ ।

ଟୁଙ୍ଗୁରୁ ବର୍ଷାଙ୍କୁ ଭଲ ପାଉନଥିଲେ ବରଂ ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିବା କଥା କହିଛନ୍ତି ଟୁଙ୍ଗୁରୁ କହିଛନ୍ତି ଆଉ ବର୍ଷା ହିଁ ତାଙ୍କୁ ସବୁବେଳେ ଆଇ ଲଭ୍ ୟୁ କହୁଥିଲେ। ଆଉ ଏହା ପେରେ ବର୍ଷା ଭୋଳ ବାଧ୍ୟ କରୁଥିଲେ କୋର୍ଟରେ ବିବାହ କରିବା ପାଇଁ।

କିନ୍ତୁ ଟୁଙ୍ଗୁରୁ ତାଙ୍କୁ କହିଥଲେ ମୁଁ ଜଣେ ଓ ଡ଼୍ରାଇଭର ମୁଁ ତତେ କେମିତି ରଖିବି ତା ଛଡ଼ା ତୋର ସ୍ବାମୀ ଦୁଇ ପିଲା ଓ ପରିବାର ରହିଛି ମୁଁ ତୁମକୁ ବାହା ହେଇ ପାରିବିନି। ଏମିତିକି ବର୍ଷା ତାଙ୍କୁ ନିଜ ଘରକୁ ଖାଇବା ପାଇଁ ଡାକୁଥିଲେ।

ଆଉ ତାଙ୍କ ଘରକୁ ଯାଇଥିବା ବେଳେ ବର୍ଷା ତାଙ୍କୁ କୋର୍ଟରେ ବିବାହ କରିବା ପାଇଁ କହିଥିଲେ ଏହାପରେ ଟୁଙ୍ଗୁରୁ ବିବାହ ପାଇଁ ମନା କରି ପରେ ସେ ସେଠାରୁ ଲୁଚି ପଳାଇ ଯାଇଥିଲେ। ଆଉ ଯାହାକୁ ନେଇ ବର୍ଷା ଯାଇ ଭରତପୁର ଥାନାରେ ଧାରଣା ଦେଇଥିଲେ। ଆଉ ଏବେ ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଯାଇଛି।