Emotional Song – ଲୁହ ଟୋପେ ଝରିଗଲେ – ନମିତା ଅଗ୍ରୱାଲଙ୍କ କଣ୍ଠରୁ,ସବୁ ଭାଇ ଭଉଣୀ ଥରୁଟିଏ ଦେଖନ୍ତୁ ଏହି ହୃଦୟ ଭରା ଭିଡ଼ିଓ….

ଓଡିଆ ଜଗତରେ ବହୁତ ଚର୍ଚ୍ଚିତ ଗାୟିକା ଭାବେ ପରିଚିତ ହେଉଛି ନମିତା ଅଗ୍ରୱାଲ । ଓ ଆପଣମାନେ ତାଙ୍କୁ ନିବେଦିତା ନାମ ରେ ମଧ୍ୟ ଜାଣିଥିବେ । ନମିତା ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ କଟକର ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୫ ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଏବଂ ସାନ ଜେଜେବାପା ଦାଶରଥି ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପାରିକ ଭଜନ ଗାଇବା ଶିଖିଥିଲେ ।

୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ । ସେତେବେଳେ ଅଗ୍ରୱାଲ ତାଙ୍କ ବାପାଙ୍କ ସହ ମିଶି ଜେ.ଇ. କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଆ ଗୀତ ପ୍ରସ୍ତୁତ କରୁଥିଲେ । ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ ।

 ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ମ୍ୟୁଜିକ ର ଓନର ମଧ୍ୟ ଅଟନ୍ତି । ସୀତାରାମ ଅଗ୍ରୱାଲ ଙ୍କ ଘର ହେଉଛି ଶ୍ରୀକ୍ଷେତ୍ର ଭୂମି ପୁରୀ । ଦଶବର୍ଷ ବୟସରରେ ସେ ବିଧିବଦ୍ଧ ଭାବେ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁଅଁର, ତରଣୀ ରଞ୍ଜନ ଜେନା ଓ ବିଶ୍ୱନାଥ ରାଓ ଆଦି ସଂଗୀତ ଗୁରୁଙ୍କଠାରୁ ଓଡିଶୀ ସଙ୍ଗୀତ,

ଛାନ୍ଦ, ଚମ୍ପୁ ଆଦି ଶିଖିବା ଆରମ୍ଭ କରିଥିଲେ । ପରେ ସେ ଜେ.ଭି.ଏସ. ରାଓ, ଦୀପକ ବସୁ, ନିତାଇ ସିହ୍ନାଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ, ସୁନାକର ସାହୁଙ୍କ ଠାରୁ ସୁଗମ ସଙ୍ଗୀତ ଓ ହରମୋହନ ଖୁଣ୍ଟିଆଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ । ୧୯୮୯ ମସିହାରୁ ସେ ଆକାଶବାଣୀ ବ୍ୟତୀତ ଘରୋଇ ଷ୍ଟୁଡ଼ିଓରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୯୨ ମସିହାରେ ତାଙ୍କର ପ୍ରଥମ ଭଜନ କ୍ୟାସେଟ ‘ଅଝଟିଆ କାଳିଆ’ ମୁକ୍ତିଲାଭ କରିଥିଲା । ଏବଂ ଏହି କ୍ୟାସେଟ ପାଇଁ ସମ୍ପୂର୍ଣ ଓଡିଶା ରେ ସେ ଲୋକପ୍ରିୟତା ହାସଲ କରିଥିଲେ ।

ନମିତା ଅଗ୍ରୱାଲ ବହୁତ ଗୁଡିଏ ଓଡିଆ ଓ ହିନ୍ଦୀ ଭଜନ ଓ ଶ୍ଳୋକ ପାଇଁ ମଧ୍ୟ କଣ୍ଠ ଦାନ କରିଛନ୍ତି । ନମିତା ଅଗ୍ରୱାଲ ବର୍ତମାନ ନିଜର ଜି ମ୍ୟୁଜିକ କମ୍ପାନୀ ଦ୍ଵାରା ଅନେକ ଗୀତ ତିଆରି କରୁଛନ୍ତି । ଏହା ସହିତ ତାଙ୍କର ମଧ୍ୟ କିଛି ନିଜସ୍ଵ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି । ଯେଉଁ ଚ୍ୟାନେଲ ଗୁଡିକ ସାରା ଓଡିଶା ରେ ବେଶ ଲୋକ ପ୍ରିୟତା ହାସଲ କରିଛି । ନମିତା ଅଗ୍ରୱାଲ ଙ୍କର କୌଣସି ଝିଅ ନାହାନ୍ତି । ତାଙ୍କର କେବଳ ଗୋଟେ ପୁଅ ଅଛନ୍ତି ଯାହାର ନାମ ସିଦ୍ଧାର୍ଥ ଅଗ୍ରୱାଲ ।

କିନ୍ତୁ ଆକାଶେ କି ରଙ୍ଗ ଲାଗିଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।

ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ର ରେ ନମିତା ଅଗ୍ରୱାଲ ଙ୍କର ଗୋଟିଏ ଗୀତ ଏବେ ବି ଭାଇର ହେବାରେ ଲାଗିଛି ଗୀତ ଟି ହେଉଛି :- “ଲୁହ ଟୋପେ ” ।ଏହି ସଙ୍ଗୀତ ଟି ଖୁବ୍ ଭାଇରଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !