exclusive video – ପ୍ରେମିକାଙ୍କୁ ଧୋକ୍କା ଦେଲେ,ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ। ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ। ଆଉ ଆଜି ଥିଲା ବାହାଘର କିନ୍ତୁ ପହଞ୍ଚି ନାହାଁନ୍ତି ତିର୍ତ୍ତୋଲ ବିଧାୟକ।
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ପ୍ରେମିକାଙ୍କ ବଡ଼ ଅଭିଯୋଗ । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟଶଙ୍କର ଆସି ନଥିବା ଅଭିଯୋଗ କରିଛନ୍ତି ପ୍ରେମିକା। ସେପଟେ ବିଜୟ ଶଙ୍କରଙ୍କ ପରିବାର ଲୋକେ ଯୁବତୀଙ୍କୁ ଦେଇଛନ୍ତି ଧମକ।
ତେବେ ଗତ ୧୭ ତାରିଖରେ ଅନେକ ବାଦ ବିବାଦ ପରେ ବିଧାୟକ ଯାଇ ପହଁଚି ଥିଲେ ସବରେଜିଷ୍ଟ୍ରୀ ଅଫିସରେ। ଆଉ ସବରେଜିଷ୍ଟ୍ରୀ ଅଫିସ୍ରେ ପହଁଚିବା ପରେ ଯୁବତୀଙ୍କୁ ବିବାହ କରିବେ ବୋଲି ହୋଇଥିଲା ରେଜିଷ୍ଟ୍ରି। କିନ୍ତୁ ଏହି କଥାରେ ବିଧାୟକଙ୍କ ମା ରାଜି ନଥିଲେ।
କିନ୍ତୁ ସବୁ ବାଦ ବିବାଦ ପରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ।ଆବେଦନର ମାସକ ପରେ ଆଜି ବିବାହ ପାଇଁ ପହଞ୍ଚିଥିଲେ ପ୍ରେମିକା। କିନ୍ତୁ ପହଁଚି ନଥିଲେ ବିଧାୟକ ବିଜୟ ଶଙ୍କର।ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ଆସିନଥିଲେ ବିଧାୟକ ବିଧାୟକ ନଆସିବାରୁ ବାଧ୍ୟ ହୋଇ ଫେରି ଯାଇଥିଲେ ପ୍ରେମିକା ଏବଂ ତାଙ୍କ ଘରକୁ କଲ୍ କରି ଏ ବିଷୟରେ ପଚାରିଥିଲେ ଏହାପରେ ବିଜୟ ଶଙ୍କରଙ୍କ ବଡ ଭାଇ ତାଙ୍କୁ ଧମକ ଦେଇ ଥିବାର ଯୁବତୀ ଜଣକ କହିଛନ୍ତି।
ତେବେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ବିଜୟ ଶଙ୍କର । ସେ କହିଛନ୍ତି, ଆଜିକୁ ୩୦ ଦିନ ହେଲା କିନ୍ତୁ ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ।
ତେବେ ଗତ କିଛିଦିନ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ଥାନୀୟ ଦେଉଳି ଗ୍ରାମେଶ୍ୱରର ସୋମାଲିକା ଦାଶଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଆଉ ତା ପରେ ଅନେକ ଚର୍ଚ୍ଚା ଲାଗି ରହିଥିଲା। ଏହାପରେ ମେ ୧୭ ତାରିଖରେ ବିଧାୟକ ପହଁଚି ଥିଲେ ସବରେଜିଷ୍ଟ୍ରୀ ଅଫିସରେ ଏଥିସହ ବିବାହ ପାଇଁ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ।
କିନ୍ତୁ ଆଜି ପୁଣି କୋର୍ଟ ମରେ ପ୍ରେମିକା ଆସି ପହଁଚି ଥିବା ବେଳେ ବିଧାୟକ ବିଜୟ ଶଙ୍କର ଆସି ପହଁଚି ନାହାଁନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। ତେବେ ପ୍ରେମିକା କହିଛନ୍ତି ସେ ନ ଆସିବାର କାରଣ ହୁଏତ ତାଙ୍କୁ କେହି ଅପହରଣ କରିନେଇଛି ନଚେତ୍ ସେ ଜାଣିଶୁଣି ଚିଟିଂ କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ ଯାଇ କେଉଁ ମୋଡ଼ ନେଉଛି। ବିଧାୟକ ଓ ଏହି କଥାକଥିତ ପ୍ରେମିକାଙ୍କ କେବେ ହେଉଛି ବିବାହ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।