viral video – ପ୍ରେମକରି ସେକ୍ସ କରିଥିଲେ ଏବେ ଧୋକା ଦେଲା ପ୍ରେମିକ,,ଅନ୍ୟ ଯୁବତୀଙ୍କୁ ନେଇ ଫେରାର ପ୍ରେମିକ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦୀର୍ଘ ୩ ବର୍ଷ ଧରି ପ୍ରେମ କଲେ ଶାରିରୀକ ସମ୍ପର୍କ ରଖିଲେ ଆଉ ତା ପରେ ଧୋକା ଦେଲେ ଯୁବକ। ଏବେ ନ୍ୟାୟ ପାଇବା ଆଶାରେ ପ୍ରେମିକା ଯାଇ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି। ବିବାହର ଲଗ୍ନ ଧାର୍ଯ୍ୟ ଦିନ ହିଁ ପ୍ରେମିକ କୁଆଡେ଼ ଫେରାର ହୋଇ ଯାଇଛନ୍ତି।

ତେବେ ଲଭ ସେକ୍ସ ଧୋକାର ଶୀକାର ହୋଇ ନିଜ ଜୀବନକୁ ଏବେ ବାଜିରେ ଲଗେଇଛ ପ୍ରେମିକା। ଧୋକା ପାଇବା ପରେ ଯୁବତୀ ତାଙ୍କ ମା ଓ କିଛି ସମ୍ପର୍କୀୟ ମାନଂକୁ ନେଇ ପ୍ରେମିକଙ୍କ ଘର ଆଗରେ ଅନଶନରେ ବସିଛନ୍ତି। ଏପରିକି ଯୁବତୀ କହିଛନ୍ତି ତାଙ୍କୁ ଯଦି ନ୍ୟାୟ ନମିଳେ ତେବେ ସେ ପ୍ରେମିକ ଘର ସାମ୍ନାରେ ଆତ୍ମହତ୍ୟା କରିବେ।

ସେପଟେ ପୋଲିସ୍ ଏହି ଘଟଣାରେ ହସ୍ତକ୍ଷପ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ଅଞ୍ଚଳରେ। ସୂଚନା ମୁତାବକ ଏହି ଗ୍ରାମର ଜଣେ ନାବାଳିକା ଦୀପାଞ୍ଜଳି ଜେନା ନାମକ ଯୁବତୀ ସହିତ ଅମୂଲ୍ୟ ମାଝୀଙ୍କ ପୁଅ ଜିତେନ୍ଦ୍ରଙ୍କ ତିନି ବର୍ଷ ତଳେ ଦେଖା ସାକ୍ଷାତ ହୋଇଥିଲା ଏହାପରେ ଜିତେନ୍ଦ୍ର ଦୀପାଞ୍ଜଳିଙ୍କୁ ପ୍ରେମ ନିବେଦନ କରିଥିଲେ କିନ୍ତୁ ଦୀପାଞ୍ଜଳି ପ୍ରଥମେ ଏହି ସମ୍ପର୍କ ପାଇଁ ରାଜି ନଥିଲେ ଯାହା ଫଳରେ ଜିତେନ୍ଦ୍ର ଆତ୍ମହତ୍ୟା କରିବେ ବୋଲି କହିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ୍ ସମ୍ପର୍କ ଏବଂ ସମ୍ପର୍କ ଏତେ ନିବିଡ ହୋଇ ଯାଇଥିଲା ଯେ ଦୁହେଁ ଶାରିରୀକ ସମ୍ପର୍କ ରଖିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ।ଏମିତିକି ଯୁବକ ଯୁବତୀଙ୍କ ଘରକୁ ପ୍ରାୟ ସମୟରେ ଯିବା ଆସିବା କରୁଥିଲେ। ଉଭୟ ପରିବାର ବିବାହ ପାଇଁ ରାଜି ଥିଲେ। ଏପରିକି କୁଆଡେ ପଣା ସଂକ୍ରାନ୍ତି ଦିନ ଏକ ମନ୍ଦିରରେ ଯୁବତୀଙ୍କୁ ଶଙ୍ଖା ଆଉ ସିନ୍ଦୂର ମଧ୍ୟ ପିନ୍ଧାଇ ଥିଲେ ଯୁବକ ଆଉ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କକୁ ଆଉ ଟିକେ ମଜବୁତ୍ କରିଥିଲେ।

ତେବେ ଗତ ୨୬ ତାରିଖରେ ଯୁବକଙ୍କ ପରିବାର ଲୋକେ ଦୀପାଞ୍ଜଳିଙ୍କ ପରିବାର ଲୋକଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ ଏବଂ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ କହିଥିଲେ। ତେଣୁ ବିବାହ ପାଇଁ ଦୀପାଞ୍ଜଳିଙ୍କ ମା ଧାର କରଜ କରି ବିବାହର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ଗତ ୪ ତାରିଖରେ ଜିତେନ୍ଦ୍ର ଦୀପାଞ୍ଜଳିଙ୍କ ଘରକୁ ଯାଇ ବୁଲି ଆସିଥିଲେ। କିନ୍ତୁ ୫ ତାରିଖ ଠାରୁ ଜିତେନ୍ଦ୍ର କୁଆଡେ଼ ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ଦୀପାଞ୍ଜଳି ନିରୁପାୟ ହୋଇ ପଡିଛନ୍ତି। ଏବଂ ନ୍ୟାୟ ପାଇବା ଆଶାରେ ଦୀପାଞ୍ଜଳି ଯାଇ ଜିତେନ୍ଦ୍ରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଆଉ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେହିଠାରେ ବସି ରହିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।