Exclusive Video – ପୁରୀରେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କୁ ସମସ୍ତଙ୍କ ସାମ୍ନାରେ ହେଉଛି ଦୁର୍ବ୍ୟବହାର,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..
ରାସ୍ତା ମଝିରେ ଚାଲିଛି ହାଇଡ୍ରାମା।ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ କୋଲକାତାରୁ ଧାଇଁ ଆସିଥିଲେ ପର୍ଯ୍ୟଟକ। କିନ୍ତୁ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରା ଯାଇଥିବାର ହୋଇଛି ଅଭିଯୋଗ।
ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର। ଏ ହେଉଛି ପୁରୀର ଦୃଶ୍ୟ । ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଆସିଛି ଅଭିଯୋଗ। ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲର ମାଲିକ ଏହି ବଙ୍ଗୀୟ ମହିଳାଙ୍କୁ କରିଛନ୍ତି ଦୁର୍ବ୍ୟବହାର। ଏମିତିକି ଟୁର ଆଣ୍ଡ ଟ୍ରାଭେଲର ମାଲିକ ଏହି ବଙ୍ଗୀୟ ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ମାଡ ମଧ୍ୟ ମାରିଥିବାର ଆସିଛି ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି କଲକୋତାରୁ ଆସିଥିବା ଶୀତଲ ସା।
ଏହି ମହିଳା ଜଣଙ୍କ ପୁରୀ ବେଳାଭୂମି ଭୁଲିବା ପାଇଁ ଆସି ଏକ ଟ୍ରାଭେଲର ଠାରୁ ସ୍କୁଟି ଭଡ଼ା ନେଇଥିଲେ। ପରେ ମହିଳା ଯେତେବେଳ ସ୍କୁଟି ନେଇ କିଛି ବାଟ ଯାଇଥିଲେ ସେ ସ୍କୁଟିର ଅବସ୍ଥା ଖରାପ୍ ଥିବାର ଜାଣି ପାରିଥିଲା। ସ୍କୁଟିର ବ୍ରେକ ନଥିବା ସହ ଅନ୍ୟାନ୍ୟ ପାର୍ଟ ସବୁ ଖରାପ ରହିଥିଲା।
ଏହାପରେ ବଙ୍ଗୀୟ ମହିଳା ଜଣକ ଟ୍ରାଭେଲର ମାଲିକଙ୍କୁ ସ୍କୁଟି ଜମା ଦେବା ସହ ଟ୍ରାଭେଲର ମାଲିକଙ୍କୁ ଟଙ୍କା କାଟିବା ପାଇଁ କହିଥିଲେ କିନ୍ତୁ ଟ୍ରାଭେଲର ମାଲିକ ଏହି କଥାରେ ରାଗିଯାଇ ବଙ୍ଗୀୟ ମହିଳାଙ୍କୁ ମାଡ ମାରିଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ। ଏହାପରେ ମହିଳା ଜଣଙ୍କ ଏଥିରେ ରାଗିଯାଇ ହଙ୍ଗାମା ଆରମ୍ଭ କରି ଦେଇଥିଲେ ଏବଂ ମାଡ ମାରିଥିବା ଟ୍ରାଭେଲର ମାଲିକ ଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ। ଓ ପୋଲିସକୁ ଏ ବିଷୟରେ ଖବର ଦେଇଥିଲେ।
କିନ୍ତୁ ସେପଟେ ବଙ୍ଗୀୟ ମହିଳାଙ୍କ ସହ ଏଭଳି କିଛି ଘଟିଥିବା ବେଳେ ମହିଳା ପୋଲିସ ନ ଆସି ପୁରୁଷ ପୋଲିସ୍ ଆସି ଉକ୍ତ ମହିଳା ବଙ୍ଗୀୟ ପର୍ଯ୍ୟଟକଙ୍କୁ ଥାନାକୁ ନେବାକୁ ଚାହିଁ ଥିଲେ। ଯାହାକୁ ନେଇ ଅଭିଯୋଗ କରିଛନ୍ତି ବଙ୍ଗୀୟ ପର୍ଯ୍ୟଟକ। ପର୍ଯ୍ୟଟକ ସଙ୍ଗେ ସଙ୍ଗେ ପୋଲିସକୁ ଟ୍ରାଭେଲର ମାଲିକ ଙ୍କୁ ଗିରଫ କାଟିବା ପାଇଁ କହିଥିଲେ। କିନ୍ତୁ ସେଠାରେ ବଙ୍ଗୀୟ ପର୍ଯ୍ୟଟକ ଓ ପୋଲିସଙ୍କ ଭିତରେ ଚାଲିଲା ହାଇ ଡ୍ରାମା।
ତେବେ ଏଠାରେ ପ୍ରଶ୍ନ ଉଠିଛି ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହାଜର ହାଜର ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ଵ କାହାର ରହିଛି। ଆଉ ଏପଟେ ବହୁତ୍ ଗୁଡ଼ାଏ ଟ୍ରାଭେଲ ଏଗେନ୍ସି ପର୍ଯ୍ୟଟକଙ୍କ ଠାରୁ ଲୁଟି ଲୁଟି ଚାଲିଥିବା ବେଳେପୋଲିସ ମଧ୍ୟ ପାଟି ଚୁପ୍ କରି ବସି ରହିଛି। ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ମହିଳା ପୋଲିସ ନ ଆଣି ଅଭିଯୋଗ କରିଥିବା ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ସହ ଯୁକ୍ତି କରୁଥିବାର ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।