viral video – ହେ ଭଗବାନ….ବଡବାପା ନେଇଗଲା ୩ ବର୍ଷର ପୁଅ ର ଜୀବନ ,ଜନ୍ମ ଦିନରେ ଉଠିଲା ପୁଅର କୋକେଇ,ଭିଡ଼ିଓ ଦେଖିଲେ ଛାତିଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ତାଳଗିରି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଖଟରୁ ପଡି ୩ ବର୍ଷର ଶିଶୁ ପୁତ୍ର ମୃତ।କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ତାଳଗିରି ଗାଁରେ ଦିଲ୍ଲୀପ ସ୍ୱାଇଁଙ୍କ ୩ ବର୍ଷର ପୁଅ ଭବାନୀ ରାତିରେ ବଡ଼ ବାପା ଓ ବଡ଼ ମା ପାଖରେ ଶୋଇଥିବା ବେଳେ ଖଟରୁ ଖସି ପଡ଼ିଥିଲା। ଆଉ ସକାଳୁ ଦେଖିବା ବେଳକୁ ପିଲାଟି ସଂଜ୍ଞା ହୀନ ଅବସ୍ଥାରେ ପଡି ରହିଛି। ଆଉ ତାର ଜୀବନ ଚାଲି ଯାଇଛି।
ତେବେ ଆଶ୍ଚର୍ୟ୍ଯର କଥା ହେଉଛି ତିନି ବର୍ଷର ପିଲାଟି ଖଟ ତଳକୁ ଆସିଲା କିପରି। ଯଦି ସେ ବଡବାପା ବଡ ମାଙ୍କ ମଝିରେ ଶୋଇଥିଲା ତାହାଲେ ଖଟ ତଳକୁ କିପରି ଭାବେ ଖସି ପଡିଲା। ତେବେ ରଜ ପାଇଁ ମାଙ୍କ ସହିତ ଭବାନୀ ମାମୁ ଘରକୁ ଯାଇଥିଲେ, କିନ୍ତୁ ଶେଷ ରଜ ଦିନ ମୃତ ଶିଶୁର ଜନ୍ମ ଦିନ ଥିବାରୁ ମୃତକ ପରିବାର ଲୋକ ଭଣଜାକୁ ପଠେଇ ଶିଶୁକୁ ନିଜ ଘରକୁ ଆଣିଥିଲେ।
ରାତିରେ ମୃତ ଶିଶୁ ଭବାନୀ ବଡ଼ ବାପା ଓ ବଡ ମା ପାଖରେ ଶୋଇଥିବା ବେଳେ ସକାଳୁ ମୃତ ଶିଶୁ ଖଟ ତଳେ ପଡିଥିବାର ଘର ଲୋକ ଦେଖିଥିଲେ। ଏହାପରେ ସଂଗେସଂଗେ ଚିକିତ୍ସା ପାଇଁ ପ୍ରଥମେ ନଡ଼ିଆ ସାହାସପୂର ସ୍ୱାସ୍ଥ୍ୟକେନ୍ଦ୍ର ପରେ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।
ତେବେ ମୃତ ଭବାନୀର ବଡ ମା ଭବାନୀ ଖଟ ତଳେ ମରି ଲାଠି ହୋଇ ଯାଇଥିବା କହୁଥିବା ବେଳେ ମୃତ ଶିଶୁର ଜେଜେ ଜୀବିତ ଥିବା ଓ ପରିସ୍ରା କରିବା କଥା କହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ମୃତ୍ୟୁ ଘର ପରିବାର ପକ୍ଷରୁ ପୃଥକ ପୃଥକ ବୟାନ ଦେବା ଓ କାହାରି କଥା ନ ମିଶିବା ସନ୍ଦେହ ସୃଷ୍ଟି ହୋଇଛି।
ଏପଟେ ମୃତ ଭବାନୀର ମା ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁ।ମୃତ ଶିଶୁ ଭବାନୀର ମା ନିବେଦିତା ପ୍ରଧାନ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ରଜ ଥିବାରୁ ମୃତ ଶିଶୁକୁ ଘରକୁ ସକାଳୁ ଆଣି ବୁଲା ବୁଲି କରି ସନ୍ଧ୍ୟାରେ ଶିଶୁର ମାମୁଁ ଘରେ ଛାଡ଼ିବାର ପ୍ରତିଶୃତି ଦେଇଥିଲେ ମାକୁ କିନ୍ତୁ ସନ୍ଧ୍ୟାରେ ନ ଛାଡ଼ି ରାତିରେ ମୃତ୍ୟୁ ହେବା ସାଧାରଣରେ ମୃତ୍ୟୁ କୁ ନେଇ ସନ୍ଦେହ ଉପୁଜିଛି। ଯାହାକୁ ନେଇ ମୃତକର ଆଈ ମଧ୍ୟ ହତ୍ୟା ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ତାଳଗିରି ଗାଁରେ ଚାଞ୍ଚଲ୍ୟ ଏବେ ଖେଳି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।