ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି | Vitamin Deficiency Symptoms

ସମସ୍ତ ଙ୍କ ଶରୀର କିଛି ନା କିଛି ଭିଟାମିନ ର ଅଭାବ ଦେଖା ଦଉଚି । ତାହାଲେ ଏହା କାହିଁକି କଣ ପାଇଁ ଆମକୁ ବିଭିନ୍ନ ପ୍ରକାର ଅଭାବ ଦେଖା ଦେଉଛି ତାହା ହୁଏତ କିଛି ଲୋକ ଜାଣିନଥିବେ । ଆଉ ଆମ ଶରୀରରେ ବିଭିନ୍ନ ପ୍ରକାରର ଖାଦ୍ୟର ଅଭାବ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ର ଲକ୍ଷଣ ମାନ ଦେଖା ଦେଇଥାଏ ।

ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ମାନେ ଜାଣିବା କେଉଁ ଭିଟାମିନ ଅଭାବ ହେଲେ ଆମକୁ କେଉଁ ସମସ୍ୟା ହେଇଥାଏ ଓ କେଉଁ ଖାଦ୍ୟ ଖାଇଲେ ଆମ ଶରୀରରେ ସମସ୍ତ ପ୍ରକାରର ଭିଟାମିନକୁ ଭରଣ କରିପାରିବା ସେ ବିଷୟରେ ଜାଣିବା ।


ତାହାଲେ ଆମ ଶରୀରରେ ଭିଟାମିନ ଅଭାବରେ ଦେଖା ଦେଉଥିବା ବିଭିନ୍ନ ରୋଗରେ ଲକ୍ଷଣ ଆଉ କେଉଁ ସବୁ ଖାଦ୍ୟ ଖାଇଲେ ସେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ଆସନ୍ତୁ ଜାଣିବା ଓ ସେ ବିଷୟରେ ଆଲୋଚନା କରିବା ।

(1) ପ୍ରଥମ ଲକ୍ଷଣ ଟି ହେଲା ରାତିରେ ନିନ୍ଦ ନ ହେବା । ରାତି ରେ ନିନ୍ଦ ନ ହେବାର କାରଣ ହେଉଛି ଆପଣଙ୍କ ଶରୀରରେ ପୋଟାସିୟମ ର ଅଭାବ ଦେଖା ହେଲେ ଆପଣଙ୍କର ନିନ୍ଦ ହେଇନଥାଏ । ଏହାକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ କଦଳୀ, ସେଓ, ପୋଇଡ ପାଣି, ତରଭୁଜ, ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ହୋଇଥାଏ ।

(2)ଅତ୍ୟଧିକ ପରିମାଣ ରେ ମିଠା ଖାଇବାକୁ ଇଚ୍ଛା କରିବା ତାହାଲେ ଆପଣ ଜାଣିନେବେ ଯେ ଆପଣଙ୍କ ଶରୀର ରେ ଗ୍ଲୋକୋଜ ଅଭାବ ଦେଖା ଦେଇଛି ଏହାକୁ ଦୂର କରିବା ପାଇଁ ଫଳ ଓ ମହୁ ଖାନ୍ତୁ ଏଥିରେ ପ୍ରଚୁର ପରିମାଣ ରେ ଗ୍ଲୁକୋଜ ଥାଏ ।

(3) ଚର୍ମ ଓ ଓଠ ଶୁଖିଲା ଦେଖା ଯିବା ଏହା ଆପଣଙ୍କ ଶରୀର ର ଭିଟାମିନ E ଅଭାବ ପାଇଁ ଦେଖାଯାଇଥାଏ ।ଏହି ଭିଟାମିନ ର ଭରଣା ପାଇଁ ଆପଣ ପାଳଙ୍ଗ ଶାଗ ଓ ବାଦାମ ପ୍ରତି ଦିନ ଖାନ୍ତୁ ।

(4)ଓଠ ଫାଟିବା, ଶରୀର ର ଲୌହ, ଜିଙ୍କ, ଓ ଭିଟାମିନ B12 ର ର ଅଭାବ ଯୋଗୁଁ ଓଠ ଫାଟିବା ପରି ସମସ୍ୟା ଦେଖା ଯାଇଥାଏ । ଏହାର ଭରଣ ପାଇଁ ଆପଣ ପ୍ରତିଦିନ ସିମଲା ଲଙ୍କା, ବନ୍ଧା କବି, ଚିନା ବାଦମ୍, ଓ ବିଭିନ୍ନ ପ୍ରକାର ର ପନିପରିବା ଖାନ୍ତୁ ।

(5)ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେବା | ଯଦି ଆପଣଙ୍କୁ ଅଧିକ ଥଣ୍ଡା ଜିନିଷ ଖାଇବା ଯେମିତିକି ବରଫ ଖାଇବା ପାଇଁ ଇଚ୍ଛା ହୋଉଛି ତାହାଲେ ଆପଣ ଜାଣିନେବେ ଆପଣଙ୍କ ଶରୀରରେ ଲୌହ ପରିମାଣ କମିଯାଇଛି । ଏହାର ଭରଣ ପାଇଁ ଆପଣ ପ୍ରତିଦିନ କିସମିସ, ମୁଗ ଓ ଚଣା ଖାନ୍ତୁ, ଏଥିରେ ପ୍ରଚୁର ପରିମାଣ ରେ ଲୌହ ର ପରିମାଣ ରହିଛି ।

(6) ଦାନ୍ତ ମାଢି ରୁ ରକ୍ତ ବହିବା ମାନେ ଆପଣ ଜାଣିନେବେ ଯେ ଆପଣଙ୍କ ଶରୀର ରେ ଭିଟାମିନ c ର ଅଭାବ ଦେଖା ଦେଇଛି ଯାହାର ଭରଣ ପାଇଁ ଆପଣ ଙ୍କୁ ପ୍ରତିଦିନ କମଳା ଲେମ୍ବୁ, ମୌସୁମୀ, କାଗଜ ଲେମ୍ଭୁ ଖାନ୍ତୁ ଏଥିରେ ପ୍ରଚୁର ପରିମାଣ ରେ ଭିଟାମିନ C ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !