viral video – ମୁଁ ଯାହା କହୁଛି ତାକୁ ରେକର୍ଡିଙ୍ଗ କର ..ମୁଁ ତୁମକୁ ଭଲପାଉଛି ବୋଲି ଏମାନେ ମୋତେ ମାରିଦେବେ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ଭାବନାକୁ ବୁଝାଇଥାଏ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ପ୍ରେମ ପାଖରେ ଜାତି ଧର୍ମ ସବୁ କିଛି ହୀନ ମାନେ ହୁଏ।ହେଲେ ଏ ସବୁ ଭିତରେ ଜାତି ପ୍ରଥା କେତେ ଯେ କେତେ ପ୍ରେମୀ ଯୁଗଳଙ୍କୁ ବିଚ୍ଛେଦ କରିଛି ଏହାକୁ କଳନା କରି ହେବ ନାହିଁ। ଠିକ୍ ସେହିଭଳି ଏକ ହୃଦୟ ବିଦାରକ ଘଟଣା ପୁଣିଥରେ ଦେଖିବାକୁ ମିଳିଛି। ପ୍ରେମ ପାଇଁ ବଳି ପଡି ଯାଇଛି ପୁଣି ଗୋଟିଏ ନିରୀହ ଜୀବନ।

କର୍ଣ୍ଣାଟକର ମହୀଶୂର ଜିଲ୍ଲା ପେରିଆପାଟଣାରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଛି। ମହୀଶୂର ଜିଲ୍ଲାର ଏକ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବତୀ ଜଣକ ଜଣେ ଦଳିତ ଯୁବକଙ୍କୁ ପ୍ରେମ କରୁଥିଲେ।

ଯାହାକୁ ପରିବାର ଲୋକେ ଗ୍ରହଣ କରି ପାରି ନଥିଲେ। ତେବେ ମୃତ ଯୁବତୀ ଜଣକ କୁଆଡେ ସେହି ଦଳିତ ଯୁବକଙ୍କୁ ମନ୍ଦିରରେ ଲୁଚି ଲୁଚି ବିବାହ କରିଥିଲେ ଯାହାକୁ ଜାଣିବା ପରେ ଯୁବତୀଙ୍କ ବାପା ତାଙ୍କୁ ହତ୍ୟା କରିଛନ୍ତି ବୋଲି କୁହା ଯାଉଛି।

ତେବେ ଏହି ହତ୍ୟା ମାମଲା ଉପରେ ଏକ ଅଡିଓ ରେକର୍ଡ ପୋଲିସ୍ ହତାରେ ଲାଗିଛି। ଯାହା ପୁରା ଘଟଣାର ଗୁମର ଖୋଲି ଦେଇଛି।ଆଉ ଯୁବତୀଙ୍କ ହତ୍ୟା ଘଟଣାରେ ପୋଲିସ ହାତରେ ଯେଉଁ ଅଡିଓ କଲ୍ ଲାଗିଛି ସେଥିରେ ମୃତ ଯୁବତୀ ଜଣକ ନିଜେ ତାଙ୍କ ପାଇଁ ରଚା ଯାଇଥିବା ଷଡ଼ଯନ୍ତ୍ର ବାବଦରେ ତାଙ୍କ ପ୍ରେମିକକୁ ଜଣାଇଛନ୍ତି।

ଯୁବତୀ ଜଣକ ତାଙ୍କ ପ୍ରେମିକ ପାଖକୁ କଲ୍ କରି କହିଥିଲେ, ଶୁଣ ମୁଁ ଯାହା କହୁଛି ଶୀଘ୍ର ରେକର୍ଡ଼ିଂ କର। ମୁଁ ତୁମକୁ ଭଲ ପାଇଲି ବୋଲି ଏମାନେ ମୋତେ ମାରିଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତମେ ଜଲଦି ଜଲଦି ମୁଁ ଯାହା କହୁଛି ରେକର୍ଡ଼ିଂ କର।

ମୋତେ ମାରି ଦେଇ ପାରନ୍ତି ଏମାନେ ମତେ ମୋ ଘର ଲୋକ ହିଁ ମାରିଦେବେ। ଆଉ ଶୁଣ ମୋର ଯଦି କିଛି ହୋଇଯାଏ ମୋ ବାପା ମା ହିଁ ଦାୟୀ ରହିବେ। ବାସ୍ ଏହା ଥିଲା ଯୁବତୀଙ୍କ ଶେଷ ଅଡିଓ କଲ୍। ଯାହା ସିଏ ତାଙ୍କ ପ୍ରେମିକଙ୍କୁ ଜଣାଇଥିଲେ। ଯାହା ଏବେ ପୋଲିସ୍ ହତାରେ ଲାଗିଛି।

ତେବେ ଏହି ଅଡିଓ ରେକର୍ଡରୁ ସ୍ପଷ୍ଟ ଜଣା ପଡୁଛି ଯୁବତୀଙ୍କ ବାପା ହିଁ ତାଙ୍କର ହତ୍ୟାକାରୀ। ଆଉ ଏ ଅଡିଓକୁ ନେଇ ପୋଲିସ୍ ତନାଘନା ଆରମ୍ଭ କରି ଦେଇଛି। ଘଟଣାରେ ଯୁବତୀଙ୍କ ମାଙ୍କୁ ମଧ୍ୟ ପୋଲିସ୍ ହେପାଜତରେ ନେଇଛି। ତେବେ ଦେଖିବାକୁ ବାକି ରହିଲା ନିଜ ଭଲ ପାଇବା ପାଇଁ ଜୀବନ ଦେଇ ଦେଇଥିବା ଏହି ଯୁବତୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।