Exclusive Video – ବୁଢ଼ା ବର ସହ ଯିବିନି..ରାତିରେ ସରିଲା ବାହାଘର ..ସକାଳୁ ଭାଙ୍ଗିଲା ସମ୍ପର୍କ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ବେଦୀ ଉପରେ ହାତ ଗଣ୍ଠି ପଡ଼ିଲା। କନ୍ୟା ସିନ୍ଥିରେ ବର ସିନ୍ଦୂର ଦେଲା। ବର କନ୍ୟା ଉଭୟ ସାଥି ହୋଇ ୭ ଫେରା ନେଇ ପରସ୍ପରକୁ ବଚନ ଦେଇଥିଲେ। ଏହା ସହ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲ। ରାତି ପାହିଲା କନିଆଁ ବିଦା ସମୟ ଆସିଲା ଆଉ ତା ପରେ କନିଆଁ ବିଦା ହେବା ସମୟରେ କନିଆଁ ଯାହା କହିଲା ତାହା ଶୁଣି ସମସ୍ତେ ଅବାକ୍ ହୋଇ ରହିଥିଲେ।
କନିଆଁ କହିଲା ମୁଁ ଶାଶୁ ଘରକୁ ଯିବି ନାହିଁ। ସେ ହେଉଛନ୍ତି ଜଣେ ବୁଢା ବର ମୁଁ ସେ ବୁଢା ବର ସହିତ ଯାଇ କେମିତି ସଂସାର କରିବି। ତେଣୁ ମୁଁ ବୁଢା ବର ସହିତ ଜିବି ନାହିଁ ମୁଁ ତାଙ୍କ ସହ ସଂସାର ଗଢ଼ି ପାରିବି ନାହିଁ। ଏହି ଭଳି ଭାବରେ ଶାଶୁ ଘରକୁ ଯିବା ପାଇଁ ରୋକ ଠୋକ ମନା କରିଥିଲେ କନିଆଁ ଆଉ ସେହି ଠାରୁ ଆରମ୍ଭ ହୋଇଥିଲା ହାଇଡ୍ରାମା।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରଣାସି ଅଞ୍ଚଳରେ। ବରଯାତ୍ରୀ ନେଇ କନ୍ୟା ଘରେ ପହଁଚି ଥିଲା ବର। ଖୁବ୍ ଧୁମ୍ ଧାମରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଆଉ ସୋମବାର ସକାଳେ କନିଆଁ ବିଦା ହୋଇ ଯାଇଥାନ୍ତେ ଶାଶୁ ଘରକୁ। ଆଉ ଏହି ସମୟରେ ଶାଶୁ ଘରକୁ ଯିବା ପାଇଁ କନିଆଁ ସିଧା ସଳଖ ମନା କରି ଦେଇଥିଲା।
କନିଆଁ ଜଣକ କହିବା କଥା ସେ ଯାହାଙ୍କୁ ବାହା ହୋଇଛନ୍ତି ତାଙ୍କ ବୟସ ଖୁବ୍ ଅଧିକ ହୋଇ ଯାଇଛି। ଆଉ ଏ ବୁଢା ବର ସହ ସେ ସଂସାର ଗଢ଼ି ପାରିବେ ନାହିଁ। ଆଉ ଏହା ପରେ ଉଭୟ ପକ୍ଷ ଲୋକଙ୍କ ଉପସ୍ଥିତିରେ ପଞ୍ଚାୟତ ବସିଥିଲା।
ଘଟଣା ଏତେ ସାଙ୍ଘାତିକ ଆଡକୁ ଗତି କରୁଥିଲା ଯାହା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ପୋଲିସ୍ ବାବୁ ମଧ୍ୟ ପୁଅ ଝିଅଙ୍କୁ ବୁଝାଇବା ପାଇଁ ବହୁତ୍ ଚେଷ୍ଟା କରିଥିଲେ। କିନ୍ତୁ କନିଆଁ ନିଜ ଜିଦରେ ପୁରା ଅଟଳ ରହିଥିଲେ। ସେ ଶାଶୁ ଘରକୁ ଯିବା ପାଇଁ ଆଦୁ ରାଜି ନଥିଲେ। ସେ ବୁଢା ବର ସହିତ ଯିବେ ନାହିଁ କି ତାଙ୍କ ସହ ସଂସାର କରିବେ ନାହିଁ ବୋଲି ରୋକ ଠୋକ ମନା କରିଦେଲେ।
ଆଉ ଏହା ପରେ ଉଭୟ ବର ଓ କନିଆଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ଆଉ ଏହା ପରେ କନିଆଁକୁ ଯିଏ ଯେତେ ବୁଝାଇଲେ ବି କନିଆଁ ନିଜ ଜିଦରେ ଅଟଳ ରହିଥିଲେ। ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ବସିଲା କିନ୍ତୁ କନିଆଁଙ୍କ ଜିଦ୍ ଆଗରେ ସବୁ ହାର ମାନିଲେ। ଆଉ ରାତିକ ପାଇଁ ବର ସାଜିଥିବା ବର ଜଣକ ଶେଷରେ କନିଆଁକୁ ନ ନେଇ ଖାଲି ହାତରେ ଫେରିବା ପାଇଁ ପଡ଼ିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।