Exclusive : ଘର ବାଲକୋନିକୁ ଆସିଲେ ବାବୁସାନ ଫ୍ୟାନ ମାନକୁ କହିଲେ ଏମିତି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ସାମ୍ନାକୁ , ଯାହାକୁ ନେଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ସାମ୍ନାକୁ ଓଡଲିଉଡ ଷ୍ଟାର ଦମ୍ପତିଙ୍କ କଳି, ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆଜି ସକାଳଳେଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲ।

ଓଡ଼ିଶା ଫେରୁଛନ୍ତି ବିବାଦ ଘେରରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବାବୁଶାନ୍‌ ମହାନ୍ତି । ମାଆ ଅପରାଜିତା ଓ ପରିବାରଙ୍କ ଅନୁରୋଧ ରକ୍ଷା କରି ସେ ଆଜି ଘରକୁ ଫେରୁଛନ୍ତି । ବାବୁଶାନ୍‌ ଓ ପ୍ରକୃତିଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଗଣମାଧ୍ୟମଠୁ ଦୂରରେ ରହିଥିଲେ ବାବୁ ଏବଂ ଫିଲ୍ମ ପ୍ରମୋସନ ନେଇ ଚେନ୍ନାଇ ଯାଇଥିଲେ । ଚେନ୍ନାଇରୁ ଫିଲ୍ମ ଦମନ ଫିଲ୍ମର ପୁରା ଟିମ୍ ଓଡ଼ିଶା ଫେରିଥିବା ବେଳେ ସେ ଆସିନଥିଲେ ।

ଓଡ଼ିଶା ଫେରୁଛନ୍ତି ବିବାଦୀୟ ଅଭିନେତା ବାବୁଶାନ୍‌ଏହା ବି ପଢନ୍ତୁ- ଓଡିଶା ଫେରିଲେ ଦମନ ଟିମ୍, ହେଲେ ଆସିଲେନି ବାବୁସାନଓଡ଼ିଶା ଫେରିବା ପାଇଁ ରିଟର୍ଣ୍ଣ ଟିକେଟ ମଧ୍ୟ ହୋଇଥିଲା । ହେଲେ ବାବୁ ଘରକୁ ଫେରିନଥିବା ଟିମ କହିଥିଲା । ସେପଟେ ଭିଡ଼ିଓ ଭାଇରାଲ ହେବା ପରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଫୋନ ଯୋଗେ ବାବୁଶାନ ଓ ପ୍ରକୃତିଙ୍କୁ ପଚରା ଉଚୁରା ପାଇଁ ପୋଲିସ ଥାନାରେ ହାଜର ହେବା ପାଇଁ କହିଥିଲା ।

ପ୍ରକୃତି ନିଜ ପରିବାର ସହିତ ଓଡ଼ିଶା ଫେରିଥିବା ବେଳେ ବାବୁ ଆସିନଥିଲେ । ସେପଟେ ମାଆ ଅପରାଜିତା କୋହଭରା କଣ୍ଠରେ ଘରକୁ ଫେରିବା ପାଇଁ ବାବୁଙ୍କୁ ଅନୁରୋଧ କରିଥିଲେ ।ପ୍ରକୃତିଙ୍କ ପିତା ମନ୍ମଥ ମଧ୍ୟ ପତ୍ନୀ ଓ ପରିବାର ନିକଟକୁ ଫେରି ଆସିବା ପାଇଁ ବାବୁଙ୍କୁ କହିଥିବା କହିଥିଲେ । ଚେନ୍ନାଇ ଏୟାରପୋର୍ଟରେ ବାବୁଶାନଙ୍କୁ ଦେଖିବାକୁ ମିଳିଛି । ତେବେ ସେ ଓଡ଼ିଶା ଫେରିସରିଛି ।

ରାଜଧାନୀ ଭୁବନେଶ୍ବର ରେ ପହଞ୍ଚିଲେ ଅଭିନେତା ବାବୁଶାନ ମହାନ୍ତି । ଆଜି ବାବୁଶାନ ଚେନ୍ନାଇ ରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି । ସେ, ତାଙ୍କ ସ୍ତ୍ରୀ ତୃପ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କ ରେ କ’ଣ କହିବେ ସେ ନେଇ ସମସ୍ତେ ଅପେକ୍ଷା କରିଥିବା ବେଳେ ଏ ବାବଦ ରେ ଗଣମାଧ୍ୟମ ଆଗରେ ବାବୁଶାନ କିଛି କହିନାହାନ୍ତି ।

ପ୍ରଥମେ ମୋ ବାପା ମାଆ ପାଖକୁ ଯିବା କୁ ଦିଅନ୍ତୁ ବୋଲି କହି ଭୁବନେଶ୍ବର ବିମାନ ବନ୍ଦର ରୁ ନିଜ ଘର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ବାବୁଶାନ ଙ୍କୁ ପଚରାଉଚରା କରିପାରେ ପୋଲିସ ।

ବାବୁଶାନ୍ ମହାନ୍ତି ପ୍ରଥମେ ଘର କୁ ଆସିଥିଲେ ଓ ବାପା ମାଆ ଙ୍କୁ ଦେଖା କରି ଭୋ ଭୋ କରି କାନ୍ଦୁ ଥିଲେ ଆଉ କହିଥିଲେ କି ଏହି ପରି ଭୁଲ ଆଉ କେବେ ବି ହବନି ବୋଲି ଓ ମାଆ ଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ ।

ବାବୁଶାନ୍ କହିଥିଲେ କି ତୋ ପୁଅ ଏବେ ତତେ ଛାଡି କୁଆଡେ ବି ଯିବନି ମୁଁ ସଂପୂର୍ଣ୍ଣ ଭାବେ ବଦଳି ଯିବି । ଓ ଆଜି ବାବୁଶାନ୍ ମହାନ୍ତି ଓ ତାଙ୍କ ମାଆ ଙ୍କ ସହିତ ବାଲୋକୁନି କୁ ଆସିଥିଲେ ଓ କିଛି ନ କହି ସେ ଖାଲି ଦର୍ଶକ ମାନଙ୍କୁ ଧନ୍ୟବାଦ୍ ଜଣାଇ ପଳିଗଲେ ଆଉ କିଛି କହିଲେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।