viral ଭିଡ଼ିଓ – ହେ ଭଗବାନ..ରଥ ଉପରୁ ସେବାୟତଙ୍କ ସହ ଖସିପଡ଼ିଲେ କାଳିଆ ସାଆନ୍ତ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ରଥ ଯାତ୍ରା ସମୟରେ ଘଟିଲା ସବୁଠୁ ବଡ ଅଘଟଣ। ଏଭଳି ଅଘଟଣ ଆଗରୁ ହୁଏତ ଦେଖିବାକୁ ମିଳି ନଥିଲା। ଏମିତି ଏକ ଅଘଟଣ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଲିଥିଲା ରଥ ଯାତ୍ରା ଭକ୍ତମାନେ କାଳିଆ ସାଆନ୍ତଙ୍କୁ ନେଇ ଖୁସିରେ ଖୁସିରେ ରଥରେ ନେଉଥିଲେ। ଆଉ ଶେଷରେ ପହଁଚି ଥିଲେ ମାଉସୀ ଘର ପାଖରେ।

ଆଉ ସେହି ସମୟରେ ଘଟି ଯାଇଛି ଏପରି ଏକ ଅଘଟଣ। ଯେତେବେଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ପହଣ୍ଡି କରି ସେବାୟତ ମାନେ ସିଡିରୁ ଓହ୍ଲାଇ ନେଉଥିଲେ ମାଉସୀ ଘରକୁ ଠିକ୍ ସେତିକି ବେଳେ ଭାଙ୍ଗି ଯାଇଥିଲା ରଥର ସିଡି।ଆଉ ଏହା ପରେ ରଥ ଉପରୁ ସେବାୟତଙ୍କ ସହ ତଳକୁ ଖସି ପଡିଲେ କାଳିଆ ସାଆନ୍ତ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ଖୁବ୍ ଭାଇରାଲ ହେବାରେ ଲାଗିଛି।

 ଏଭଳି ଏକ ଅଘଟଣ ବଲାଙ୍ଗିର ସହର ଘଟି ଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହ ଗାଁରେ ଦେଖିବାକୁ ମିଳିଛି ଏହି ଅଘଟଣ। ତେବେ ରଥଯାତ୍ରା ସମୟରେ ପହଣ୍ଡି ବେଳେ ମାଉସୀ ଘରକୁ ଆସୁଥିବା ସମୟରେ ଭାଙ୍ଗି ଯାଇଥିଲା ସିଡି ଆଉ ସେବାୟତ ମାନଙ୍କ ସହିତ ତଳେ ପଡି ଯାଇଥିଲେ ମହାପ୍ରଭୁ ଜଗନ୍ନାଥ।

ତେବେ ଆପଣ ଭିଡିଓରେ ଦେଖିବାକୁ ପାଉଥିବେ ରଥର ଆକାର। ରଥଟି ବେଶୀ ବଡ ନୁହେଁ ତେବେ ରଥର ଆକାର ଅନୁଯାୟୀ ତା ଉପରେ ଯଥେଷ୍ଟ ଅଧିକ ବ୍ୟକ୍ତି ରଥ ଉପରକୁ ଚଢ଼ିଥିଲେ। ଯେଉଁଥି ପାଇଁ ଏଭଳି ଅଘଟଣ ଘଟି ଯାଇଛି।ତେବେ ଏଠାରେ ଏତେ ଛୋଟିଆ ରଥ ଉପରକୁ ଏତେ ଲୋକକଣ ପାଇଁ ଉଠିଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି।


କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହୋଇଛି ରଥ ଯାତ୍ରା। ଭକ୍ତମାନେ ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କୁ ରଥକୁ ଟାଣିବାର ସୁଯୋଗ ପାଇଛନ୍ତି। ଗାଁ ଗାଁରେ ଗଡିଛି ଏଥର ମହାପ୍ରଭୁଙ୍କ ରଥ। ହୁଳହୁଳି ଶଙ୍ଖ ମୃଦଙ୍ଗର ପ୍ରତିଧ୍ଵନିରେ ପ୍ରକମ୍ପିତ ହୋଇଛି ପ୍ରତିଟି ଗାଁ।

ହେଲେ ବଲାଙ୍ଗିର ସହର ଦେଓଗାଁ ବ୍ଲକ ଜରାସିଂହ ଗାଁରେ ହୋଇଥିବା ରଥ ଯାତ୍ରାରେ ଏଭଳି ଅଘଟଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସବୁ ଭକ୍ତଙ୍କ ମନରେ ଖୁବ୍ ଆଘାତ ସୃଷ୍ଟି କରିଛି। ଏହି ମନୁଷ୍ୟ କୃତ ତିଆରି ରଥରେ ରହି ଥିବା ତୃଟି କାରଣରୁ ଆଜି ମହାପ୍ରଭୁ ଜଗନ୍ନାଥ ତଳେ ପଡି ଯାଇଛନ୍ତି ଯାହା ସେଠାରେ ଉପସ୍ଥିତ ଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନକୁ ଖୁବ୍ କଷ୍ଟ ଦେଇଛି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥି ସହିତ ମହାପ୍ରଭୁଙ୍କ ଏଭଳି ତଳେ ପଡ଼ିଯିବାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ନାନା ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।