ଛିଃ…ଛିଃ…ବାପାଙ୍କୁ ଗାଁ ଦାଣ୍ଡ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରିଦେଲେ ପୁଅ ବୋହୁ,ଭିଡ଼ିଓ ଦେଖିଲେ ପାଦତଳୁ ମାଟି ଖସି ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବାପାଙ୍କ ପାଇଁ ଦିନ ଟିଏ, ଭଗବାନଙ୍କ ମଥାରୁ ଖସି ପଡିଥିବା ଆର୍ଶୀବାଦର ଫୁଲ ହେଉଛନ୍ତି ବାପା । ଭାଙ୍ଗିଲେ ଗଢି ଦିଅନ୍ତି, ହଜିଲେ ଖୋଜି ଆଣନ୍ତି, ଋଷିଲେ ମନେଇ ଆଣୁଥିବା ବ୍ୟକ୍ତିତ୍ବ ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖନ୍ତି, ସନ୍ତାନର ସ୍ବପ୍ନ ପାଇଁ ଯିଏ ଦିନ ରାତି ପରିଶ୍ରମ କରନ୍ତି, ଜୀବନରେ ହାରିଗଲେ ଯିଏ ଆଗକୁ ବଢିବା ପାଇଁ ସାହାସ ଦିଅନ୍ତି, ଅଦୃଶ୍ୟ ପ୍ରେରଣା ଦାତା ସାଜି ମନ ମନ୍ଦିରରେ ଦେବତାଭଳି ପୂଜା ପାଉଥିବା ମନୁଷ୍ୟ ହେଉଛନ୍ତି ବାପା ।

ସନ୍ତାନ ମାଆଙ୍କ ଠାରୁ ସଂସ୍କାର ଶିଖେ ସତ କିନ୍ତୁ ଜୀବନର ଚଲାପଥରେ କିଭଳି ସଫଳତା ପାଇବ ସେହି ପ୍ରେରଣା କେବଳ ବାପାଙ୍କ ଠାରୁ ଶିଖିବାକୁ ମିଳିଥାଏ । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା ।

 ସନ୍ତାନ ଯଦି ମା’ଙ୍କଠାରୁ ବଞ୍ଚିବାର କଳା ଶିଖେ ହେଲେ ବାପା ନିଜେ ଉପାର୍ଜନ କରି ପିଲାକୁ ବଞ୍ଚାଇଥାଏ । ମହାନ ଭାରତୀୟ ସଂସ୍କୃତି ରେ ବାପା ଙ୍କୁ ଦେବତା ସହ ତୁଳନା କରାଯାଇଥାଏ । ତାଙ୍କ ସାହାରା ସାଙ୍ଗରେ ଥିଲେ କାନ୍ଥ ମଜଭୁତ ହୋଇଥାଏ । ସେହି ପୁଅ ଆଜି ବାପାଙ୍କ ର ଜୀବନ ନେବାକୁ ପଛଉ ନାହାନ୍ତି । ସନ୍ତାନ ପାଲଟିଛି ରକ୍ଷାସ ବାପାଙ୍କୁ ପିଟି ପିଟି ମାରିଦେଲେ । ଯିଏ ନ ଖାଇ ସନ୍ତାନ ପାଇଁ ଖାଇବା ଆଣି ଦେଉଥିଲେ ତାହାକୁ ଆଜି ପିଟି ପିଟି ମାରିଦେଲେ ।
ବୁଢ଼ା ବାପା କୁ ବିଦ୍ୟୁତ୍‌ ଖୁଣ୍ଟ ରେ ବାନ୍ଧି ଖୁବ୍‌ ପିଟିଲେ ପୁଅ ବୋହୂ । ତାଙ୍କ ମାଡ଼ରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେ । କେବଳ ପୁଅ ନୁହେଁ ପୁଅ ସହ ବୋହୁ ମଧ୍ୟ ସାଥ ଦେଇ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ମାରି ଦେଲେ ।

ସମସ୍ତଙ୍କ ସାମନାରେ ଏଇ ଘଟଣା ଘଟିଲା ହେଲେ କେହି ରୋକିଲେ ନାହିଁ କି ବାଧା ବି ଦେଲେ ନାହିଁ । ହେଲେ କେହି ଜଣେ ଘଟଣାର ଭିଡିଓ ସୁଟିଂ କଲେ । ଶେଷରେ ସମସ୍ତ ଙ୍କ ସାମନା ରେ ଜୀବନ ଚାଲିଗଲା ବୟସ୍କ ବୃଦ୍ଧଙ୍କର।

ଲକ୍ଷ୍ମୀପୁର ଥାନା ଅଧୀନ ଉପରକୁଟିଙ୍ଗା ଠାରେ ଗତକାଲି ଏହି ଅଭାବନୀୟ ଘଟଣା ଘଟି ଯାଇଛି । ପୁଅ ଏବଂ ବୋହୂ ମିଶି ବୃଦ୍ଧ ବାପା ଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବ ସତ୍କାର କରି ଦେଇଥିଲେ । ତେବେ ଆଜି ସକାଳେ ଗାଁ ଦାଣ୍ଡରେ ବାନ୍ଧି ପିଟି ପିଟି ହତ୍ୟା କରି ଥିବା ଭିଡିଓ ମୋବାଇଲ୍‌ କୁ ମୋବାଇଲ ଘୂରି ବୁଲିବା ର ଦେଖିବାକୁ ମିଳିଛି । ଭିଡିଓଟି ଭାଇରଲ ହେବା ପରେ ଲକ୍ଷ୍ମୀପୁର ପୋଲିସ ପଦକ୍ଷେପ ଗ୍ରହଣ କରିଛି ।

ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍ ଏକ ପୋଲିସ ଟିମ୍ ନେଇ ଉପର କୁଟିଙ୍ଗାରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ କେଉଁ କାରଣରୁ ନିଜ ବାପା କୃଷ୍ଣ ମିନିୟାକା ଙ୍କୁ ପୁଅ ବୋହୂ ମାରିଲେ ତାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ପୁଅ ଓ ବୋହୂଙ୍କୁ ଥାନାକୁ ଆଣି ପଚରା ଉଚାରା କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।