Exclusive Video – ପ୍ରଥମ ଥର ଦେଖନ୍ତୁ ରାଇମୋହନ ପରିଡାଙ୍କ ଘର ପରିବାର,କିଛି ପୁରୁଣା ସୃତି ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ ଦେଖନ୍ତୁ ଭିଡ଼ିଓ…

ଅଫେର ରାଇଜରେ ରାଇମୋହନ ପରିଡା।ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଆଉ ଆମ ଗହଣରେ ନାହାନ୍ତି।ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସ ଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରା ଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଓଡ଼ିଆ ସିନେ ପ୍ରେମୀ ଓ କଳା ଜଗତକୁ ବଡ଼ ଝଟକା ଲାଗିଛି।ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ଓଲିଉଡ, ଜଲିଉଡ ସହ ସାରା ଓଡ଼ିଶା।

ତେବେ ଆମେ ଆଜି ଜାଣିବା ରାଇ ମୋହନଙ୍କ ଘର ପରିବାର ବିଷୟରେ। ୧୯୬୩ ଜୁଲାଇ ୧୦ ତାରିଖରେ କେନ୍ଦୁଝରର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ପିଲାଦିନ ତାଙ୍କର ସେଇଟି କଟିଥିଲା। ଗାଁ ସ୍କୁଲରେ ପାଠପଢ଼ା ସାରିବା ପରେ ମୟୁରଭଞ୍ଜର କରଞ୍ଜିଆ କଲେଜରୁ ବିଏ ପାସ୍ କରିଥିଲେ।

 ଏହାପରେ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରୁ ଅଭିନୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ ୧୯୮୫ ଆରମ୍ଭ କରିଥିଲେ ନିଜର ଅଭିନୟ କ୍ୟାରିଅର। ଏହାପରେ ଦର୍ଶକ ରାଇମୋହନଙ୍କୁ ପରଦା ଉପରେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିୟନ କରିବାର ଦେଖିବାକୁ ପାଇଥିଲେ।

ଚମତ୍କାର ଅଭିନୟ ପାଇଁ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଇମୋହନ ତାଙ୍କ କ୍ୟାରିଅରେ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୧୫ରୁ ଅଧିକ ବଙ୍ଗାଳି ସିନେମା ଓ ୪୦ରୁ ଅଧିକ ଯାତ୍ରାରେ ଅଭିନୟ କରିଛନ୍ତି।


ତେବେ ଆମେ ଯଦି ତାଙ୍କ ଘର ଓ ପରିବାର ଉପରେ ନଜର ପକାଇବା ତେବେ ରାଇମୋହନ ତାଙ୍କ ପରିବାର ସହିତ ଭୁବନେଶ୍ୱରରେ ବାସ କରନ୍ତି। ରାଇମୋହନଙ୍କ ପତ୍ନୀଙ୍କର ନାମ ହେଲା ରଞ୍ଜିତା ପରିଡା।୧୯୮୬ ମସିହାରେ ସେ ରଞ୍ଜିତାଙ୍କୁ ପ୍ରେମ୍ ବିବାହ କରିଥିଲେ। ଏହାପରେ ସେମାନଙ୍କର ଦୁଇଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ତେବେ ବଡ ଝିଅର ବିବାହ ସରି ଯାଇଥିବା ବେଳେ ସାନ ଝିଅ ଏବେ ପାଠ ପଢୁଛି।

ତେବେ ରାଇମୋହନ ପରିଡାଙ୍କ ଗତ ଶୁକ୍ରବାର ନିଜ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି ତାଙ୍କ ମୃତ୍ୟୁରେ ସାରା କଳା ଜଗତ ଉପରକୁ କଳା ଅନ୍ଧାର ମାଡି ଆସିଛି। ତାଙ୍କ ମୃତ୍ୟୁରେ ସିନେ ପ୍ରେମୀ ଓ ସିନେ ଜଗତ ସ୍ତବ୍ଧ ହୋଇ ଯାଇଛି ଆଉ ପରଦାରେ ସେହି ଦମଦାର ସଂଳାପ ଆଉ ଶୁଣିବାକୁ ମିଳିବନି ସତ କିନ୍ତୁ କଳାକାର କେବେବି ମରେନି ସେହିଭଳି ରାଇ ଭାଇ ଯୁଗ ଯୁଗକୁ ଅମର ହୋଇ ରହିବେ।

ତେବେ ବର୍ତ୍ତମାନ ସମୟରେ ରାଇମୋହନ ପରିଡାଙ୍କ ପରିବାର ସହିତ ବିତାଇ ଥିବା କିଛି ସୁନ୍ଦର୍ ମୁହୂର୍ତ୍ତର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ଯଦି ଏହି ଭିଡିଓ ଦେଖି ନାହାନ୍ତି ତେବେ ନିଶ୍ଚୟ ଭାବେ ଥରେ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।