shocking video -ହାଇୱେ ମଝିରେ କାର ଚାଳକର ମୃତ୍ୟୁର live ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଯେତେବେଳେ ରାସ୍ତା ରେ କିଏ ଯାଇଥାନ୍ତି ସମସ୍ତେ ସୁରକ୍ଷିତ ଭାବରେ ନିଜ ସ୍ଥାନ ରେ ପହଞ୍ଚିବାକୁ ଚାହିଁ ଥାନ୍ତି । ହେଲେ ଆଜିର ସମୟରେ ଦୃତ ଗାଡ଼ି ଚାଳନା ଓ ବେପାରୁଆ ଭାବରେ ଗାଡ଼ି ଚାଳନା ପାଇଁ କେତେ କେତେ ଦୁର୍ଘଟଣା ଘଟି ଯାଉଛି। କିଛି ଲୋକଙ୍କ ଅସାବଧାନତା ଓ ବେପରୁଆପଣ ପାଇଁ କେତେ କେତେ ମୂଲ୍ୟବାନ ଜୀବନ ଚାଲିଯାଉଛି।

ବାଇକିଂ ଦୁନିଆରେ ଗୋଟେ ବିପଦଜନକ ଶବ୍ଦ ହେଉଛି ପ୍ୟାନିକ୍ ବ୍ରେକିଂ ଏହାର ଅର୍ଥ ହେଉଛି ହଠାତ୍ ଡରିଯାଇ ବ୍ରେକ ମାରିଦେବା ଏବଂ ଏହା ଫଳରେ ଏକ ବଡ ଦୁର୍ଘଟଣା ଘଟିଯିବା। ତେବେ ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ ଯାହା ଆପଣଙ୍କୁ ଖୁବ୍ ଚକିତ କରିବ।

 ହାଇୱେ ମଝିରେ କାର ଚାଳକ ଜଣକ ଏଭଳି ହରକତ ଦେଖାଇଛନ୍ତି ଯାହା ଦେଖିଲେ ଆପଣ ମାନେ ତାଜୁବ ହୋଇଯିବେ। କାର ଚାଳକଙ୍କ ହରକତ ଯୋଗୁଁ ଦୁଇ ଦୁଇଟି ଟ୍ରକ୍ ଚାଳକଙ୍କ ଅବସ୍ଥା ଖରାପ୍ ହୋଇ ଯାଇଛି। କିନ୍ତୁ କାର ଚାଳକଙ୍କୁ ଏଥିରେ କିଛି ବି ଫରକ୍ ପଡି ନାହିଁ। କାର ଚାଳକ କିଛି ନ ଜାଣିଲା ପରି ସେଠାରୁ ଚାଲି ଯାଉଛନ୍ତି।

ଭିଡିଓରେ ଦେଖିବାକୁ ପାଇବେ ହାଇୱେ ଉପରେ ଏକ ଧଳା କାର ଦୃତ ଗତିରେ ଆଗକୁ ଆସୁଛି। କିନ୍ତୁ କାର ଚାଳକଙ୍କ ମୁଣ୍ଡରେ କଣ ଆସୁଛି କେଜାଣି ସେ ହଠାତ୍ ବ୍ରେକ ମାରି ମଝି ରାସ୍ତାରେ ଅଟକି ଯାଉଛି ଏବଂ କାରଟିକୁ ଡାହାଣକୁ ମୋଡ଼ି ଦେଉଛି। ଫଳରେ ପଛପଟୁ ଆସୁଥିବା ଏକ ଟ୍ରକ ଚାଳକ କାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। କିନ୍ତୁ ତାଙ୍କ ନିଜ ଟ୍ରକ ଟି ଭାରସାମ୍ୟ ହରାଇ ଓଲଟି ପଡୁଛି।

କାର ଚାଳକ ଜଣକ ଜୀବନ ବଞ୍ଚି ଯାଇଥିଲେ ବି ସତେ ଯେମିତି ତା ଉପରେ ଏହାର କିଛି ବି ପ୍ରଭାବ ପଡ଼ି ନାହିଁ। ପୁଣି ଥରେ କାର୍ ଚାଳକ ଜଣକ ଆଗ ପଛ କିଛି ନ ଦେଖି ଧୀରେ ଧୀରେ ଡାହାଣ ଆଡକୁ ଯାଉଛି। ଏହା ପରେ ଅନ୍ୟ ଏକ ଟ୍ରକ ଆସି କାର ଚାଳକଙ୍କ ଏଭଳି ହରକତ ଦେଖି ଖୁବ୍ ଜୋରରେ ବ୍ରେକ ମାରି ଦଉଛି।

ଆଉ ସମ୍ପୂର୍ଣ୍ଣ ଘୂରି ଯାଉଛି। ଏଥର ବି କାର ଚାଳକଟି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। କିନ୍ତୁ ତଥାପି ତାଙ୍କୁ କିଛି ଫରକ ପଡୁ ନାହିଁ। ତାକୁ ବଞ୍ଚାଇବା ପାଇଁ ଦୁଇଟି ଟ୍ରକ ଦୁର୍ଘଟଣାର ଶିକାର ହୋଇଥିଲେ ବି ସେ କିଛି ନ ହେଲା ପରି ଆରାମସେ ଗାଡ଼ି ଚଳାଇ ଚାଲି ଯାଉଛି।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରି ଥିବା ବେଳେ କାର ଚାଳକଙ୍କ ଏଭଳି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।