Exclusive Video – ସମ୍ବିତ ରଜ କୁଇନ୍ TRP ନାଁରେ ଭଲ ପ୍ରଶ୍ନ ପଚାରନ୍ତି ! ଏ ନେଇ ଯୁବତୀ ଜଣଙ୍କ ଯାହା କହିଲେ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ସମ୍ବିତ ଆଚାର୍ଯ୍ୟ । ଓଲିଉଡ ସିନେମା ଜଗତର ଏକ ନାମୀଦାମୀ ଅଭିନେତା। ନିଜ ଅଭିନୟ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି ଏହି ଓଲିଉଡ ହିରୋ ଜଣକ। ତେବେ ଓଲିଉଡର ଏହି ହିରୋ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲର ଶୀକାର ହେଉଥିବାର ଆପଣ ଦେଖିବାକୁ ପଉଥିବେ।

ନିଜ ସିନେମାକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ସମ୍ବିତ ତା ଠାରୁ ରିଆଲିଟି ଶୋରେ ପ୍ରତିଯୋଗୀ ମାନଙ୍କୁ ଅବାନ୍ତର ପ୍ରଶ୍ନ ପଚାରି ଅଧିକ ଚର୍ଚ୍ଚାରେ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ରିଆଲିଟି ଶୋରେ ସମସ୍ତଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରଶ୍ନ ପଚାରି ଏହି ଅଭିନେତା ସମାଲୋଚନାର ଶୀକାର ହେଉଥିବାର ଦେଖିବାକୁ ମିଳୁଛି।

ଘରୋଇ ଚ୍ୟାନେଲର ରିୟଲିଟି ଶୋରେ ସେ ପ୍ରତିଯୋଗୀ ମାନଙ୍କୁ ପଚାରି ଥିଲେ ଚକୁଳି ପିଠାର କେତୋଟି କଣା ? କଟକର ନାଁ କଟକ କାହିଁକି ? ବାରବାଟୀର ମୁଣ୍ଡି କିଏ ମାରିଥିଲା ? ସମୁଦ୍ର ମଝିରେ କ’ଣ ଅଛି ? ଏମିତି ଅଖାଡ଼ୁଆ ପ୍ରଶ୍ନ ପଚାରିଥିଲେ । ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆର ସମାଲୋଚନା କରାଯାଉଥିବାର ଦେଖିବାକୁ ମିଳିଛି।

ତେବେ ନିକଟରେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ପଚାରିଥିବା ପ୍ରଶ୍ନ ଗୁଡ଼ିକ ତାଙ୍କ ନିଜର ନୁହେଁ, ବରଂ ଏସବୁ ପ୍ରଶ୍ନ ସ୍କ୍ରିପଟ୍ ରେ ଥାଏ। ଅର୍ଥାତ୍ ପ୍ରଶ୍ନ ଗୁଡ଼ିକ ଆଗରୁ ଲେଖା ଯାଇଥାଏ ଓ ବିଚାରପତି ଭାବେ ସେହି ପ୍ରଶ୍ନ ସେମାନଙ୍କୁ ପଚାରିବାକୁ ହୋଇଥାଏ।

ତେବେ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଜଣେ ପ୍ରତିଯୋଗୀ। ତେବେ ପ୍ରତିଯୋଗୀ ଜଣକ ୨୦୧୭ ମସିହାରେ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ରଜ କୁଇନରେ ପାର୍ଟିସିପେଟ କରିଥିଲେ।

ଆଉ ଏହି ଯୁବତୀଙ୍କୁ ଅଭିନେତା ସମ୍ବିତ ବାରବାଟୀ ଷ୍ଟାଡିୟମ ର ମୁଣ୍ଡି କିଏ ମାରିଥିଲେ ବୋଲି ପଚାରି ଥିଲେ। ଯେଉଁ ପ୍ରଶ୍ନ ଶୁଣି ଯୁବତୀ ଜଣଙ୍କ କନଫ୍ୟୁଜ ହୋଇ ଯାଇଥିଲେ। ଓ କହିଥିଲେ କୋଣାର୍କ ମନ୍ଦିରର ମୁଣ୍ଡି ଧର୍ମପଦ ମାରିଥିଲେ କିନ୍ତୁ ବାରବାଟୀ ଷ୍ଟାଡିୟମ ର ମୁଣ୍ଡି ମରା ହୋଇନି। କିନ୍ତୁ ଯୁବତୀଙ୍କ ଏହି ଉତ୍ତରରେ ସମସ୍ତେ ହସୁଥିଲେ ଯେଉଁଥି ପାଇଁ ଯୁବତୀଙ୍କୁ ଅପମାନ ଲାଗିଥିଲା। ଏହି ଭିଡିଓଟିକୁ ନେଇ ଏବେ ସୋସିଆଲ ମିଡିଆରେ ଅଭିନେତା ଜଣଙ୍କ ଟ୍ରୋଲ ହେଉଛନ୍ତି।

ତେବେ ଏଠାରେ ଯୁବତୀ ଜଣକ କହିଛନ୍ତି ଟିଆରପି ନାଁ ରେ ଏଭଳି ପ୍ରଶ୍ନ ପଚାରିବା ଠିକ୍ ନୁହେଁ। ଯଦି ଜଜେସ ମାନେ ସେମାନଙ୍କୁ ଦିଆଯାଇଥିବା ସ୍କ୍ରିପ୍ଟ ଅନୁସାରେ ପ୍ରଶ୍ନ ପଚାରୁଛନ୍ତି ତେବେ ପ୍ରଥମେ ସେମାନେ ଭାବିବା ଦରକାର କି ଏହି ପ୍ରଶ୍ନଟା ପଚାରିବା କେତେ ଜୋର୍ ଠିକ୍। ଆଉ ଯେଉଁ ମାନେ ଏଭଳି ସ୍କ୍ରିପ୍ଟ ଲେଖିଛନ୍ତି ସେମାନେ ମଧ୍ୟ ଭଲ ଭାବରେ ଚିନ୍ତା କରି ସ୍କ୍ରିପ୍ଟ ଲେଖିବା ଦରକାର ତେଣୁ ଟିଆରପି ନାରେ ଏଭଳି ପ୍ରଶ୍ନ ପଚାରିବା ଠିକ୍ ହୋଇନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।