ଲୁଚି କରି ସ୍ୱାମୀ ବାହା ହେଉଥିଲେ ଗେଟ ଭାଙ୍ଗି ଘର ଭିତରକୁ ପଶିଲେ ପ୍ରଥମ ସ୍ତ୍ରୀ ,ଭିଡ଼ିଓ ଦେଖିଲେ ମୁଣ୍ଡକାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଗେଟ୍ ଭାଙ୍ଗି ଘର ଭିତରେ ଧସେଇ ପଶିଲେ ପ୍ରଥମ ସ୍ତ୍ରୀ। ଘରେ ପଶି ଟିଭି ଫ୍ରିଜ୍ ଚା କପ୍ ସବୁ ଭାଙ୍ଗିଲେ। ମୋ ସ୍ବାମୀ ଙ୍କ ବାହାଘର କରିବା ପାଇଁ ତୁମେ କିଏ ବୋଲି ପ୍ରଶ୍ନ କଲେ। ତେବେ ପ୍ରଥମ ସ୍ତ୍ରୀ ଥାଉ ଥାଉ ସ୍ବାମୀଙ୍କ ଦ୍ୱିତୀୟ ବିବାହ କରିବା ପାଇଁ ଯାଉଥିଲେ ପରିବାର ଲୋକେ। ଯାହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଗେଟ୍ ଭାଙ୍ଗି ଘର ଭିତରେ ପଶି ଭଙ୍ଗାରୁଜା କରିଥିଲେ।
ଚାଲିଥିଲା ସ୍ବାମୀଙ୍କ ବାହାଘର ଆଉ ସେଠାରେ ହଠାତ ଯାଇ ପହଁଚି ଗଲେ ପ୍ରଥମ ସ୍ତ୍ରୀ। ଆଉ କହିଲେ ସେ ମୋ ସ୍ବାମୀ। ଆମର ଗୋଟିଏ ସନ୍ତାନ ମଧ୍ୟ ରହିଛି। ତେବେ ମହିଳା ଜଣକ ଛୋଟ ଜାତିର ହୋଇ ଥିବାରୁ ଘରକୁ ପଶିବା ପାଇଁ ସୁଯୋଗ ଦେଇ ନଥିଲେ ପରିବାର ଲୋକେ। ଘର ବାହାରେ ମହିଳାଙ୍କୁ ମାଡ ମଧ୍ୟ ମାରା ଯାଇଥିଲା।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଭଣ୍ଡାର ପୋଖରୀ ବ୍ଲକ ଶରସଦା ପଞ୍ଚାୟତରୁ। ଅଭିଯୋଗ ଅନୁଯାୟୀ ଶରସଦା ଗ୍ରାମର ଜ୍ୟୋତ୍ସ୍ନାରାଣୀଙ୍କ ବାହାଘର ଅନ୍ୟ ଜଣକ ଠିକ୍ ହୋଇଥିବା ବେଳେ ଉକ୍ତ ଗ୍ରାମର ପିନା ସାମଲ ଜ୍ୟୋତ୍ସ୍ନାଙ୍କୁ ଅପହରଣ କରି ନେଇଥିଲେ।
ଏହାକୁ ନେଇ ପୋଲିସ ପିନା ସାମଲକୁ ଗିରଫ କରିଥିଲା। କିନ୍ତୁ ମଧ୍ୟସ୍ଥିଙ୍କ ଜରିଆରେ ପିନା ଜ୍ୟୋତ୍ସ୍ନାଙ୍କୁ ବିବାହ କରିବେ ବୋଲି କହିଥିଲେ। ଏହାପରେ ପିନା ଜେଲରୁ ବାହାରିବା ପରେ ଦୁହିଁଙ୍କ ବିବାହ ମଧ୍ୟ ହୋଇଥିଲା। ବିବହା ପରେ ଉଭୟଙ୍କ ଗୋଟିଏ ପୁଅ ମଧ୍ୟ ହୋଇଥିଲା। କିନ୍ତୁ ପୁଅ ଜନ୍ମ ହେବା ପରେ ପିନା ଜ୍ୟୋତ୍ସ୍ନାଙ୍କୁ ଛାଡ଼ି ପଳାଇଥିଲେ।
ଆଉ ଏବେ ଜ୍ୟୋତ୍ସ୍ନାଙ୍କ ନଣନ୍ଦନଜେ ବିବାହ ହେଉଥିବା ବେଳେ ପିନା ମଧ୍ୟ ଦ୍ୱିତୀୟ ବିବାହ କରୁଥିଲେ। ଯାହାର ସୂଚନା ପଇବା ପରେ ସେଠାରେ ଯାଇ ପହଁଚି ଥିଲେ ପିନାଙ୍କ ପ୍ରଥମ ସ୍ତ୍ରୀ ଜ୍ୟୋତ୍ସ୍ନା। କିନ୍ତୁ ଜ୍ୟୋତ୍ସ୍ନାଙ୍କ ଜାତି ଛୋଟ ହୋଇଥିବାରୁ ତାଙ୍କୁ ଘର ଭିତରକୁ ପଶିବାକୁ ଅନୁମତି ଦେଇ ନଥିଲେ ପିନାଙ୍କ ପରିବାର ଲୋକେ। ଘର ବାହାରେ ମଧ୍ୟ ମାଡ ମାରିଥିବାର ଅଭିଯୋଗ ହୋଇଛି।
ଏହାପରେ ସକାଳୁ ସକାଳୁ ଜ୍ୟୋତ୍ସ୍ନାଙ୍କ ପରିବାର ଲୋକଙ୍କ ସହ ପିନାଙ୍କ ଘରର ଗେଟ୍ ଭାଙ୍ଗି ଭିତରେ ପଶି ଥିଲେ। ନ୍ୟାୟ ନ ମିଳିବା ଯାଏ ସେଇ ଘରେ ପଡ଼ି ରହିବେ ବୋଲି କହିଥିଲେ। ତେବେ ଛୋଟ ଜାତିକୁ ନେଇ ପିନାଙ୍କ ପରିବାର ଲୋକ ଜ୍ୟୋତ୍ସ୍ନା ଓ ତାଙ୍କ ୪ ବର୍ଷର ପୁଅକୁ ଘରେ ରହିବା ଦେଇ ନଥିବାରୁ କୋର୍ଟରେ ଏକ ମାମଲା ବିଚାରଧିନ ଥିବା ବେଳେ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ ଜ୍ୟୋତ୍ସ୍ନା ଏହାକୁ ବିରୋଧ କରୁଥିବାର କହିଛନ୍ତି ତାଙ୍କ ବାପା। ଅନ୍ୟ ପଟେ ପିନାଙ୍କ ବାପା କହିଛନ୍ତି ଯେ ମିଛ କେସ୍ କରି ତାଙ୍କ ପୁଅଙ୍କ ବାହାଘର କରା ଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।