ଏମିତି ମା ଜଗତେ ନାହିଁ ,ପେଟପାଇଁ ସଫେଇ କର୍ମଚାରୀ ନିଜର ପିଲାକୁ ପିଠିରେ ବାନ୍ଧି ରାସ୍ତା ଝାଡୁ କରୁଛନ୍ତି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ମୋ ଛୁଆକୁ କେବେ ବି ଛାଡିବିନି ଯେତେ ବି କଷ୍ଟ ହେଉ, ସେ ମୋ ଜୀବନ, ତା ବିନା ମୁଁ ବଞ୍ଚିବି କେମିତି ମରିବି ପଛେ ତାକୁ ଛାଡି ପାରିବିନି। ଏକଥା ଆମେ କହୁନୁ ଏକଥା ଗୋଟେ ମାର ସ୍ୱର। ଜଣେ ମା ହିଁ କେବଳ ଏମିତି ଚିନ୍ତା କରିପାରେ।ତ୍ୟାଗ ଓ ତପସ୍ୟାର ପ୍ରତୀକ ହେଉଛି ମା।ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ସିଏ ହେଉଛି ମା। ଯିଏ ସ୍ବର୍ଗଠୁ ବି ବଡ ଭଗବାନଙ୍କ ଠୁ ବି ମହାନ୍ ସିଏ ହେଉଛି ମା।୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଖୁବ୍ ହୃଦୟସ୍ପର୍ଶୀ।

 ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ହତାରେ ଝାଡ଼ୁ ଓ ଟୋକେଇ ଧରି ରାସ୍ତାରେ ଚାଲି ଚାଲି ଯାଇଉନ୍ତି। ଆଉ ତାଙ୍କ ପିଠିରେ ଛୁଆ ମଧ୍ୟ ରହିଛି। ତେବେ ଛୁଆକୁ ପିଠିରେ ପକାଇ ହିଁ ମହିଳା ଜଣକ କାମ କରୁଛନ୍ତି। ଆଉ ମହିଳାଙ୍କୁ ଯେତେେବେଳେ ଏ ବିଷୟରେ ପଚରା ଯାଇଥିଲା ସିଏ ଯାହା କହିଥିଲେ ତାହା ଶୁଣିଲେ ଆଖିରୁ ଲୁହ ଆସିଯିବ।

ମହିଳା ଜଣକ କହୁଛନ୍ତି ମୁଁ ମୋ ଛୁଆକୁ ଛାଡି ପାରିବିନି, ମୁଁ ମରିଗଲେବି ମୁଁ ମୋ ଛୁଆକୁ ଛାଡି ପାରିବିନି। ଛୁଆଟା ଛଡ଼ା ମୋ ଜୀବନରେ ଆଉ କଣ ଅଛି। କଷ୍ଟ ହେଉ ପଛେ କଷ୍ଟ ହେଲେ ବି ମୁଁ ମୋ ଛୁଆକୁ ଛାଡି ପାରିବିନି। ପେଟରେ ଧରି କାମ କରୁଥିଲିଏ ଏବେ ପିଠିରେ ଲଦି କାମ କରିବି। କଷ୍ଟ ତ କରିବାକୁ ପଡ଼ିବ।ଏମିତି କିଛି କହିଥିଲେ ମହିଳା ଜଣକ।

ତେବେ ସୂଚନା ଅନୁଯାୟୀ ଏହି ଭିଡିଓଟି ହେଉଛି ବାରିପଦା ଅଞ୍ଚଳର। ସେଠି ଲକ୍ଷ୍ମୀ ନାମକ ଏକ ମହିଳା ୮-୯ ବର୍ଷ ଧରି କାମ କରି ଆସୁଛନ୍ତି। ମାସକୁ ଦରମା ୮ ହାଜର ଟଙ୍କା। ଘରେ କେହି ନ ଥିବାରୁ ଲକ୍ଷ୍ମୀ ୯ ଦିନର ପିଲାକୁ ପିଠିରେ ଧରି କାମ କରୁଛନ୍ତି।

ଲକ୍ଷ୍ମୀଙ୍କ ଶାଶୁ ଦେଢ଼ ବର୍ଷ ହେବ ଆରପାରିକୁ ଚାଲି ଯାଇଛନ୍ତି। ଶଶୁର ରୋଗଗ୍ରସ୍ତ ହୋଇଥିବାରୁ ପିଲାଙ୍କୁ ଧରି ପାରନ୍ତି ନାହିଁ। ଆଉ ସ୍ବାମୀ ବାହାରେ କାମ କରନ୍ତି ତେବେ ଏକୁଟିଆ ଲକ୍ଷ୍ମୀଙ୍କୁ ପିଲା କଥା ବୁଝିବା ସହିତ କାମ ମଧ୍ୟ କରିବାକୁ ପଡ଼ୁଛି।

ତେବେ ଏହି ଭିଡିଓ ଗଣ ମାଧ୍ୟମ ସାମ୍ନାକୁ ଆସିଲା ପରେ ଲକ୍ଷ୍ମୀଙ୍କୁ ବହୁତ୍ ପ୍ରଶଂସା କରା ଯାଉଛି। ଏବଂ ଲକ୍ଷ୍ମୀଙ୍କ ଏହି ଭିଡିଓରେ ଭାବ ବିହ୍ୱଳ ହୋଇ ପଡିଛନ୍ତି ଦର୍ଶକ।ଆଜିର ଦିନରେ ଲକ୍ଷ୍ମୀ ସମାଜ ଓ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ସାଜି ପରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।