viral ଭିଡ଼ିଓ -ଲଗ୍ନଧରା ଦିନ ପ୍ରେମିକ ଫେରାର..ବାହାହେବ ବୋଲି କହି ଠକି ଦେଲା ପ୍ରେମିକ ରଖିଲା ସମ୍ପର୍କ,ସେପଟେ ପ୍ରେମିକ ଦୁଆରେ ବସିଲା ପ୍ରେମିକା ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପୁଣି ପ୍ରେମିକ ଦୁଆରେ ଧାରଣାରେ ବସିଲେ ଜଣେ ପ୍ରେମିକା। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଫେରାର। ଏପଟେ ପ୍ରେମିକାଙ୍କ କହିବା କଥା ମୋ ସରଳତାର ସୁଯୋଗ ନେଇ ମୋ ଫାଇଦା ଉଠାଇଲା। ମତେ ଭଲ ପାଇଲା ଆମ ଘରକୁ ଆସିଲା। ମତେ ବାହା ହେବ ବୋଲି କଥା ବି ଦେଲା।

ମୋ ସହ ସମ୍ପର୍କ ବି ରଖିଲା। ଆଉ ଯେତେବେଳେ ବାହାଘର କଥା ଉଠିଲା ତାରିଖ ଧାର୍ଯ୍ୟ ହେଲା ଲଗ୍ନ ଧରା ଦିନ ପ୍ରେମିକ କୁଆଡେ ଫେରାର ହୋଇ ଯାଇଛନ୍ତି। ଆଜ୍ଞା ହଁ ଏଭଳି କିଛି ଅଭିଯୋଗ ଆଣି ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ହାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ। ମିର୍ଜାପୁର ଗ୍ରାମର ଏକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗାଁର ଜଣେ ଯୁବକ ପ୍ରତାରଣା କରିଥିବାର ଅଭିଯୋଗ ହୋଇଛି। ଏମିତି କି ନ୍ୟାୟ ପାଇବା ପାଇଁ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ।

ମିର୍ଜାପୁର ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ୩ ବର୍ଷ ଧରି ଭଲ ପାଇ ଆସୁଥିଲେ। ଏମିତିକି ବିବହା କରିବା ପାଇଁ କଥା ଦେଇ ଯୁବତୀଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ସମ୍ପର୍କ ଖୁବ୍ ଗଭୀର ଥିଲା ଏତେ ଗଭୀର ଥିଲା ଯେ ଦୁହେଁ ଫିଜିକାଲ୍ ରିଲେସନ୍ ରଖିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ।।

 ୩ ବର୍ଷ ଧରି ଯୁବକ ଯୁବତୀଙ୍କ ଘରକୁ ପ୍ରାୟ ସମୟରେ ଯିବା ଆସିବା କରୁଥିଲେ। ଉଭୟ ପରିବାର ବିବାହ ପାଇଁ ରାଜି ଥିଲେ। ଏପରିକି କୁଆଡେ ଏକ ମନ୍ଦିରରେ ଯୁବତୀଙ୍କୁ ଶଙ୍ଖା ଆଉ ସିନ୍ଦୂର ମଧ୍ୟ ପିନ୍ଧାଇ ଥିଲେ ଯୁବକ। କିନ୍ତୁ ଯେତେବେଳେ ଉଭୟ ପରିବାରର ସହମତିରେ ବିବାହର ତାରିଖ ଠିକ୍ ହେଲା ସେତେବେଳେ କୁଆଡେ ଫେରାର ହୋଇ ଯାଇଛନ୍ତି ଯୁବକ। ଜୁନ୍ ୧୦ ତାରିଖ ଦିନ ହୋଇଥାନ୍ତା ଲଗ୍ନଧରା। ଆଉ ୧୬ ତାରିଖରେ ହୋଇଥାନ୍ତା ବିବାହ ବୋଲି କଥା ଦେଇଥିଲେ ଯୁବକଙ୍କ ବାପା ଓ ଭିଣୋଇ।

ତେବେ ୧୦ ତାରିଖ ଦିନ ଯୁବତୀଙ୍କ ପରିବାର ଲୋକେ ଲଗ୍ନଧରା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଶୁଣିବାକୁ ପାଇଥିଲେ ଯୁବକ ଜଣକ କୁଆଡେ ଫେରାର ହୋଇ ଯାଇଛନ୍ତି। ଆଉ ଏହି ଖବର ପ୍ରେମିକା ପାଇବା ପରେ ନ୍ୟାୟ ପାଇବା ଆଶାରେ ଯାଇ ପ୍ରେମିକର ଘର ଆଗରେ ଦେଇଛନ୍ତି ଧାରଣା।

ଏମିତିକି ଯୁବତୀଙ୍କ ସହ ତାଙ୍କ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ମଧ୍ୟ ଧାରଣାରେ ବସିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଲଗ୍ନ ଧରା ଦିନ ଫେରାର ହୋଇ ଯାଇଥିବା ପ୍ରେମିକ କେବେ ଘରକୁ ଫେରୁଛନ୍ତି ଆଉ ବିବହାର ପ୍ରଲୋଭନ ଦେଖାଇଥିବା ପ୍ରେମିକାକୁ ଆପଣାଉଛନ୍ତି କି ନାଇ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।