ଓଃ..କି..ଡ୍ୟାନ୍ସ – ନାଚି ନାଚି ନିଆରା ଶୈଳୀରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଦିଦି! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ନୃତ୍ୟ ଓ ଗୀତର ତାଳେ ତାଳେ ବିଦ୍ୟାର୍ଥୀ ଙ୍କୁ ପାଠ ପଢାଇଲେ ଦୁଇ ଅଙ୍ଗନବାଡ଼ି କର୍ମୀ । ଅଙ୍ଗନବାଡ଼ି କେନ୍ଦ୍ର ସେକ୍ଟର-୫ ରେ କାର୍ଯ୍ୟରତ ଅଙ୍ଗନବାଡ଼ି ଦିଦି ଗୀତାଞ୍ଜଳି ଲେଙ୍କା ଓ ସେକ୍ଟର-୨ର କାର୍ଯ୍ୟରତ ଦିଦି ରାଜଲକ୍ଷ୍ମୀ ସ୍ବାଇଁ ଶିଶୁ ମାନଙ୍କୁ ନିଜ କେନ୍ଦ୍ର ପ୍ରତି ଅଧିକ ଆକୃଷ୍ଟ କରାଇବା ପାଇଁ ଏଭଳି ନିଆରା ଢଙ୍ଗରେ ପାଠ ପଢ଼ାଉଛନ୍ତି ।
ନାଚିଲେ ଗାଇଲେ ପାଠ ପଢ଼ାଇ ଲେ ଉଭୟ କର୍ମୀ ନୃତ୍ୟ ଓ ଗୀତର ତାଳେ ତାଳେ କୁନି ବିଦ୍ୟାର୍ଥୀ ଙ୍କୁ ପାଠ ପଢାଇବାର ଭିଡିଓ ଏବେ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାର ଛୋଟ ଛୋଟ ଶିଶୁ ଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି ।
ହେଲେ ଛୋଟ ଶିଶୁ ମାନ ଙ୍କୁ ବିଦ୍ୟାଳୟ ଆଗମନ ଓ ଉତ୍ସାହ ଜନ୍ମାଇବା ପାଇଁ ଗାଁ ଗହଳି ରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କ ରେ ବର୍ତ୍ତମାନ ବିଭିନ୍ନ ଖେଳଣା ଠାରୁ ଆରମ୍ଭ କରି ପାଠ୍ୟ ଉପକରଣ ସହାୟତା ରେ ପାଠ ପଢ଼ା ଯାଉଛି ।
ଏହି ସମୟ ରେ ଏଭଳି ନାଚ ଗୀତ ର ତାଳେ ତାଳେ କୁନି ବିଦ୍ୟାର୍ଥୀ ଙ୍କୁ ପାଠ ପଢ଼ାଉଥିବା ନଜର ଆସିଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ର ରେ ଶିଶୁ ଙ୍କୁ ଶିକ୍ଷା ପ୍ରଦାନ କରା ଯାଇ ଥିବା ରୁ ଉଭୟ ଅଙ୍ଗନବାଡ଼ି କର୍ମୀ ଙ୍କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ।କୁନି କୁନି ପିଲା ଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ର ରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।
ଅଙ୍ଗନବାଡି ଦିଦିଙ୍କ ସହ ନାଚି ଜମେଇ ଦେଲେ ଛାତ୍ରୀ । ଦିଦି ଙ୍କୁ ଡ୍ୟାନ୍ସ ର କିଛି ନୂଆ ଅନ୍ଦାଜ ଶିଖାଇଲେ ଛାତ୍ରୀ । ଆଉ ତାଙ୍କ ଠାରୁ ଷ୍ଟେପ ଶିଖି ଦିଦି ବି ଠୁମକା ଲଗେଇ ଦେଲେ । ଏହି ସମୟ ର ଭିଡିଓ ଏବେ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେଉଥିବାର ଦେଖିବା କୁ ମିଳିଛି । ଉଭୟ ଏହି ସମୟ କୁ ବେଶ ଉପଭୋଗ କରୁଥିବାର ଆପଣ ଦେଖିପାରିବେ । ଇଏ ହିଁ ହେଉଛି ଆନନ୍ଦମୟ ଶିକ୍ଷା । କ୍ଳାସରୁମ୍ ରେ ପିଲା ଙ୍କୁ ଏମିତି ହିଁ ପାଠ ପଢିବାର ଆବଶ୍ୟକତା ରହିଛି ।
ତେବେ ଏମିତି କିଛି ଭିଡିଓ ଏବେ ଭାଇରାଲ ହେଉଛି । ଜଣେ ଦୁଇ ଅଙ୍ଗନବାଡ଼ି କର୍ମୀ ତାଙ୍କ ନିଜ କ୍ଳାସ ର ପିଲାଙ୍କ ସହ ଖୁସି ମଜାରେ ଡ୍ୟାନ୍ସ କରୁଛନ୍ତି । ତାଙ୍କ ଡ୍ୟାନ୍ସ ଦେଖି ଆପଣ ବି କହିବେ କାସ୍ ଆମ ସମୟ ରେ ବି ଏମିତି ଜଣେ ଦିଦି ଥାଆନ୍ତେ । ଯାହାବି ହେଉ ଆପଣଙ୍କ ସ୍କୁଲ ରେ ମଧ୍ୟ ନିଶ୍ଚୟ ଏମିତି ଜଣେ ଶିକ୍ଷକ ଥିବେ ଯିଏ ଆପଣଙ୍କ ମନ ବୁଝି ଆପଣ ଙ୍କୁ ପାଠ ପଢାଉ ଥିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।