viral video – ଛି..ଛି ..facebook ପ୍ରେମକରି ବାହାହେଲେ ଶାଶୂଘର ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ନୂଆ ବହୁ ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବିବାହର ୩ ମାସ ପରେ ନବବଧୂଙ୍କ ଆତ୍ମହତ୍ୟା। ନିର୍ଯାତନା ସହିନପାରି ନବବଧୂ କରିଛନ୍ତି ଆତ୍ମହତ୍ୟା। ପ୍ରେମ କରି ବିବାହ କରିଥିଲେ। ବାପା ମାଙ୍କୁ ପରକରି ପ୍ରେମିକର ହାତ ଧରିଥିଲେ। କିନ୍ତୁ ଯୌତୁକ କୁସ୍ଚିତ ପ୍ରଥା ପାଇଁ ବଳି ପଡ଼ି ଯାଇଛି ଆଜି ଏହି ନବବଧୂ ଜଣକ ଜୀବନ। ନିର୍ଯାତନାର କଷ୍ଟ ଏତେ ବଢି ଯାଇଥିଲା ଯେ ଶେଷରେ ଜୀବନ ହାରିବା ପାଇଁ ବାଧ୍ୟ ହୋଇଥିଲେ ଏହି ନବ ବିବାହିତ ନବବଧୂ ଜଣକ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନରେ ଥିବା ମଙ୍ଗଳାଯୋଡ଼ି ଗ୍ରାମରେ। ଏହି ଗ୍ରାମର ଦୀପକ ବେହେରା ସହିତ ପୁରୀ ଜିଲ୍ଲା ଅଁଳାଯୋଡ଼ି ଗ୍ରାମର ପଞ୍ଚାନନ ରାଉତଙ୍କ ଝିଅ ପିଙ୍କିଙ୍କ ମଧ୍ୟରେ ପ୍ରଥମେ ଫେସବୁକରେ ପରିଚୟ ହୋଇଥିଲା।

 ଏହାପରେ ଫେସବୁକରେ କଥାବାର୍ତ୍ତା ପରେ ସମ୍ପର୍କ ପ୍ରେମର ରୂପ ନେଇଥିଲା ଆଉ ତାପରେ ବିବାହ ମଧ୍ୟ ହୋଇଥିଲା। ପରିବାର ଲୋକେ ପ୍ରଥମେ ଏହି ପ୍ରେମକୁ ବିରୋଧ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ଖୁସିକୁ ଦେଖି ବିବାହ ପାଇଁ ରାଜି ହୋଇଥିଲେ ଉଭୟ ପରିବାର।

ଏହାପରେ ବୈଦିକ ରୀତିନୀତି ଅନୁସାରେ ତିନି ମାସ ପୂର୍ବରୁ ଦୀପକ ଓ ପିଙ୍କିଙ୍କ ବିବାହ ହୋଇଥିଲା। ଯୌତୁକରେ ଝିଅକୁ ଗହଣା ଓ ଘରକରଣା ଜିନିଷ ସବୁକିଛି ଦେଇ ଝିଅ ବିଦା କରିଥିଲେ ପରିବାର ଲୋକେ। କିନ୍ତୁ ପୁଅ ଘର ଲୋକେ ଡିମାଣ୍ଡ କରିଥିବା ୮୦ ହାଜର ଟଙ୍କାରୁ ୫୦ ହାଜର ଟଙ୍କା ଦେଇ ବାକି ଟଙ୍କା ପରେ ଦେବେ ବୋଲି କହିଥିଲେ ଝିଅର ବାପା।

 କିଛି ଦିନ ଭଲରେ ଘର ସଂସାର ଚାଲିଲା। ତାପରେ ଆରଂଭ ହୋଇ ଗଲା ଯୌତୁକ ନିର୍ଯାତନା। ଯାହାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥିଲା ଓ ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଥିଲା। ଏହା ଜାଣି ଝିଅ ଘର ଲୋକେ ଯୌତୁକ ମଧ୍ୟ ଦେଇଥିଲେ କିନ୍ତୁ ବିପଦ ଥମି ଯାଇ ନଥିଲା।

ତିନି ମାସ ଭିତରେ ଦିନକୁ ଦିନ ବଢି ଚାଲିଲା ଘୋରୋଇ ଅତ୍ୟାଚାର। ଅତ୍ୟାଚାରର ଭାର ଏତେ ବଢି ଯାଇଥିଲା ଯେ ଯାହାକୁ ଆଉ ସହ୍ୟ କରି ପାରି ନଥିଲେ ପିଙ୍କି ଆଉ ଏହାପରେ ସେ ମୃତ୍ୟୁକୁ ବାଛି ନେଇଥିଲେ।ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରି ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି ଏହି ନବବଧୂ ପିଙ୍କି।

ସେପଟେ ପିଙ୍କିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ଯୌତୁକ ପାଇଁ ପିଙ୍କିଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକେ ଚକ୍ରାନ୍ତ କରି ଝିଅକୁ ହତ୍ୟା କରିଛନ୍ତି। ମୃତ ପିଙ୍କିଙ୍କ ଦିଅର କହିଛନ୍ତି ଭାଉଜ ବହୁତ୍ ଭଲ ଥିଲେ। ଘରେ କିଛି କଳି ଝଗଡ଼ା ନଥିଲା ହେଲେ ଭାଉଜ କଣ ପାଇଁ ଏଭଳି ଏକ ନିଷ୍ପତି ନେଇଗଲେ ତାହା କାହାକୁ ବି ଜଣା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।