sadhubani -ସକାଳୁ ଉଠି ପ୍ରଥମେ କେଉଁ କାମ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ॥ ସକାଳେ କାହା ମୁହଁ ଚାହିଁଲେ ଶୁଭ ॥

ମା ଲକ୍ଷ୍ମୀ ହେଉଛନ୍ତି ଧନ ଓ ଐଶ୍ଵର୍ଯ୍ୟ ଦେବୀ କୁହାଯାଏ।ପ୍ରତ୍ୟକ ବ୍ୟକ୍ତି ଚାହାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ।ମାଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ।ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କରିବା ଦ୍ଵାରା ଆପଣଙ୍କ ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ରହିବ।

ପ୍ରତ୍ୟେକ ଦିନ ସକାଳୁ ବ୍ରାହ୍ମମୁହୂର୍ତ୍ତରେ ବିଛଣା ପରିତ୍ୟାଗ କରନ୍ତୁ। ଅର୍ଥାତ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ। ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଅବସ୍ଥା ସଦା ସର୍ବଦା ଠିକ୍ ଏହିଥାଏ ଓ ଡାକ୍ତରଙ୍କୁ ପଇସା ଦେବା ପାଇଁ ପଡେ ନାହିଁ ଯେଉଁଥି ପାଇଁ ଆପଣଙ୍କ ପଇସା ଖର୍ଚ୍ଚ ନ ହୋଇ ଆପଣଙ୍କ ପାଖରେ ରହିଥାଏ।

ଯଦି ଆପଣ ସକାଳେ ଉଠି ପ୍ରଥମେ ଗୋ ମାତାଙ୍କ ମୁଁହ ଦେଖୁଛନ୍ତି ତାହା ଅତ୍ୟନ୍ତ ଶୁଭ ହେଇଥାଏ। ଯଦି ଆପଣଙ୍କ ସାମ୍ନାରେ ଜଣେ ସୌଭାଗ୍ୟ ବତୀ ନାରୀ ଯିଏକି ନିଜ ମସ୍ତକରେ ସିନ୍ଦୁର ଧାରଣ କରିଥିବେ ସ୍ନାନ କରିଥିବେ ସେ ଯେମିତି କାହା ସହ ଝଗଡ଼ା ଗଣ୍ଡଗୋଳ କରୁନଥିବେ ସେହି ମହିଳା ମାନଙ୍କୁ ଦେଖିବା ଖୁବ୍ ଶୁଭ ହୋଇଥାଏ। ତା ସହିତ ଅଗ୍ନିହୋତ୍ର ବ୍ରାହ୍ମଣଙ୍କୁ ଯଦି ସକାଳେ ଦେଖୁଛନ୍ତି କି ଆପଣ ଏକ ଦୀପ ଜଳୁଥିବାର ମଧ୍ୟ ଦେଖିବାକୁ ପାଉଛନ୍ତି ତେବେ ଆପଣଙ୍କ ଦିନଟି ଶୁଭ ଏବଂ ମଙ୍ଗଳମୟ ଯିବ।


କିନ୍ତୁ ଆପଣ ସକାଳୁ ସକାଳୁ ଏସବୁ ଦେଖିବାକୁ ପାଇ ନ ପାରନ୍ତି ସେଥିପାଇଁ ଆପଣ ପ୍ରଥମେ ନିଜର ଦୁଇ ହସ୍ତକୁ ଘଷି ହାତ ପାପୁଲିକୁ ମୁଁହ ପାଖକୁ ନେଇ ଦର୍ଶନ କରନ୍ତୁ। କାହିଁକି ନା ମା ଲକ୍ଷ୍ମୀ ହସ୍ତକରରେ ବାସ କରିଥାନ୍ତି।

ତେବେ ସକାଳୁ ଉଠି ପ୍ରଥମେ ନିଜ ହସ୍ତ ପାପୁଲିକୁ ମୁଁହ ପାଖକୁ ନେଇ ଦର୍ଶନ କରି ଏକ ମନ୍ତ୍ର ପାଠ କରନ୍ତୁ ମନ୍ତ୍ରଟି ହେଉଛି- “କରାଗ୍ରେ ବସତି ଲକ୍ଷ୍ମୀ କରମଧ୍ୟେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦ: ପ୍ରଭାତେ କର ଦର୍ଶନମ୍”। ତେବେ ସକାଳୁ ଉଠି କରକୁ ଦେଖିବା ସହ ଏହି ମନ୍ତ୍ର ପାଠ କଲେ ଆଉ କୈାଣସି ପ୍ରକାର ସମସ୍ୟା ଦେଖାଯାଇ ନଥାଏ।

ଏହାପରେ ବେଡରୁ ତଳକୁ ଓହ୍ଲାଇବା ପୂର୍ବରୁ ପ୍ରଥମେ ମାଟି ମାକୁ କ୍ଷମା ପ୍ରାର୍ଥନା କରି ନିଅନ୍ତୁ। କାହିଁକି ନା ଆମେ ଦିନ ରାତି ଯେଉଁ ସବୁ କର୍ଯ୍ୟ କରୁଛୁ ତାହା ମାଟି ମାର ଛାତି ଉପରେ ଛିଡା ହୋଇ କରୁଛୁ। ଆଉ ମାଟି ମା ହେଉଛନ୍ତି ସ୍ଵୟଂ ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ଅନ୍ୟନାମ ହେଉଛି ଲୋକମାତା ଅର୍ଥାତ୍ ମାଟି ମା ଯିଏ ସମସ୍ତଂକ ମା। ତେଣୁ ଆପଣ ସକାଳୁ ଉଠି କର ଦର୍ଶନ କରି ସାରିବା ପରେ ମା ଲକ୍ଷ୍ମୀଙ୍କୁ ଅର୍ଥାତ୍ ମାଟି ମାଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ଦିନ ଆରମ୍ଭ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।