ସୁସ୍ଥ କେଶ ପାଇଁ ଡାଏଟ୍‌ | ଜାଣନ୍ତୁ କଣ କଣ ଖାଇବେ ! Dr. Patki Swapna

ସମଗ୍ର ବିଶ୍ଵରେ ସାଧାରଣତ ପୁରୁଷ ହେଉ ବା ମହିଳା ହୁଅନ୍ତୁ କେଶ ଝଡିବା ସମସ୍ଯା ଅଧିକ ଦେଖା ଯାଉଛି । ଏହା କୌଣସି ମାନସିକ ଚିନ୍ତା କାରଣରୁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ହୋଇଥାଏ । ଏଥିପାଇଁ ଡାକ୍ତର ମାନେ ମେଡିସନ ଲେଖିବା ସହ କିଛି ଡାଏଟ ମେଣ୍ଟେନ କରିବାକୁ କହିଥାନ୍ତି । କିଛି ଲୋକ ମାନେ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ନୁସଖା କରିବା ସହ ଶ୍ୟାମ୍ପୋ ବା ତେଲର ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପରିଣାମ ବିପରୀତ ହୋଇଥାଏ ।

ଆପଣ ମାନଙ୍କୁ କେସ କିପରି ସୁସ୍ଥ ରଖିହେବ ସେହି ବିଷୟରେ ଆପଣ ମାନେ କିପରି ଜାଣିବେ। ଯଦି ଆପଣ ନିଜର ଡାଏଟ ରେ ଭିଟାମିନ-ସି ଯୁକ୍ତ ଖାଦ୍ୟ ଆଡ କରିବେ ତେବେ ବହୁ ମାତ୍ରାରେ କେଶ ସମସ୍ୟା କମିଯିବ । ଯେପରି ଅଣ୍ଡା ଖାଇଲେ ଏଥିରେ ଥିବା ପ୍ରୋଟିନ ଓ ବାୟୋଟିନ ଯାହା ଆମ କେଶକୁ ଷ୍ଟ୍ରଙ୍ଗ କରିବ । ପମ୍ପକୀନ ସିଡ୍ସ, ଓ ନଟ୍ସ ଆଦିରେ ଥିବା ବହୁଳ ପରିମାଣରେ ଜିଙ୍କ ଥିବାରୁ ଏହା ଆମ କେଶ ପାଇଁ ବହୁତ ଉପକାରୀ ହୋଇଥାଏ ।

The bald truth: why you are losing hair and how to prevent it | India News - Times of India

କଣ କଣ ଖାଇବା ଦରକାର ଉପଯୋଗୀ ଖାଦ୍ୟ:- ପାଳଙ୍ଗ ଶାଗ, ସଜନା ଶାଗ ଓ କ୍ୟାପସିଗମ ରେ ଥିବା ଭିଟାମିନ- ସି ଆପଣଙ୍କ କେଶ ପାଇଁ ଉପକାରୀ ହୋଇଥାଏ । ଏହି ସବୁ ଜିନିଷ ଡାଏଟ ରେ ଆଡ କରିଲେ କେଶ ସୁସ୍ଥ ରହିଥାଏ ।

ଯଦି ହେୟାର ରେ ଅଧିକ ଡ୍ୟାଣ୍ଡଡ୍ରଫ ହେଉଛି ତେବେ କୌଣସି ନୁସଖା ବ୍ୟବହାର ନ କରି ଶ୍ୟାମ୍ପୋ ବା ତେଲ ବ୍ୟବହାର କରନ୍ତୁ । ସପ୍ତାହକୁ ଦୁଇ ଥର ହେୟାର ଶ୍ୟାମ୍ପୋ କରନ୍ତୁ । ଅଧିକ ତେଲ ଜାତୀୟ ଖାଦ୍ୟ, ମିଠା ଜାତୀୟ ଖାଦ୍ୟ ଆଦି ବର୍ଜନ କରନ୍ତୁ ।

କିଛି କ୍ଷେତ୍ର ରେ ଚିକିତ୍ସା ହେବା ସମୟରେ ହେୟାର ଫଳ ହୋଇଥାଏ । ବିଶେଷ କରି କ୍ୟାନ୍ସର ରୋଗୀଙ୍କ କ୍ଷେତ୍ର ରେ ହେୟର ଫଲ ଦେଖାଯାଏ । କିନ୍ତୁ ଡାକ୍ତରଙ୍କ କହିବା ମୁତାବକ ଏକ ନିର୍ଦିଷ୍ଟ ସମୟରେ ପୁଣି ଥରେ ନୂଆ ହେୟାର ସୃଷ୍ଟି ହୋଇଥାଏ । ଏଥିରେ ଚିନ୍ତା ଜଣକ କୌଣସି କଥା ନାହି । କିଛି ଏକ୍ସଟ୍ରା ଚିକିତ୍ସା କରିବା ଆବଶ୍ୟକ ଅନହି । ନିଜର ଡାଏଟ ପ୍ରତି ଧ୍ୟାନ ଦେଲେ କେଶ ଝଡିବା ସମସ୍ଯା ଦେଖାଯିବ ନାହି ।

ଯଦି ଡାକ୍ତରଙ୍କ କହିବା ଅନୁସାରେ ଆପଣଙ୍କର କେଶ ସମସ୍ଯା ଅଧିକ ରହିଛି ତେବେ ସେହି କ୍ଷେତ୍ର ରେ ମେଡ଼ିସିନର ବ୍ୟବହାର କରିବା ଉଚିତ ।ଆପଣ ଆପଣଙ୍କ ନୀତି ଦିନିଆ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ସହ ପ୍ରୋଟିନ, ଭିଟାମିନ ଓ କ୍ୟାଲିସିୟମ ଯୁକ୍ତ ଖାଦ୍ଯ ଆଡ କରିବା ଉଚିତ । ବାହାରର ଖାଦ୍ୟ ପ୍ରତି ଦିନ ସେବନ କରିବା ଅନୁଚିତ ।

ଯେପତିକି ପରିମାଣରେ ବାହାର ଖାଦ୍ୟ ଖାଇବା ଉଚିତ ସେତିକି ଖାଇବା ଉଚିତ । ଏହାର ଅଧିକ ସେବନ କରିଲେ ଆମ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଘର ଖାଦ୍ଯ ସହ ଚାରିପାଖରେ ଥିବା ମିଳୁଥିବା ପନିପରିବା ଖାଆନ୍ତୁ । ଚୁନାମାଛ, ଚିନାବାଦାମ, ଅଣ୍ଡା ଇତ୍ୟାଦି ସେବନ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।