🛑EXCLUSIVE : ବାବୁଶାନ୍ ପାଖେ ପହଞ୍ଚିଲେ ସ୍ତ୍ରୀ ତୃପ୍ତି,ଏବେ ସବୁ ସମସ୍ୟାର ଅନ୍ତ ଘଟିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ୍‌ ମହାନ୍ତି ଓ ପତ୍ନୀ ତୃପ୍ତି ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାବୁଶାନ ଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣା କୁ ନେଇ ବାବୁଶାନ ମଧ୍ୟ ଅନୁତାପ କରୁଛନ୍ତି। ଏଭଳି ଆଉ ହେବନି ବୋଲି ପରିବାର କୁ ଆଶ୍ୱାସନା ଦେଇଥିବା ଧରଣୀଧର ନାୟକ କହିଛନ୍ତି।

ଫେରି ଆସୁଛି ବାବୁଶାନଙ୍କ ପରିବାରରେ ଖୁସି । ଆଜି ଥାନାରେ‌ ହାଜର ପରେ ଜନ୍ମଦିନ ଥିବାରୁ ଘରେ ସେଲିବ୍ରେସନର ମାହୋଲ । ଏକାଠି ହୋଇଛନ୍ତି ଶ୍ବଶୁର ଓ ପରିବାର । ସେଲିବ୍ରେଟିଙ୍କ ଗହଳି ଓ ଫ୍ୟାନ ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ଅଭିନେତା । କେକ୍‌ କାଟିବା ସହ ନିଜ ନୂଆ ଫିଲ୍ମ ‘ଗଜପତି’ର ପୋଷ୍ଟର ରିଲିଜ କରିଛନ୍ତି । ବାବୁଙ୍କ ମା’ ଅଭିନେତ୍ରୀ ଅପରାଜିତା ଏବଂ ଶ୍ବଶୁରଙ୍କ ଆଶୀର୍ବାଦ ନେଇ କେକ୍‌ କାଟିଛନ୍ତି ବାବୁ । ଜନ୍ମଦିନ ସେଲିବ୍ରେସନକୁ ଆସିନାହାନ୍ତି ପତ୍ନୀ ତୃପ୍ତି ।

ପତ୍ନୀଙ୍କ ଅନୁପସ୍ଥିତିକୁ ନେଇ ପ୍ରେମଭରା ଶବ୍ଦରେ ବାବୁଶାନ୍‌ କହିଛନ୍ତି ଯେ “ସେ ଜନ୍ମଦିନକୁ ଆସିଲାନି, କିନ୍ତୁ ମୋ ମନରେ ସବୁବେଳେ ରହିଛି ।” ବାବୁଶାନ୍‌ଙ୍କୁ ତୃପ୍ତିଙ୍କ ବାପା ଲଳିତ ଶତପଥୀ ଭେଟିବା ନେଇ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି ଯେ, ” ଜ୍ବାଇଁଙ୍କୁ ଭେଟିଲେ ଶ୍ବଶୁର ।

ସବୁ ଠିକ ହେବ । ଫିଟିଛି ସମାଧାନର ବାଟ।” ଏନେଇ ଅଭିନେତା ଶ୍ରୀତମ ଦାସ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ମଣିଷ ମାତ୍ରେ ଭୁଲ ଅଛି । ଜୁଆର ଯାଇଛି ଏବେ ଭଟ୍ଟାର ସମୟ । ଏ ସମୟ ପଳେଇବ । ସବୁ ଠିକ ହୋଇଯିବ।


ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସହିତ ସମ୍ପର୍କ କୁ ନେଇ ବିବାଦ ରେ ଛନ୍ଦି ହୋଇଥିବା ଓଲିଉଡ଼ ସୁପରଷ୍ଟାର ବାବୁଶାନ୍‌ ମହାନ୍ତି ଙ୍କ ଆଜି ହେଉଛି ଜନ୍ମଦିନ । ବିବାଦ ଘେର ରେ ଥିବା ସତ୍ତ୍ବେ ତାଙ୍କ ପ୍ରତି କମିନି ଫ୍ୟାନ୍ସ ଙ୍କ ଭଲ ପାଇବା । ଆଜି ଅଭିନେତା ଙ୍କ ଘର ସାମ୍ନାରେ ହାତ ରେ କେକ୍‌ ଓ ଫୁଲତୋଡ଼ା ଧରି ଫ୍ୟାନ୍ସ ମାନେ ଭିଡ଼ ଜମାଇଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଫ୍ୟାନ୍ସ ଙ୍କ ଭଲପାଇବା ଦେଖି ବାବୁଶାନ୍‌ ମାଆ ଅପରାଜିତା ଙ୍କ ସହ ବାଲକୋନୀ କୁ ଆସି ଫ୍ୟାନ୍ସ ଙ୍କ ସହ କଥା ହୋଇଛନ୍ତି । ଆଉ କହିଛନ୍ତି, “ତୁମ ମାନଙ୍କ ଆଶୀର୍ବାଦ ପାଇଁ ମୁ ଭଲ ଅଛି । ତୃପ୍ତି ଆସିଲେ ଜନ୍ମଦିନ ପାଳନ ହେବ । ଫୋନ୍‌ ଯୋଗେ ତୃପ୍ତି ମୋତେ ଜନ୍ମଦିନ ରେ ଶୁଭେଚ୍ଛା ଜଣାଇଛନ୍ତି ।

” ସେପଟେ ଜଣେ ଫ୍ୟାନ୍ସ କହିଛନ୍ତି, “ଏତେ ବିବାଦ ପରେ ମଧ୍ୟ ଆମେ ସବୁବେଳେ ଭାଇ ସହ ଅଛୁ ଆଉ ରହିବୁ । ତାଙ୍କର ସବୁ ଚଳଚ୍ଚିତ୍ର ଦେଖିବୁ । ଖୁବଶୀଘ୍ର ପାରିବାରିକ ସମସ୍ୟାର ସମାଧାନ ହେଇଯାଉ, ଆଉ ଭାଇ ଭାଉଜ ଏକାଠି ହୋଇଯାନ୍ତୁ ।

ଚେନ୍ନାଇରୁ ଫେରିବାର ଦୁଇ ଦିନ ପରେ ଆଜି ଖାରବେଳ ନଗର ଥାନାରେ ତାଙ୍କୁ ଜେରା କରିଛି ପୋଲିସ । ଆଜି ବାବୁଶାନ୍‌ଙ୍କ ଜନ୍ମଦିନ ହୋଇଥିବା ବେଳେ ସେ ଜେରା ପାଇଁ ଥାନାରେ ପହଞ୍ଚିଛନ୍ତି । ଜେରା ସମୟରେ ବାବୁଶାନ୍‌ଙ୍କ ସହିତ ମା’ ଅପରାଜିତ ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର ଉପସ୍ଥିତ ରହିଥିଲେ ।

ଏନେଇ ଖାରବେଳ ଥାନା ଅଧିକାରୀ କହିଛନ୍ତି ଯେ, “ପୋଲିସ ଖୋଜୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ବାବୁଶାନ୍‌ । ଆପୋଷ ବୁଝାମଣା ଦିଗରେ ମୁଣ୍ଡ ପୁରାଉନି ପୋଲିସ । ଏ ସମ୍ପର୍କରେ ପରିବାର ଯଦି ଚାହିଁବେ ନିଷ୍ପତ୍ତି ନେବେ । ପୋଲିସ ତାର ତଦନ୍ତ ଜାରି ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।