Exclusive Video -ପୁଣି ଦୁନିଆଁ ଦେଖିବ ରାଇମୋହନଙ୍କ ଆଖି… ଏ ନେଇ କଣ କହୁଛନ୍ତି ନର୍ସ ଦିଦି…ଦେଖନ୍ତୁ viral Video ଟିକୁ
ଓଡିଶାର ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଗଲେ ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛି ସାରା ଓଡିଶା।
ତାଙ୍କର ଏଭଳି ଅକାଳ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କ ମୃତ୍ୟୁ କଳା କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି। ଆଉ ଶୁଣିବାକୁ ମିଳିବନି ସିନେ ଏବଂ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନଙ୍କ ଡାଇଲଗ୍ ସଂଳାପ।ଚଳଚ୍ଚିତ୍ରରେ ତାଙ୍କ ଖଳନାୟକ ଚରିତ୍ରକୁ ପସନ୍ଦ କରୁଥିଲେ ଦର୍ଶକ।
ତେବେ ମୃତ୍ଯୁ ପରେ ମଧ୍ୟ ଦୁନିଆ ଦେଖିବେ ଅଭିନେତା ରାଇମୋହନ।ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ବି ତାଙ୍କ ଆଖି ଦୁନିଆ ଦେଖିବ। ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଆଖି ଦାନ କରିଛନ୍ତି ପରିବାର ଲୋକ।
ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ।ଏବେ ରାଇମୋହନଙ୍କ ଦୁଇ ଆଖି ପୁଣି ଥରେ ଦୁନିଆ ଦେଖିବ।
ତେବେ ରାଇମୋହନ ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣା ଯାଇଥିଲା। ସେଠାରେ ରାଇମୋହନଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ଦୁଇ ଝିଅ ଚକ୍ଷୁ ଦାନ କରିବା ପାଇଁ ରାଜି ହୋଇ ଯାଇଥିଲେ। ଏହାପରେ ରାଇମୋହନଙ୍କ ଦୁଇ ଆଖି ଡୁନେଟ୍ କରା ଯାଇଥିଲା।
ତେବେ ସୂଚନା ଅନୁଯାୟୀ ୧୯୬୩ ଜୁଲାଇ ୧୦ ତାରିଖରେ କେନ୍ଦୁଝରର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ପିଲାଦିନ ତାଙ୍କର ସେଇଟି କଟିଥିଲା। ଗାଁ ସ୍କୁଲରେ ପାଠପଢ଼ା ସାରିବା ପରେ ମୟୁରଭଞ୍ଜର କରଞ୍ଜିଆ କଲେଜରୁ ବିଏ ପାସ୍ କରିଥିଲେ।
କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ।ରାଇମୋହନ ପରିଡ଼ା ୯୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି।
ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ। ତେବେ ତାଙ୍କର ଏଭଳି ଅକାଳ ମୃତ୍ୟୁ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଯାହା ଆଉ କେବେ ପୂରଣ ହୋଇ ପାରିବନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।