Cough Best Remedy : ଦିନକୁ କେବଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳି ଯିବ |

ଆପଣଙ୍କ ଛାତିରେ ବହୁ ବର୍ଷରୁ କଫ ଜମି ହୋଇ ରହିଅଛି ଏବଂ ବାରମ୍ବାର ଆପଣଙ୍କୁ ରୋଗଗ୍ରସ୍ତ କରାଉଛି । ଗଳାରେ କଫ ଜମୁଅଛି ବା ବାରମ୍ବାର ଆପଣଙ୍କୁ ଆଲର୍ଜି, ଥଣ୍ଡା, କାଶ ଲାଗି ରହୁଅଛି । ତେବେ ଏହି ସମସ୍ତ ସମସ୍ୟା ଆପଣଙ୍କର ଛାତି ଆଉ ଫୁସଫୁସରେ ଜମା କଫ କାରଣରୁ ହୋଇଥାଏ ।

କାରଣ ତାହା ଆମକୁ ବାରମ୍ବାର ଇନଫେକ୍ସନ୍ କରାଇଥାଏ । ସେହି କଫକୁ କାଢ଼ିବାକୁ ଆସନ୍ତୁ ଜାଣିବା ଏକ ସରଳ ଆଉ ଘରୋଇ ଉପଚାର । ଏହାକୁ ଥରେ ବନାଇ ଗୋଟେ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରିପାରିବେ । ଏବଂ ଆପଣଙ୍କର କଫକୁ ସମ୍ପୂର୍ଣ୍ଣ ସଫା କରିପାରିବେ । ଆସନ୍ତୁ ଜାଣନ୍ତୁ ଆଜିର ଏହି ରେମେଡି ବିଷୟରେ । ଏହି ରେମେଡିକୁ ବ୍ୟବହାର କରିଲେ ଆପଣଙ୍କର କଫ ସମ୍ପୂର୍ଣ୍ଣ ଭଲ ହୋଇଯିବ ।

ଆବଶ୍ୟକୀୟ ସାମଗ୍ରୀ-

୧:- ୧ଟି ତେଜପତ୍ର,୨:-୧ ବଡ ସାଇଜ ଅଦା,୩:- କିଛି ମହୁ,୪:- ୧ ଲବଙ୍ଗ,୫:- ୨ ଗୋଲ ମରିଚ , ୬:- ତୁଳସୀ ପତ୍ର

ଏହାକୁ କିପରି ପ୍ରସ୍ତୁତ କରିବେ-

ଗୋଟିଏ ପାତ୍ରରେ ୧ଟି ତେଜପତ୍ରକୁ ଖଣ୍ଡ ଖଣ୍ଡ କରି ଛିଡାଇ ରଖନ୍ତୁ । ଆଉ ଅଦାକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ତାପରେ ଗ୍ୟାସ୍ ଲଗାଇ ସେଥିରେ ଗୋଟିଏ ପାତ୍ର ବସାଇ କିଛି ପାଣି ଗରମ କରିବା । ଗୋଟେ ଦିନ ପାଇଁ ବନାଇଲେ ଦେଢ଼ ଗ୍ଲାସ୍ ପାଣି ନିଅନ୍ତୁ । ଆଉ ସପ୍ତାହ ପାଇଁ ବନାଉଥିଲେ ଦେଢ଼ ଲିଟର ପାଣି ନିଅନ୍ତୁ । ତାପରେ ପାଣି ଗରମ ହେବା ପରେ ସେଥିରେ କଟା ରଖିଥିବା ଅଦାକୁ ପକାନ୍ତୁ । ପୁଣି ସେହି ଛିଣ୍ଡାଇଥିବା ତେଜପତ୍ରକୁ ପକାନ୍ତୁ ।


ପାଣି ଫୁଟିଗଲା ପରେ ସେଥିରୁ ଏକ ଫେଣ ବାହାରିବାର ଦେଖାଯିବ । ତାପରେ ସେଥିରେ ୧ଟି ଲବଙ୍ଗ ପକାନ୍ତୁ କିଛି ତୁଳସୀ ପତ୍ର ଓ ଗୋଲ ମରିଚ ୨ ପକାନ୍ତୁ ଓ ଏହାକୁ ୭ ରୁ ୧୦ ମିନିଟ ପାଇଁ ଫୁଟାନ୍ତୁ । ତାପରେ ଏହି ପାଣିକୁ ଛାଣି ଥଣ୍ଡା ନ କରି । ତାପରେ ସେଥିରେ କିଛି ମହୁ ମିଶାଇବା । ଯଦି ଆପଣ ଡାଇବେଟିସ ରୋଗୀ ତାହେଲେ ଆପଣ ଏହାକୁ ବିନା ମହୁରେ ସେବନ କରିପାରିବେ ।

ଏହାକୁ କିପରି ସେବନ କରିବେ-

ଏହାକୁ ସେବନ କରିବା ସମୟରେ ଆପଣଙ୍କୁ ଉଷୁମ ପାଣିର ଆବଶ୍ୟକ ପଡ଼ିବ । ଆପଣ ଏହାକୁ ଥଣ୍ଡା ପାଣିରେ ସେବନ କରନ୍ତୁ ନାହିଁ । ଯଦି ଆପଣ ଏହାକୁ କୌଣସି ବଡ ଲୋକଙ୍କୁ ଦେଉଛନ୍ତି ତାହେଲେ ଦୁଇ ବଡ ଚାମଚ ଆଉ ଛୋଟ ପିଲାକୁ ଦେଲେ ଏକ ବଡ ଚାମଚ ସେହି ରେମେଡିରୁ ସେହି ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ । ଆଉ ବାକିତକ ଫ୍ରିଜରେ ରଖି ଦିଅନ୍ତୁ ଏହାକୁ ବାହାରେ ରଖନ୍ତୁ ନାହିଁ । ଯଦି ଆପଣ ଚାହିଁବେ ଏଥିରେ ଅଧ ଚାମଚ ଲେମ୍ବୁ ରସ ମିଶାଇ ପାରିବେ ।

ଏହାକୁ ଭଲ ଭାବେ ମିଶାଇ ଆପଣ ସକାଳୁ ସକାଳୁ ଏହାକୁ ଖାଲି ପେଟରେ ବଡ ଲୋକ ୧୫ ମିଲି ଆଉ ଛୋଟ ପିଲା ମାନେ ୭ ମିଲି ପିଇ ପାରିବେ । ଏହା ଆପଣଙ୍କର ପୁରୁଣା ରୁ ପୂରଣ କଫକୁ ମଧ୍ୟ ଦୂର କରିଦେବ ଆଉ ୨ଥର ମଧ୍ୟରେ ଆପଣ ସୁସ୍ଥ ହୋଇଯିବେ । ଆପଣ ଏହାକୁ ଥରେ ବ୍ୟବାହର କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।