viral video-ପୋଖରୀ ତୁଠରେ ଗାଧୋଇବା ବେଳେ ହୋଇଥିଲା ପ୍ରେମ। ଏବେ ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପୋଖରୀ ତୁଠରେ ଗାଧୋଇବା ବେଳେ ହୋଇଥିଲା ପ୍ରେମ। ଆଖିରେ ମିଶିଥିଲା ଆଖି। ଆଉ ତା’ପରେ ମିଶିଥିଲା ମନ ମିଶି ଗଢ଼ି ଉଠିଥିବା ଅନାବିଳ ପ୍ରେମ। କେହି କାହାକୁ ଛାଡି ରହି ପାରୁ ନଥିଲେ। ପ୍ରେମର ଗାଡ଼ି ଖୁବ୍ ଜୋରରେ ଆଗକୁ ମାଡ଼ି ଚାଲୁଥିଲା। ଦୁହେଁ ପ୍ରେମ ପକ୍ଷୀ ସାଜି ଉଡି ବୁଲୁଥିଲେ। ଏହାପରେ ଦୁହେଁ ସାଥୀ ହୋଇ ରହିବେ ଆଉ ମରି ବାର ନିଷ୍ପତି ନେଇଥିଲେ।
ପୋଖରୀ ତୁଠରେ ଦେଖାହେବା ପରେ ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କୁ ଭୁଲି ପାରୁ ନଥିଲା ପ୍ରେମିକ। ଏମିତିକି ପ୍ରେମର ଏ ସମ୍ପର୍କ ୬ ମାସର ପର୍ଯ୍ୟନ୍ତ ଚାଲିଲା। ଆଉ ଏ ଲୁଚା ଚୋରାରେଚାଲିଥିବା ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ଉଭୟ ପ୍ରେମିକ ଓ ପ୍ରେମିକା ଘର ଛାଡ଼ି ପଳାଇ ଯାଇଥିଲେ। ଆଉ ତା’ପରେ ଅଧା ରାସ୍ତାରେ ପ୍ରେମିକାକୁ ଛାଡ଼ି ଚମ୍ପଟ ମାରିଲା ପ୍ରେମିକ। ଏବେ ଥାନାର ଦ୍ୱାରସ୍ଥ ହୋଇଛି ପ୍ରେମିକା।
ଏଭଳି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲାରୁ। ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ଥାନା ଅଞ୍ଚଳର ୧୮ ବର୍ଷୀୟ ଯୁବତୀ ଗାଁର କିଛି ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବା ଯାଉଥିଲେ। lଆଉ ସେହି ପୋଖରୀର ତୁଠକୁ ଗାଧୋଇବା ପାଇଁ ଆସୁଥିଲେ ୨୨ ବର୍ଷୀୟ ଯୁବକ ଜଗନ୍ନାଥ ପ୍ରଧାନ। ପୋଖରୀରେ ଗାଧୋଇବା ବେଳେ ଆଖିରେ ମିଶିଥିଲା ଆଖି। ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ତା’ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି।
ଗତ ଜାନୁଆରୀରେ ଉଭୟ ଘର ଛାଡି ଫେରାର ହୋଇ ଯାଇଥିଲେ ଏହି ଦୁଇ ପ୍ରେମ ପକ୍ଷୀ। ଏହାପରେ ପ୍ରେମିକାକୁ ମନଭରି ଉପଭୋଗ କରିଥିଲା ପ୍ରେମିକ ଜଗନ୍ନାଥ ଆଉମନଭରି ଯିବା ପରେ ଚୁଇଗମରୁ ମିଠା ସରିଗଲା ପରେ ଯେଉଁ ଭଳି ଫିଙ୍ଗି ଦିଅନ୍ତି ସେହିଭଳି ପ୍ରେମିକାକୁ ଫିଙ୍ଗି ଦେବାକୁ ବସିଛି ପ୍ରେମିକ ଜଗନ୍ନାଥ। ଏବଂ ଯୁବତୀଙ୍କୁ ଧମକ ଦେଇ ଜଗନ୍ନାଥ କହିଛନ୍ତି ସାଙ୍ଗରେ ଜାନି ଯୌତୁକ ସହିତ ଗାଡି ଆଣିବୁ ତେବେ ଯାଇ ମୁଁ ତତେ ରଖିବି।
ତେବେ ଯୁବତୀ ଙ୍କ ବାପ ଘର ଲୋକେ ଗରିବ ପରିବାର ହୋଇଥିବାରୁ ଜାନି ଯୌତୁକ ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏପରକି ଜଗନ୍ନାଥର ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କେହି କିଛି ଶୁଣିନଥିଲେ। ବରଂ କହିଥିଲେ ପୁଅ ଭଲ ପାଇଛି ସେ ଯାହା କରିଲେ ଆମର କିଛି କହିବାର ନାହିଁ।ଶେଷରେ ଅନ୍ୟ ଉପାୟ ନପାଇ ପୀଡ଼ିତା ଓ ତାଙ୍କପରିବାର ଲୋକେ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଥିବା ବେଳେ ଜଗନ୍ନାଥ କୁଆଡେ଼ ଫେରାର ହୋଇ ଯାଇଛନ୍ତି।ଅନ୍ୟପଟେ ନ୍ୟାୟ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ତେବେ ଦେଖିବାକୁ ବାକି ରହିଲା ଧୋକାବାଜ ସ୍ବାମୀ ବା ପ୍ରେମିକ ଜଗନ୍ନାଥ କେବେ ଧରା ପଡ଼ୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।