ଷ୍ଟେଜ ରେ Grand entry କଲେ ସିଙ୍ଗର Abhilipsa ଗାଇଲେ ଏମିତି ଗୀତ ” ହର ହର ଶମ୍ଭୁ “… ମାତ୍ର ୪ ଘଣ୍ଟାରେ 690K ଲୋକ ଦେଖି ସାରିଲେଣି…

ବର୍ତ୍ତମାନ ସମୟରେ ସିଙ୍ଗର ଫର୍ମାନୀ ନାଜ ମହାଦେବଙ୍କ ଭଜନ “ହର ହର ଶମ୍ଭୁ” ଗୀତ ଗାଈ ଏକ ପ୍ରକାର ବିବାଦ ଘେର କୁ ଚାଲି ଆସିଛନ୍ତି । ଫର୍ମାନୀ ମୁସଲିମ ହୋଇଥିବା ସତ୍ତ୍ୱେ ଏହି ଭଜନ ଗାଇ ଥିବାରୁ ତାଙ୍କ ସମ୍ପ୍ରଦାୟର ଲୋକେ ତାଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ।

ସେମାନେ ପ୍ରତିବାଦ କରି କହିଛନ୍ତିକି ଏହା ଇସ୍ଲାମ ବିରୋଧୀ । କିନ୍ତୁ ପ୍ରକୃତ ରେ ଏହି ଗୀତ କୁ ଫର୍ମାନୀ ନୁହେଁ ଓଡ଼ିଶା ରେ ବାସ କରୁଥିବା ସିଙ୍ଗର ଅଭିଲିପ୍ସା ଦୁଇ ମାସ ପୂର୍ବରୁ ଗାଈଥିଲେ । ଏହି ଗୀତ ବିଭିନ୍ନ ସୋସିଆଲ ମିଡିଆ ରେ ବି ସେ ସମୟ ରେ ଖୁବ ଭାଇରଲ ହୋଇଥିଲା । ୟୁବିଟ୍ୟୁବ ରେ ବି ଏହି ଗୀତକୁ ଭଲ ଭିୟୁଜ ମିଳିଥିଲା ତେବେ ଆସନ୍ତୁ ଏହି ଗୀତର ପ୍ରକୃତ ଗାୟିକା ଅଭିଲିପସା ବାବଦରେ ଆଜି ଜାଣିରଖିବା ।

ଏକ ସାକ୍ଷାତକାର ସମୟ ରେ ନିଜେ ଅଭିଲିପ୍ସା କହିଛନ୍ତିକି ତାଙ୍କୁ ସଂଗୀତ ଆଶୀର୍ବାଦ ସ୍ୱରୂପ ମିଳିଛି । ତାଙ୍କୁ ଯେବେ ମାତ୍ର ୪ ବର୍ଷ ବୟସ ହୋଇଥିଲା ସେବେ ଠାରୁ ହିଁ ସେ ଗୀତ ଗାଇବା ଆରମ୍ଭ କଲେଣି । ସେ ୨୦୧୫ରେ ଏକ ଇନ୍ଷ୍ଟିଚ୍ୟୁଟରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ରେ ଡିଗ୍ରୀ ହାସଲ କରିଥିଲେ ।

ଏହା ପରେ କିଛି ବର୍ଷ ପର୍ଯ୍ୟନ୍ତ ଓଡିଶୀ ସଂଗୀତ ଶିକ୍ଷା କରିଥିଲେ । ତାଙ୍କ ମାତା ପିତା, ଜେଜେ, ଜେଜେ ମା” ସମସ୍ତେ କଳା ସହିତ ଯୋଡି ଅଛନ୍ତି । ତାଙ୍କର ଆଉ ଏକ ଖାସ ଗୁଣ ହେଉଛିକି ସେ ପ୍ରାୟ 8ଟି ଭାଷା ରେ ଗୀତ ଗାଈ ପାରନ୍ତି ।

ଅଭିଲିପ୍ସା ଯେ କେବଳ ସଂଗୀତ ରେ ପାରଙ୍ଗମ ତାହା ନୁହେଁ । ସଂଗୀତ ବାଦ କରାଟେ ଶିକ୍ଷା ରେ ବି ନିପୁଣତା ହାସଲ କରିଛନ୍ତି । ଜାତୀୟ ସ୍ତରୀୟ କରାଟେ ଚାମ୍ପିୟାନସିପ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଅଭିଲିପ୍ସା । ଏହା ବ୍ୟତୀତ ତାଙ୍କ ପାଖ ରେ ବ୍ଲାକ ବେଲ୍ଟ ବି ରହିଛି ।

ଏକ ଇନ୍ତରଭିୟୁରେ ସେ ଏହା ମଧ୍ୟ କହିଛନ୍ତିକି ନୃତ୍ୟ ଶିକ୍ଷା ରେ ବି ତାଙ୍କର ବିଶେଷ ରୁଚି ରହିଛି । ସୁନିଧି ଚୌହାନ ହେଉଛନ୍ତି ତାଙ୍କ ପ୍ରେରଣା ବୋଲି କହିଛନ୍ତି ଓଡ଼ିଶାର ଏହି ସୁନା ଝିଅ । କହିରଖିବା ଉଚିତ ହେବକି “ହର ହର ଶମ୍ଭୁ” ର ଅରିଜିନାଲ ଗୀତ ୨ ମାସ ପୂର୍ବରୁ ରିଲିଜ କରାଯାଇଥିଲା ।

ଅଭିଲିପିସା ଙ୍କ ସହିତ ଏହାକୁ ଜିତୁ ଶର୍ମା ଗାଇଥିଲେ । ଏଥିରେ ମନ୍ତ୍ର ଉଚାରଣ ଥିବା ବେଳେ ୟୁବ ଟ୍ୟୁବ ରେ ସେ ସମୟ ରେ ଖୁବ ଛାୟୀ ଯାଇଥିଲା । ଯାହାକୁ ଏଯାଏଁ ୭କୋଟି ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଓ ସେ ଏହି ଗୀତ ଟି କୁ ସମ୍ବଲପୁରୀ ଦିନ ଷ୍ଟେଜ ରେ ଯାଇ ଗୀତ ଟି ଗାଇଥିଲେ ସମ୍ବଲପୁର ବାସୀ ମନେ ତାଙ୍କୁ ବହୁତ୍ ଭଲ ପାଇବା ଦେଉଥିଲେ । ସାରା ରାଜ୍ୟରେ ଖେଳି ଯାଇଥିଲା “ହର ହର ଶମ୍ଭୁ” ର ସଂଗୀତ ଅଭିଲିପ୍ସା ପଣ୍ଡା କୁ ବହୁତ ଭଲ ପାଇବା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।