ହେ ଭଗବାନ…ନୂଆ ବୋହୂକୁ ପ୍ରଥମେ ଫାଶୀ ଟାଙ୍ଗିଲେ,ତାପରେ ଜୁଇରେ ଜାଳିଲେ…ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପୁଣି ଆସିଲା ଯୌତୁକ ପାଇଁ ହତ୍ୟା ମାମଲା।ରାଜଧାନୀରେ ଖଣ୍ଡଗିରି ଅଞ୍ଚଳରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ।ଯୌତୁକ ଜୁଇରେ ପୁଣି ଜଳିଲେ ନବବଧୂ। ବିବାହର ମାସେ ନ ପୂରୁଣୁ ନବବଧୂକୁ ହତ୍ୟା କରି ଦିଆ ଯାଇଛି ଆତ୍ମହତ୍ୟାର ରୂପ। ଆଜ୍ଞା ହଁ ଯୌତୁକ ଲୋଭରେ ନବବଧୂକୁ ହତ୍ୟା କରାଯାଇଛି। ଯୌତୁକ ପାଇଁ ଏହି ନବ ବିବାହିତ ବୋହୂଟି ବଳି ପଡି ଯାଇଛି।
ପ୍ରଭାବତୀ ନାୟକ। ଜଣେ ଏମବିe ଡିଗ୍ରୀ ହାସଲ କରିଥିବା ଝିଅ। ଘର ଭଦ୍ରକ ଜିଲ୍ଲା। ବୟସ ୨୮ ବର୍ଷ।ସୂଚନା ଅନୁଯାୟୀ ଗତ ଏପ୍ରିଲ ୨୮ ତାରିଖରେ ବୈଦିକ ରୀତିନୀତି ଅନୁସାରେ ଭୁବନେଶ୍ୱରରେ ତାଙ୍କର ବିବାହ ହୋଇଥିଲା।ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ହେଉଛନ୍ତି ପ୍ରଭାପତି ପ୍ରଭାବତୀ ନାୟକ।
ସୂଚନା ଅନୁଯାୟୀ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ପ୍ରଭାବତୀଙ୍କ ବାହାଘର ହୋଇଥିଲା। ପ୍ରକାଶ ଖୁଣ୍ଟିଆ ଥିଲେ ଜଣେ ସଫ୍ଟୱେର ଇଞ୍ଜିନିୟର।ତେବେ ବିବାହର ମାସେ ପରେ ସବୁ ଓଲଟ ପାଲଟ ହୋଇଗଲା। ଶଶୁର ଘରେ ମିଳିଥିଲା ନବବଧୂର ଝୁଲନ୍ତା ମୃତ ଦେହ।ଗତ ମେ ୨୯ ତାରିଖରେ ହଠାତ ବାପ ଘର ଲୋକ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ।
ଯାହାକୁ ଶୁଣି ବାପ ଘର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଏହାକୁ ଗ୍ରହଣ କରି ପାରିନଥିଲେ ଝିଅଙ୍କ ପରିବାର ଲୋକେ ହତଭାଗ ଆଉ ସ୍ତବ୍ଦ ହୋଇପଡ଼ିଥିଲେ ବାପ ମା।ପର ଦିନ ଝିଅ ବାପା ଘର ଲୋକ ଭୁବନେଶ୍ବର ଆସିବା ବେଳକୁ ଝିଅକୁ ମଶାଣିକୁ ନେଇ ଯାଇଥିବା ଖବର ପାଇଥିଲେ।
ଏମିତିକି ଝିଅର ବାପ ଘର ଲୋକେ ଝିଅର ମୁଁହ ବି ଦେଖି ପାରି ନଥିଲେ। ତେବେ କାହିଁକି ଝିଅର ପରିବାର ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ଝିଅର ଚିତା ଭସ୍ମ କରିରେ ଲୀନ କରି ଦେଇଥିଲେ ଶଶୁର ଘର ଲୋକେ। ତାହା ଏଯାଏଁ ବୁଝି ପାରୁ ନାହାଁନ୍ତି ପ୍ରଭାବତୀଙ୍କ ବାପ ମା।
ଏହା ପରେ ମେ ୩୦ରେ ମହିଳାଙ୍କ ମା ମାଧବୀ ନାୟକ ଆସି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଝିଅକୁ ବାହାଘର ପରେ ଯୌତୁକ ନିର୍ଯାତନା ଦିଆ ଯାଉଥିବା ସେ କହିଛନ୍ତି। ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ନହେଲେ ତାଙ୍କ ଝିଅ କାହିଁକି ଆତ୍ମହତ୍ୟା କରିଥାନ୍ତା।
ଏମିତିକି ତାଙ୍କ ଝିଅ ବାପା ମାଙ୍କ ସହିତ ଠିକ୍ ଠାକ୍ କଥାବାର୍ତ୍ତା ହେଉଥିଲା। ଏବଂ ଯୌତୁକ ନେଇ ତାଙ୍କ ଶଶୁର ଘର ଲୋକେ ପ୍ରେସର୍ ପକାଇଥିବା କଥା ମଧ୍ୟ କହିଥିଲା। ତେବେ ଏ ଘଟଣା ନେଇ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରଭାବତୀଙ୍କ ବାପ ଘର ଲୋକେ। ଖଣ୍ଡଗିରି ଥାନାରେ ଝିଅର ଶଶୁର ଘର ଲୋକଙ୍କ ନାରେ ପ୍ରଭାବତୀଙ୍କ ପରିବାର ଲୋକେ ଅନିଛନ୍ତି ଅଭିଯୋଗ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।