ରାଜ୍ୟ ସରକାରଙ୍କ ବଡ ଘୋଷଣା ! ଏଣିକି ନବ ବିବାହିତଙ୍କୁ ମାଗଣାରେ କଣ୍ଡୋମ ବାଣ୍ଟିବେ ରାଜ୍ୟ ସରକାର…

ନବ ଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ । ଏ ନେଇ ପ୍ରସନିକ ଘୋଷଣା କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନବ ଦମ୍ପତିଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ସ୍ୱତନ୍ତ୍ର ଉପହାର । କେନ୍ଦ୍ର ସରକାର ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ରେ ଦେଶ ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ରେ ମିଳିବ ‘ନବ ଦମ୍ପତି ଗିଫ୍ଟ’ ।

ତେବେ ଗିଫ୍ଟ ପ୍ୟାକେଟ ରେ ରହିବ ୨ଟି ଟାୱେଲ , ନେଲ କଟର ,ଆଇନା, ପାନିଆ, ଟିକିଲି, ରୁମାଲ, ସହ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ରହିବ ଗର୍ଭ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ , ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରା ସେପ୍ଟିକ ପିଲସ୍ ଓ ବିବାହ ପଞ୍ଜିକରଣ ଫର୍ମ ।

ଏଥିସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ନୂଆ ବିବାହ କରିଥିବା ଦମ୍ପତି ଙ୍କୁ ଆଶା କର୍ମୀ ଦେବେ ଏହି ଉପହାର ।

ତେବେ ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବା କୁ ଯାଉଛି ନବଦମ୍ପତି ଙ୍କୁ ଏଭଳି ବିବାହ ଗିଫ୍ଟ । ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ “ନବ ଦମ୍ପତି ଗିଫ୍ଟ” । ଏନେଇ ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।


ସେହିପରି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, “ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୨ ବର୍ଷର ବ୍ୟବଧାନ ରଖନ୍ତୁ ।

ଏହାକୁ ଦୃଷ୍ଟିରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ଆଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ ।”

ରୋଗମାନଙ୍କ ନାମ ଜେନିଟାଲ ହର୍ପିସ, ହ୍ୟୁମାନ ପାପିଲୋମା ଭୁତାଣୁ ଓ ସିଫିଲିସ୍ । ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । ପୁରୁଷ କଣ୍ଡୋମ ଲେଟେକ୍ସରୁ ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ ।

ପୁରୁଷ କଣ୍ଡୋମ ସ‌ହଜରେ ମିଳେ, ବ୍ୟବ‌ହାର ବିଧି ସ‌ହଜ ଓ ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । ଲେଟେକ୍ସ ଆଲର୍ଜି ଥିଲେ ପଲିୟୁରିଥେନ ବା ଅନ୍ୟ କୃତ୍ରିମ ସଂସ୍କରଣ ବ୍ୟବ‌ହାର କରାଯାଏ । ମହିଳା କଣ୍ଡୋମ ପଲିୟୁରିଥେନରୁ ପ୍ରସ୍ତୁତ କରାଯାଇଥାଏ ଓ ଏକାଧିକ ଥର ବ୍ୟବ‌ହାର କରାଯାଇପାରେ । ସେପ୍ଟେମ୍ବରରୁ ଏହି ଯୋଜନା ଆରମ୍ଭ ହେବ । ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।