New Twist-ତାର 2ଟା ଛୁଆ ଥିବା ଜାଣିକି ବି ତା ସହ ଶୋଉଥିଲା ..ଏବେ ବାହା ହେବାକୁ କାଇଁ ମନା କରୁଛି ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଧାରଣାରେ ମହିଳା। ଏହା କେହି ମନ୍ଦିରର ଦୃଶ୍ୟ ନୁହେଁ ଏହା ହେଉଛି ଭରତପୁର ଥାନାର ଦୃଶ୍ୟ। ଭରତପୁର ଥାନା ଆଗରେ ବସିଛନ୍ତି ବିବାହିତା ମହିଳା। ଦାବୀ ଅନୁସାରେ ସେ ପ୍ରେମିକଙ୍କୁ ବିବାହ କରିବେ।

ସ୍ବାମୀ ପିଲା ଥାଇ ମଧ୍ୟ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ମହିଳା। ସ୍ବାମୀଙ୍କୁ ଛାଡି ଦେଇ ପ୍ରେମିକ ସହ ସଂସାର ଗଢ଼ି ତୋଳିବାକୁ ଦେଖିଥିଲେ ସ୍ଵପ୍ନ। ହେଲେ ପ୍ରେମିକ ଅନ୍ୟ ଯୁବତୀଙ୍କୁ କୋର୍ଟରେ ବିବାହ କରିବା ପରେ ମହିଳାଙ୍କୁ ଲାଗିଛି ବଡ ଝଟକା ସବୁ ଆଡୁ ନିରାଶ ହେବା ପରେ ଏବେ ଥାନା ଆଗରେ ଧାରଣାରେ ମହିଳା।

 ତେବେ ମହିଳା ଜଣଙ୍କ ହେଉଛନ୍ତି ବର୍ଷା ଭୋଳ। ତାଙ୍କର ସ୍ବାମୀ ଓ ଦୁଇଟି ପିଲା ରହିଛନ୍ତି। କିନ୍ତୁ ଏବେ ସ୍ବାମୀ ଓ ପିଲାଙ୍କୁ ଛାଡି ଥାନା ଭିତରେ ଥିବା ଯୁବକଙ୍କୁ ବିବାହ କରିବା ପାଇଁ ଦାବି। ସ୍ବାମୀ ଓ ପିଲାଙ୍କୁ ଛାଡି ଟୁଙ୍ଗୁରୁ ଭୋଳ ଓରଫ୍ ଆଲୋକ ଭୋଳ ନାମକ ଏକ ୨୪ ବର୍ଷୀୟ ଯୁବକଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ବିବାହିତ ମହିଳା ବର୍ଷା ଭୋଳ।

ତେବେ ବର୍ଷା ଭୋଳ ପ୍ରଥମେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥିଲେ ପରେ ସେମାନଙ୍କର ଦୁଇଟି ପିଲା ଜନ୍ମ ନେଇଥିଲେ। ତା ପରେ ଆଲୋକ ଭୋଳ ନାମକ ଯୁବକ ସହ ତାଙ୍କ ଅଟୋରେ ଯିବା ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ୩ ବର୍ଷର ସମ୍ପର୍କ ରହିଥିଲା। ଆଲୋକ ମହିଳାଙ୍କୁ ବିବାହରପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ୩ ବର୍ଷ ଭିତରେ ସେମାନେ ଘର ଭଡ଼ା ନେଇକି ରହିଲେ। ଘର ଭଡ଼ା ନେଇ ରହିବା ଭିତରେ ତାଙ୍କ ପ୍ରଥମ ସ୍ବାମୀ ଏ ବାବଦରେ ଜାଣି ପାରିଥିଲେ। ତାପରେ ଥାନାରେ ଲେଖା ପଢା କରି ସ୍ୱାମୀଙ୍କୁ ଛାଡି ଦେଇଥିଲେ ଏହି ମହିଳା ଜଣକ।

ତେବେ ଯୁବକ ଆଲୋକ ଭୋଳ ବିବହାର ପ୍ରତିଶ୍ରୁତି ଦେଇ ତିନି ବର୍ଷ ଧରି ବର୍ଷା ଭୋଳଙ୍କ ସହିତ ସମ୍ପର୍କରେ ରହିବା ପରେ ଏବେ ଆଲୋକ ଭୋଳ ପାରିବାରଙ୍କ କଥାରେ ଆସି ଅନ୍ୟ ଜଣେ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଏହାପରେ ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ଯୋଗାଡ଼ କରା ଯାଉଥିବା ବେଳେ ମହିଳା ସମିତିର କିଛି ମହିଳା ଯାଇ ସେ ବିବାହକୁ ଅଟକାଇ ଥିଲେ ଏବଂ ଯୁବକଙ୍କୁ ଭରତପୁର ଥାନକୁ ଆଣିଥିଲେ।

ଆଉ ସେଠାରେ ମହିଳା ଜଣଙ୍କ ହତାରେ ଶଙ୍ଖା ସିନ୍ଦୂର ଓ ଫୁଲ ମାଳ ଧରି ପହଁଚି ଥିଲେ ଏବଂ ବିବାହ କରିବା ପାଇଁ ଦାବି କରି ଧାରଣା ଦେଇଛନ୍ତି। ତେବେ ମହିଳାଙ୍କୁ ନ୍ୟାୟ ଦିଆଯାଉ ବୋଲି ମହିଳା ସମିତି କିଛି ମହିଳା ମାନେ ଦାବି କରିଛନ୍ତି ଓ ଯୁବକ ଆଲୋକ ଭୋଳ ବର୍ଷା ଭୋଳଙ୍କୁ ବିବାହ କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।