ଜେଲ୍ ନା ମସାଜ୍ ପାର୍ଲର ଯେଉଁ ଦଳ ଦେଶ ବଦଳେଇବା କୁ ଆସିଥିଲା, ଭ୍ରଷ୍ଟାଚାର ଶେଷ କରିବାର ସ୍ବପ୍ନ ସାରା ଦେଶ କୁ ଦେଖାଇ ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟ ରେ ଶାସନ କୁ ଆସିଥିଲା । ଏ ହେଉଛି ଆଚରଣ-ଉଚ୍ଚାରଣ ମଧ୍ୟରେ ଥିବା ବିଶାଳ ପ୍ରଭେଦ ଭଲ କରି ଦେଖନ୍ତୁ । ତିହାର ଜେଲ ର କୋଠରୀ । ଯେଉଁଠି ବନ୍ଦୀ ଅଛନ୍ତି କେଜ୍ରିୱାଲ ସରକାର ରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ।
ଜେଲ ପରିସର ରେ ଆପ୍ ମନ୍ତ୍ରୀ ଙ୍କୁ ମାଲିସ କରାଯାଉ ଥିବା ଭିଡିଓ ଭାଇରାଲ ହୋଇଛି ।ତିହାର ଜେଲ ରେ ମନ୍ତ୍ରୀ ଙ୍କୁ ମାଲିସ । ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏଭଳି ମାଲିସ ମିଳୁଛି । ଅର୍ଥ ହେରଫେର ମାମଲା ରେ ଗିରଫ ହୋଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବେ ତିହାର ଜେଲ ରେ ରହିଛନ୍ତି । କିନ୍ତୁ ତାଙ୍କୁ ଯେପରି ସୁବିଧା ସୁଯୋଗ ମିଳୁଛି, ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ ।
ଜେଲ ପରିସର ରେ ମନ୍ତ୍ରୀ ଙ୍କୁ ମାଲିସ କରାଯାଉ ଥିବା ଭିଡିଓ ଭାଇରାଲ ହୋଇଛି । ପଞ୍ଚତାରକା ହୋଟେଲ ଭଳି ତାଙ୍କୁ ମିଳୁଛି ସୁବିଧା ସୁଯୋଗ । ଜଣେ ବ୍ୟକ୍ତି ତାଙ୍କୁ ମାଲିସ କରୁଥିବା ବେଳେ ସେଠାରେ ଆଉ କିଛି ବ୍ୟକ୍ତି ଉପସ୍ଥିତ ଥିବା ଦେଖିବା କୁ ମିଳିଛି । ଏନେଇ ଆପ୍ ସରକାର କୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ ।
ତେବେ ଏହି ଘଟଣା ଭାଇରାଲ ହେବା ପରେ ଜେଲ୍ ସୁପରିଟେଣ୍ତେଣ୍ଟ ଅଜିତ୍ କୁମାର ଙ୍କୁ ସସ୍ପେଣ୍ତ କରାଯାଇଛି । ତିହାର ଜେଲ ରୁ ମିଳିଥିବା ସୂଚନାନୁଯାୟୀ ଏହି ଭିଡିଓଟି ପୁରୁଣା ଅଟେ । ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧିକାରୀ ଏବଂ ଜେଲ କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛନ୍ତି ।
ଏହି ଭିଡିଓ କୁ ନେଇ ବିଜେପି ଆମ୍ ଆଦମୀ ପାର୍ଟି ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କେଜ୍ରିୱାଲ ସରକାର ଙ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍ ସରକାର ଜେଲ୍ ନିୟମର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍ କୁ ପୂରା ଭିଆଇପି ସୁବିଧା ଦିଆ ଯାଉଥିବା ସେ କହିଛନ୍ତି।
ସତ୍ୟେନ୍ଦ୍ର ଜୈନଙ୍କ ସେଲ୍ ରୁ କେହି ବାହାର କୁ ଆସି ନାହାନ୍ତି। କିନ୍ତୁ ସକାଳେ ଯେତେବେଳେ ଗଣତି ଆରମ୍ଭ ହୁଏ ସେତେ ବେଳେ ଜଣେ ଅନ୍ୟ ଜଣ ଙ୍କ ସହିତ କଥା ହୋଇ ପାରିଥାନ୍ତି। ଗଣତି ପରେ ପ୍ରତ୍ୟେକ ନିଜ ସେଲ୍ କୁ ଯିବା ସମୟ ରେ ଅନ୍ୟ ସେଲ କୁ ଯାଇ ପାରିବେ ନାହିଁ। ଇଲେକ୍ଟ୍ରୋନିକ୍ସ ଗାଜେଟ୍ ବିଷୟ କୁ ଜେଲ୍ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ଚଳିତ ବର୍ଷ ମେ ମାସ ରେ ଏକ ମନି ଲଣ୍ଡରିଂ ମାମଲା ରେ ସତ୍ୟେନ୍ଦ୍ର ଗିରଫ ହୋଇ ଜେଲ୍ ରେ ଅଛନ୍ତି।
ସିସିଟିଭି ଫୁଟେଜ ଅନୁସାରେ ଏହି ମାମଲାରେ ଅନ୍ୟ ଦୁଇଜଣ ଅଙ୍କୁଶ ଜୈନ ଏବଂ ବୈଭବ ଜୈନ ଉକ୍ତ ଜେଲ୍ରେ ରହିଛନ୍ତି। ସତ୍ୟେନ୍ଦ୍ର ସେମାନଙ୍କ ସହିତ ତାଙ୍କ କୋଠରୀରେ ଘଣ୍ଟା ଘଣ୍ଟା ବୈଠକ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏହା ତଦନ୍ତକୁ ପ୍ରଭାବିତ କରିବ ବୋଲି ଇଡି ଦର୍ଶାଇଛି। ସତ୍ୟେନ୍ଦ୍ର ଜୈନ ଜେଲ୍ ବିଭାଗ ମନ୍ତ୍ରୀ ରହିଛନ୍ତି। ତେଣୁ ସେ ଏହାର ଫାଇଦା ଉଠାଉଛନ୍ତି ବୋଲି ଇଡି ଶପଥ ପାଠରେ ଦର୍ଶାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।