Exclusive : ସେ ଏତେ ବେହିଆଣି ..ଯଦି ଚାରି ଚାରି ଜଣଙ୍କୁ ପୋଷି ପାରିବୁ ..ଛୋଟ ଛୋଟ ଡ୍ରେସ ପିନ୍ଧି ହଲେଇ ହେଉଛୁ କାହିଁକି,ଏମିତି କହିଲେ ଯୁବତୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସୋସିଆଲ୍ ମିଡିଆରେ ଏବେ ତେଜିବାରେ ଲାଗିଛି ଫଟା ଜିନ୍ସ ବିବାଦ । ଉତ୍ତରାଖଣ୍ଡ ର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଙ୍କ ଏକ ବୟାନ କୁ ନେଇ ଏବେ ଚର୍ଚ୍ଚା ଝୋର ଧରିବାରେ ଲାଗିଛି । ସୋସିଆଲ୍ ମିଡିଆ ରେ ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ଅଭିନେତା ଅଭିନେତ୍ରୀ ଏବଂ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କର ଏହି ବୟାନରେ ସେମାନଙ୍କର ପ୍ରତିକ୍ରିୟା ରଖିବା ସହିତ ନିନ୍ଦା କରିଛନ୍ତି ।ଏଭଳି ବୟାନ ମୁଖ୍ୟମନ୍ତ୍ରୀ ଙ୍କ ପାଖରୁ ଆଶା କରାଯାଏ ନାହିଁ ।ଏବଂ ଏହା ଆଦୌ ଶୋଭାନୀୟ ନୁହେଁ ବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ତାଙ୍କର ଏକ ବୟାନରେ ଝିଅ ମାନଙ୍କର ଫଟା ଜିନ୍ସ କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ ।

ଏହା ଝିଅ ମାନଙ୍କର ସଂସ୍କୃତିର ବିରୋଧାଭାସ ବୋଲି କହିଥିଲେ ଏବଂ ଝିଅମାନେ ଏଭଳି ପୋଷାକ ପରିଧାନ ଗ୍ରହଣୀୟ ଏବଂ ଶୋଭନୀୟ ମୁହେଁ ବୋଲି କହିଥିଲେ । ଆଉ ତାଙ୍କର ଏହି ବୟାନ ପରେ ଦେଖିବାକୁ ମିଳିଥିଲା ସୋସିଆଲ୍ ମିଡିଆରେ ଅନେକ ବୟାନ ବାଜି । ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଅନେକ ସମାଲୋଚନା କରିବାକୁ ଲାଗିଲେ ।

ସେହିପିର ଏବେ ଓଡିଶାରେ ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଫଟା ଜିନ୍ସ ବିବାଦ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣ ମାଧ୍ୟମ ସମ୍ମୁଖରେ । ସେ ମଧ୍ୟ ଏହା ବିପକ୍ଷରେ ଯାଇଛନ୍ତି ଏବଂ ସରକାରଙ୍କୁ ସମାଲୋଚନା କରିଛନ୍ତି ଏଭଳି ମନ୍ତବ୍ୟ ପାଇଁ ।

ସେ କହିଛନ୍ତି , ମୋ ମତରେ ପୁଅ ମାନଙ୍କୁ ମଧ୍ୟ ହାପ୍ ପ୍ୟାଣ୍ଟ ପିନ୍ଧିବା ବନ୍ଦ କରିଦେବା କଥା । ଏହା ଏକ ନୀଚ ମାନସିକତା ଯେ ଝିଅ ମାନେ ଏହା ପିନ୍ଧି ପାରିବେ ନାହିଁ । ଏତେ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଏଭଳି ନୀଚ ବୟାନ ଦେବା ବାସ୍ତବରେ ଦୁଃଖର ବିଷୟ ଅଟେ ।

ମୁଁ କେବଳ ଏତିକି ପ୍ରାର୍ଥନା କରୁଛି ତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।ମୋତେ କପଡା ସାଙ୍ଗରେ ପ୍ରବ୍ଲେମ ରହିଛି । ମୋର ଯେମିତି ଇଚ୍ଛା ମୁଁ ସେମିିତ ପିନ୍ଧେ । କାରଣ ମୁଁ ଛୋଟ ବେଳୁ ସେହି ମହଲରେ ବଢିଛି ଯେଉଁଠି ମୋତେ ପୁଅ ଝିଅ ଭିତରେ ପାତର ଅନ୍ତର କରା ଯାଇ ନାହିଁ । ଆଉ ଯେଉଁଠି ମୋର ଭାଇ ହାଫ୍ ପ୍ୟାଣ୍ଟ ପିନ୍ଧିଛି ସେଠାରେ ମୋତେ ମଧ୍ୟ ହାଫ୍ ପ୍ୟାଣ୍ଟ ପିନ୍ଧିବାକୁ ଉତ୍ସାହିତ କରାଯାଇଛି ।

ତାଙ୍କ ମନତରେ ସେ କହୁଛନ୍ତି କି ମୁଁ ତ କହୁଛି ଯେତିକି ଫାଟିଛି ସେଠାରେ ବ୍ଲେଡ ଆଣି ଆହୁରି ଅଧିକା ଚିରି ଦିଅ ଏବଂ ଯେମିତି ଇଚ୍ଛା ହେଉଛି ସେମିତି ପିନ୍ଧ । କିନ୍ତୁ କୌଣସି କ୍ରିମିନାଲ କରନାହିଁ । ଫଟା ଜିନ୍ସ ପିନ୍ଧିବା ଏକ କ୍ରିିମିନାଲ ନୁହେଁ । ଯାହାର ଯେମିତି ପସନ୍ଦ ସେ ସେମିତି ପିନ୍ଧି ପାରିବେ । ନିଜ ଇଚ୍ଛାରେ କପଡା ପିନ୍ଧ ଏବଂ ନିଜ କୁ ଖୁସିରେ ରଖ ଏବଂ ଜୀବନକୁ ଖୁସିରେ ଅତିବାହିତ କର । ଲୋକ ମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।