Mosquito – ( ମଶା ) ଘର ଛାଡ଼ି ଚାଲିଯିବେ | କରନ୍ତୁ ଏହି ଘରୋଇ ଉପାୟ |

ଘରେ ମଶା ହେବା ଦ୍ବାରା ଡେ଼ଙ୍ଗୁ,ଚିକୁନଗୁନିଆ ଆଦି ରୋଗ ହେବାର ସମ୍ଭାବନା ଥାଏ।ଆପଣ ବ୍ୟବହାର କରୁଥିବା ମସାଧୂପ ଆଦିର ଧୂଆଁ ଆପଣଙ୍କ ଶରୀର ଭିତରକୁ ଯାଇ ହାନି ପହଞ୍ଚାଇଥାଏ।ସେଥି ପାଇଁ ଆପଣ ଘରେ କେବଳ ପ୍ରାକୃତିକ ଉପାୟରେ ମଶା ଘଉଡ଼ାନ୍ତୁ।ତେବେ ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ପ୍ରାକୃତିକ ମଶା ରିପେଲାଣ୍ଟ ବିଷୟରେ କହିବି ଯାହାକୁ ଆପଣ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଘରୁ ମଶା ଦୂର ହେବା ସହିତ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ଆପଣ ଏହାକୁ ତିଆରି କରିବା ପାଇଁ ପ୍ରଥମ ଜିନିଷ ନେବେ ନଡ଼ିଆ ତେଲ।ଆପଣ ଏକ ପାତ୍ରରେ ଚାରି ଚାମଚ ନଡ଼ିଆ ତେଲ ନିଅନ୍ତୁ।ଏବେ ଆପଣ ନେବେ ନିମ୍ବ ତେଲ।ଏହା ଆପଣ ଙ୍କୁ ଦୋକାନ ମାନଙ୍କରୁ ଅତି ସହଜରେ ମିଳିଯିବ।ଆପଣ ନଡ଼ିଆ ତେଲ ରେ ଦୁଇ ଚାମଚ ନିମ୍ବ ତେଲ ପକାଇବେ।

ଏବେ ତୃତୀୟ ଓ ଶେଷ ସାମଗ୍ରୀ ଭାବରେ ଆପଣ ନେବେ କର୍ପୁର।ପୂଜା ରେ ବ୍ୟବହାର କରାଯାଉଥିବା କର୍ପୁର ଆପଣ ଏଥିରେ ପ୍ରୟୋଗ କରନ୍ତୁ।ସେ କର୍ପୁରକୁ ଆପଣ ପ୍ରଥମେ ଗୁଣ୍ଡ କରିଦିଅନ୍ତୁ।ଆପଣ ଗୋଟିଏ ଖଣ୍ଡ କର୍ପୁର ଏଥିରେ ପ୍ରୟୋଗ କରିବେ।ଏହା ସମ୍ପୂର୍ଣ ପ୍ରାକୃତିକ ଉପାୟ ଅଟେ।ଏହା ଆପଣଙ୍କ ଶରୀରକୁ କୌଣସି ବି ପ୍ରକାର କ୍ଷତି ପହଞ୍ଚାଇ ନଥାଏ।


ତେବେ ଏହା ଆପଣଙ୍କ ମସ୍ତିସ୍କ ପାଇଁ ମଧ୍ୟ ବହୁତ ଲାଭ ଦାୟକ ଅଟେ।ଏଥିରୁ ଯେଉଁ ସୁଗନ୍ଧ ବାହାରି ଥାଏ ତାହା ଆପଣଙ୍କ ମସ୍ତିସ୍କକୁ କ୍ଷୀପ୍ର କରିଥାଏ।ଆପଣ ବଜାର ରୁ ମିଳୁଥିବା କେମିକାଲର ପ୍ରୟୋଗ ନ କରି ଆପଣ ଏହି ପ୍ରାକୃତିକ ଉପାୟର ପ୍ରୟୋଗ କରନ୍ତୁ।ଏବେ ଆପଣ କର୍ପୁର ଗୁଣ୍ଡ କୁ ଏହି ତେଲ ରେ ମିଶେଇ ଦିଅନ୍ତୁ।

ଏହି ମିଶ୍ରଣ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହା ସମ୍ପୂର୍ଣ ପ୍ରାକୃତିକ ଅଟେ।ଏବେ ଆପଣ ଗୋଟିଏ ଦୀପ ଓ ବଳିତା ନିଅନ୍ତୁ।ଏବେ ଆପଣ ସେଥିରେ ଏହି ତେଲ କୁ ପକାନ୍ତୁ।ତେବେ ଧ୍ୟାନ ରଖିବେ ଯଦି ଆପଣ ମାଟି ଦିପର ପ୍ରୟୋଗ କରୁଛନ୍ତି ତେବେ ଆପଣ ଦିପଟିକୁ ପ୍ରଥମେ ପାଣି ରେ ଧୋଇ ଦିଅନ୍ତୁ ଯାହା ଫଳରେ ଦୀପ ଅଧିକ ତେଲ ଟାଣି ନପାରୁ।

ଏବେ ଆମର ଦୀପ ପ୍ରସ୍ତୁତ ହୋଇଗଲା।ଏବେ ଆପଣ ଏହାକୁ ଜଳାଇବେ।ତେବେ ସାଙ୍ଗମାନେ ଏହି ଦୀପକୁ ଆପଣ ମାନେ ସେହି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ଆପଣ ଙ୍କୁ ଅଧିକ ମଶା ଲାଗୁ ଥିବେ।ସାଙ୍ଗମାନେ ଆପଣ ମାନେ ଏହାକୁ ପ୍ରୟୋଗ କଲେ ମଶା କାମୁଡିବା ତ ଦୂରରେ ଥାଉ ଆପଣ ଙ୍କ ଆଖ ପାଖରେ ବି ବୁଲିବେ ନାହିଁ।ସାଙ୍ଗମାନେ ମଶା ଘଉଡାଇବା ସହିତ ଏହା ଆପଣ ଙ୍କ ସ୍ବାସ୍ଥ୍ୟ ଏବଂ ମସ୍ତିସ୍କ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ।ଏହାର ସୁଗନ୍ଧ ଆପଣଙ୍କ ପରିବେଶ କୁ ଜୀବାଣୁ ମୁକ୍ତ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!