Breacking News – ନୂଆ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଦରମା କେତେ ? ଏହି ପ୍ରକାରର ସୁବିଧା ସବୁ ମିଳେ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…
ଭାରତର ୧୫ ତମ ମହାମହିମ ହେବାକୁ ଯାଉଛନ୍ତି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ଭାବେ ସମ୍ଭାଳିବେ ସର୍ବୋଚ୍ଚ ପଦ । ଗରିମାମୟ ପଦବୀରେ ଅଭିସିକ୍ତ ହେବେ ମୟୁରଭଞ୍ଜରେ ଜନ୍ମିତ ମୁର୍ମୁ । ତେବେ ପ୍ରଥମ ଓଡିଆ ଝିଅ ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ଓଡିଶାବାସୀଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ ଏବଂ ଉତ୍ସୁକତା । ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କୁ ମିଳିବ କଣ ସବୁ ସୁବିଧା । କେତେ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ ଏବଂ ମାସକୁ କେତେ ଟଙ୍କା ପାଇବେ ଦରମା ?
ରାଷ୍ଟ୍ରପତି ଯଦିବା ଦେଶର ସର୍ବ୍ବୋଛ ସାମ୍ବିଧାନିକ ପଦବୀ । କିନ୍ତୁ ଦରମା ଓ ଭତ୍ତାର ନିଷ୍ପତ୍ତି ସଂସଦ ନେଇଥାଏ । ଅର୍ଥାତ ସାଂସଦ ମାନଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କ ଦରମା ବୃଦ୍ଧି ଘଟିଥାଏ । ଆଉ ଏହି କ୍ରମରେ ଦେଖିବାକୁ ଗଲେ ଭାରତର ରାଷ୍ଟ୍କପତିଙ୍କ ଦରମା ଏବେ ରହିଛି ୫ ଲକ୍ଷ ଟଙ୍କା ।
ଅର୍ଥାତ ଭାବୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାସକୁ ପାଇବେ ୫ ଲକ୍ଷ ଟଙ୍କା । ଏହାବାଦ ସମସ୍ତ ଗସ୍ତ, ଖାଦ୍ୟ ପରିଧାନ ଏବଂ ପରିପାଟ୍ଟି ସରକାର ବହନ କରିଥାନ୍ତି । କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସର୍ବଦା ନିୟୋଜିତ ରହିଥାନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ।
ରାଷ୍ଟପତିଙ୍କ ଗସ୍ତ ପାଇଁ ଏକ ସ୍ୱତନ୍ତ୍ର ଗାଡି ଯୋଗାଇ ଦିଆୟାଇଥାଏ । ଏହା ସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏକଦମ କଡ଼ାକଡ଼ି ରହିଥାଏ । ଏବଂ ସମସ୍ତ ଗାଡିରେ ସୁରକ୍ଷାକର୍ମୀ ଏବଂ ସୁରକ୍ଷା ବ୍ୟବସ୍ଥା ରହିଥାଏ । ସୁରକ୍ଷା ପାଇଁ କଷ୍ଟମ-ବିଲ୍ଟ ବ୍ଲାକ ମର୍ସିଡିଜ ବେଞ୍ଚ ଏସ୬୦୦ ପୁଲମୃାନ ଗାର୍ଡର ବ୍ୟବସ୍ଥା ରହିଛି । ରାଷ୍ଟ୍ରପତିଙ୍କ ସହ ସୁସଜ୍ଜିତ ଅସ୍ତ୍ରଶସ୍ତ୍ର ଗାଡି ଲିମୋଜିନ ବି ରହିଛି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ଭତ୍ତା ମଧ୍ୟ ମିଳିଥାଏ । ଭତ୍ତା ଆକାରରେ ଭାରତ ସରକାର ମାସିକ ଦେଢ ଲକ୍ଷ ଟଙ୍କା ପ୍ରରାଦନ କରିଥାନ୍ତି । ଏହାବାଦ୍ ମାଗଣା ଚିକିତ୍ସା ମିଳିଥାଏ । ସେହିପରି ରାଷ୍ଟ୍ରପତିଙ୍କ ନୋମିନୀଙ୍କୁ ମାସିକ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥାଏ । ଅବସର ପରେ ମଧ୍ୟ ରାଷ୍ଟପତିଙ୍କୁ ମାଗଣା ବିମାନ ସେବା ମିଳିଥାଏ ।
ଭାରତର ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ସୁବିଧା:
• ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ମାସକୁ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ ।ଛୁଟି କାଟିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ୨ଟି ସୁନ୍ଦର ହଲିଡେ’ ଟ୍ରୀଟ ରହିଥାଏ । ଏହାଦ୍ୱାରା ସେ ପରିବାର ସହିତ ହାଇଦ୍ରାବାଦରେ ରାଷ୍ଟ୍ରପତି ନିଲୟମ ଏବଂ ଶିମଲାର ରିଟ୍ରିଟ ବିଲଡିଙ୍ଗ ଯାଇପାରିବେ ।ଦେଶର ରାଷ୍ଟ୍ରପତିଙ୍କ କଷ୍ଟମାଇଜ୍ଡ ଗାଡି ପ୍ରଦାନ କରାଯାଇଥାଏ ।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ପରିଷଦର ପରାମର୍ଶ କ୍ରମେ କୌଣସି ସମୟରେ ଯୁଦ୍ଧ ଘୋଷଣା କରିବା କ୍ଷମତାର ଅଧିକାରୀ ହୋଇଥାନ୍ତି ଦେଶର ରାଷ୍ଟ୍ରପତି । ସମସ୍ତ ଆବଶ୍ୟକୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ନାମରେ ହିଁ କରାଯାଇଥାଏ ।
• ଭାରତର ରାଷ୍ଟ୍ରପତିଙ୍କ ଅଧିକାରିକ ବାସ ଭବନ ହୋଇଥାଏ ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରପତି ଭବନ । ଏହି ଭବନରେ ୩୪୦ ବଖରା ରହିଥାଏ ଏବଂ ଏହାର ଫ୍ଲୋର ୨ଲକ୍ଷ ବର୍ଗଫୁଟ ରହିଥାଏ ।
ମିଳେ ଏପରି ଅଧିକାର:
• ଅଫିସର ପାୱାର ଏବଂ କର୍ତ୍ତବ୍ୟର ପ୍ରୟୋଗ ଏବଂ ପ୍ରଦର୍ଶନ ପାଇଁ ସେ ନେଇଥିବା କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ ପାଇଁ ସେ କୋର୍ଟ ନିକଟରେ ଉତ୍ତରଦାୟୀ ରହିବେ ନାହିଁ ।
• ତାଙ୍କ କାର୍ଯ୍ୟକାଳ ସମୟରେ କୌଣସି ବି ଅଦାଲତରେ ତାଙ୍କ ବିପକ୍ଷରେ କୌଣସି ଅପରାଧିକ କାର୍ଯ୍ୟକଳାପ କରାଯାଇପାରିବ ନାହିଁ ।
• ରାଷ୍ଟ୍ରପତି ପଦବୀରେ ରହିଥିବା ପର୍ଯ୍ୟନ୍ତ କୌଣସି ଅଦାଲତରେ ତାଙ୍କୁ ଗିରଫ କିମ୍ବା କାରାବାସର କୌଣସି ପ୍ରକ୍ରିୟା ଜାରି କରାଯାଇ ପାରିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।