New Twist – ପ୍ଲିଜ୍ ଆଜି ରାତିରେ ଚତୁର୍ଥୀ କରିବନି, ମୋର ମେନ୍ସ ହେଇଛି…ଏ ନେଇ କଣ କହୁଛନ୍ତି ଏହି ମହିଳା…ଦେଖନ୍ତୁ viral Video

ଘାତକ ଥିଲା ମେଘନାଦର ଏକ୍ଟିଙ୍ଗ। ନାଟକ ଏଭଳି ଥିଲା କେହିବି ବିଶ୍ଵାସ କରିବା ପାଇଁ ବାଧ୍ୟ ହେବ। ପୁଅ ହୋଇ ମଧ୍ୟ ଯେଉଁ ଭଳି ଭାବରେ ଝିଅ ସାଜି ବିବାହ କରିଛନ୍ତି ମେଘନାଦ ସେହିଥିରୁ ଅନୁମାନ କରି ହେଉଛି ମେଘନାଦ ନାଟକ କେତେ ଜୀବନ୍ତ।

ବିବାହ ପରେ ଚତୁର୍ଥୀ ଯେମିତି ନ ହେଇ ଆଉ ତା ପରିଚୟ ଯେପରି ସମ୍ନାକୁ ନ ଆସୁ ସେ ନେଇ ମେଘନାଦ ସବୁ ପ୍ଲାନ୍ ଆଗରୁ କରିଥିଲେ। ଚତୁର୍ଥୀ ଦିନ ମେଘନାଦ ମେନ୍ସ ହୋଇ ଯିବାର ନାଟକ କରିଥିଲେ। ଏଭଳି ଏକ କଥାଟି ଏବେ ସମ୍ନାକୁ ଆସିଛି ଆଉ କଥାଟି କହିଛନ୍ତି ପଡିଶା ଘର ମାଉସୀ।

 ଯେଉଁଦିନ ଚତୁର୍ଥୀ ହୋଇଥାନ୍ତା ସେହି ଦିନ ଶରୀରର କୌଣସି ଏକ ଅଙ୍ଗକୁ କାଟି ରକ୍ତ ବାହାର କରିଥିଲେ ମେଘନାଥ ଓରଫ୍ ମେଘନା। ଏହା ସହିତ ନିଜ ଶାଢ଼ୀରେ ବି ରକ୍ତ ଲଗାଇ ଥିଲା। ଆଉ କହିଥିଲା ଅନ୍ୟ ମାନଙ୍କୁ କି ତାର ମେନ୍ସ ହୋଇଛି । ଏହି ସମୟରେ ଶାରିରୀକ ସମ୍ପର୍କ ରଖିବା ପାପ ଓ ଏହାଦ୍ବାରା ଶରୀରରେ ଅନେକ ଖରାପ୍ ପ୍ରଭାବ ପଡ଼ିଥାଏ। ଏହି ସବୁ କଥା କହି ମେଘନାଦ ଆଲୋକ ସହିତ ସମ୍ପର୍କ ରଖିବା ପାଇଁ ଏଡାଇ ଦେଉଥିଲେ।

ଅନ୍ୟପଟେ ମେଘନାଦ ଓରଫ୍ ମେଘନା କହିଥିଲା କି ଆଲୋକ ତା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ଜୋର୍ ଜବରଦସ୍ତି କରିଥିଲେ ଏବଂ କହିଥିଲେ ତୁ ପୁଅ ହ କି ଝିଅ ହ ମୁଁ ତୋ ସହିତ ସଂସାର କରିବି। ଏକଥା ନିଜେ କହିଛନ୍ତି ମେଘନାଦ।

 ତେବେ ଏ କଥାଟି ଶୁଣିବାକୁ ହାସ୍ୟଷ୍ପଦ ଲାଗୁଥିବା ବେଳେଅନ୍ୟ ପକ୍ଷରେ ସାଙ୍ଘାତିକ ଲାଗୁଛି କାହିଁକି ନା ମେଘନାଦ ମେଘନା ସାଜି ଆଲୋକଙ୍କୁ ଫସାଇ ଦେଇଥିଲେ। ଆଉ ଆଲୋକବି ପ୍ରେମରେ ଅନ୍ଧ ହୋଇ ମେଘନାଦର ଛଦ୍ମବେଶକୁ ଚିହ୍ନି ପାରି ନଥିଲେ।

୨୪ ତାରିଖରେ ଆଲୋକ ଚଣ୍ଡିଖୋଲରେ ପହଁଚି ପୂର୍ବକଥା ଅନୁସାରେ ମେଘନାଦକୁ ସାଙ୍ଗରେ ନେଇ ଯାଇଥିଲା। ଓ ଏହା ପରେ ଉଭୟ ବାସୁଦେବପୁରର କଣିଆ ଅଞ୍ଚଳକୁ ଆସିଥିଲେ। ସେଠାରେ ଭୋଜି ଭାତ ହୋଇଥିଲା ମାମୁଁ ଘରେ ବୋହୂ ମେ ପରିଚୟ ମଧ୍ୟ କରାଯାଇଥିଲା।

ଆଉ ଆଲୋକଙ୍କ ଭାଉଜ ଉଭୟକୁ ବନ୍ଦାପନା କରି ଗୃହ ପ୍ରବେଶ କରାଇଥିଲେ। କିନ୍ତୁ ଏହା ପରେ ଯେତେବେଳେ ଭୋଜିଭାତ ଚାଲିଥିଲା ସେଠାରେ ପହଁଚି ଥିଲେ ମେଘନାଦଙ୍କୁ ଚିହ୍ନି ଥିବା ଏକ ବ୍ୟକ୍ତି ସବିତା ମଣ୍ଡଳ। ଆଉ ସେ ହିଁ ମେଘନାଦର ଅସଲ ପରିଚୟର ଖୋଲାସା କରିଥିଲେ।

କିନ୍ତୁ ଏହି କଥାକୁ ଚତୁରତାର ସହିତ ଏଡାଇଦେବା ପାଇଁ ଚେଷ୍ଟା ବି କରିଥିଲା ମେଘନାଦ କିନ୍ତୁ କିଛି ଲାଭ ହୋଇ ନଥିଲା। ଆଉ ସେହିଠାରେ ଧରା ପଡ଼ି ଯାଇଥିଲେ ଛଦ୍ମବେଶୀ ମେଘନାର ମେଘନାଦ ରୂପ। ଆଉ ଏହାପରେ ଲୋକେ ରାଗିଯାଇ ମେଘନାଦର ଚୁଟି କାଟି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।