ବିବାହର ୧୩ ବର୍ଷ ପରେ ସ୍ଵାମୀ ଓ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହିତ ଚାଲିଗଲା ସ୍ତ୍ରୀ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ ଆସିଛି ସାଙ୍ଘାତିକ ଅଭିଯୋଗ। ସ୍ବାମୀଙ୍କୁ ଦାଣ୍ଡର ଭିକାରୀ କରି ପ୍ରେମିକ ସହିତ ଛୁ ମାରିଲେ ସ୍ତ୍ରୀ।ଦୁଇ ପିଲାର ମା ହୋଇ ପ୍ରେମରେ ଉବୁଟୁବୁ ହେଇ ପ୍ରେମିକ ଘରକୁ ଦୌଡ଼ି ଚାଲିଲେ ସ୍ତ୍ରୀ। ଘରେ ରହିଥିଲେ ସ୍ବାମୀ ଓ ଦୁଇ ପିଲା।ଆଉ ଏପଟେ ବରବାଦ ହୋଇଗଲା ଘର ସଂସାର। କାରଣ ସ୍ତ୍ରୀଙ୍କ ନାଁରେ ସର୍ବସ୍ବ କରି ଦେଇଛନ୍ତି ସ୍ବାମୀ। ଆଉ ଏବେ ଦାଣ୍ଡର ଭିକାରୀ ହୋଇ ଯାଇଛନ୍ତି ସ୍ବାମୀ।

ବିବାହର ୧୩ ବର୍ଷ ପରେ ସ୍ବାମୀଙ୍କୁ ଏଭଳି ଭାବେ ଧୋକା ଦେଇଛନ୍ତି ସ୍ତ୍ରୀ। ବିବାହିତ ହୋଇ ମଧ୍ୟ ସ୍ବାମୀ ଓ ଦୁଇ ପିଲାଙ୍କୁ ଛାଡି ପ୍ରେମିକ ସହିତ ଚାଲିଗଲା ଧୋକବାଜ୍ ସ୍ତ୍ରୀ। ଆଉ ପ୍ରେମିକ ବି ଗ୍ରହଣ କରିନେଲା ହେଲେ ଏପଟେ ଭାସିଗଲା ପିଲା ଛୁଆଙ୍କ ସଂସାର। ଘରର ଭବିଷ୍ୟତ ହୋଇଗଲା ସମ୍ପୂର୍ଣ୍ଣ ଅନ୍ଧାର।

 ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରଖୁଣ୍ଟା ବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ପରେ ଦେବୀ ଅର୍ଚ୍ଚନା ବେହେରାଙ୍କୁ ବିବାହ କରିଥିଲେ। ତାହା ପରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିବାହର ୧୨ ବର୍ଷ ଯାଏ ସବୁ କିଛି ଠିକ୍ ଥିଲା। ହସ ଖୁସିରେ ପରିବାର ଚଳୁଥିଲେ। ଏହାପରେ ଧିରେ ଧିରେ ବଦଳିବାକୁ ଲାଗିଲା ଦେବୀ ଅର୍ଚ୍ଚନାଙ୍କ ଚାଲି ଚଳନ। ଘଣ୍ଟା ଘଣ୍ଟା ପ୍ରେମିକ ସହିତ ମୋବାଇଲରେ ପ୍ରେମାଳପ କରୁଥିଲେ। ସ୍ୱାମୀଙ୍କୁ ଖୁବ୍ ଖରାପ୍ ବ୍ୟବହାର ମଧ୍ୟ କରୁଥିଲେ।

 ତେବେ ସୁଧୀର ପାତ୍ରଙ୍କ ଅଭିଯୋକ ଅନୁଯାୟୀ ଖୁଣ୍ଟା ଅନ୍ତର୍ଗତ ଶ୍ରୀନିବାସ ବେହେରାଙ୍କ ପୁଅ ମାନସ ବେହେରାଟଙ୍କା ଲୋଭରେ ନିଜ ସ୍ତ୍ରୀ ଓ ୯ ବର୍ଷର ଝିଅକୁ ଛାଡି ଦେବୀ ଅର୍ଚ୍ଚନାଙ୍କୁ ପ୍ରେମ ଜାଲରେ ଫସାଇଛନ୍ତି। ଏବଂ ସେପଟେ ଶଶୁର ପ୍ରଶାନ୍ତ ବେହେରା ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଏଥି ସହିତ ସେ ବାରିପଦା ପିବ୍ଲୋଡ଼ି ଅଫିସରେ ଅବସର ପରେ ଠିକା କର୍ମଚାରୀ ଭାବେ କାମ କରନ୍ତି ଏବଂ ଶାଶୁ ଶାନ୍ତିଲତା ଜେନା ଘୋଳ ଗଡିଆ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍ଏମ୍ ଭାବେ କାର୍ଯ୍ୟ କରୁଛନ୍ତି।

ତେବେ ଦୁହିଁଙ୍କୁ ଏ ଘଟଣା ବିଷୟରେ ଜଣା ପଡ଼ିବା ପରେ ଶଶୁର ଘର ଲୋକେ କହିଥିଲେ ଯାହା ହେଇଯାଇଛି ତାକୁ ଭୁଲି ଆମ ସହିତ ଘରଜ୍ବାଇଁ ହୋଇ ରହିବା ପାଇଁ। ଶଶୁର ଘରେ ନିର୍ଯାତନା ଓ ଜୀବନରୁ ମାରିଦେବା ପାଇଁ ଧମକ ଦେବାରୁ ସୁଧୀର ଦୁଇ ପିଲାଙ୍କୁ ଧରି ନିଜ ବାସସ୍ଥାନ ନୀଳଗିରିକୁ ଚାଲି ଆସିଥିଲେ।

ଏହା ପରେ ସ୍ତ୍ରୀଙ୍କ ସହିତ ବୁଝାମଣା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ମାତ୍ର ସ୍ତ୍ରୀ କହିଥିଲେ କି ସେ ମାନସଙ୍କ ସହିତ ହିଁ ରହିବେ।ଏହାପରେ ସୁଧୀର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ସ୍ତ୍ରୀଙ୍କ ନାମରେ କରିଦେଇଥିବା ଜାଗାବାଡି ଓ ସୁନା ଗହଣା ଫେରାଇ ଆଣିବାକୁ ଥାନାରେ ଅଭିଯୋଗ କରିଛନ୍ତି ଯାହାର ମୂଲ୍ୟ ପାଖାପାଖି ୩୫ ଲକ୍ଷରୁ ଉର୍ଦ୍ଧ୍ଵ ହେବସୁଧୀର ଏବେ ଦୁଇ ପିଲାଙ୍କ ଭବିଷ୍ୟତକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।