ତେବେ ବର୍ତ୍ତମାନ ସମୟରେ ବିବାହ କୁ ନେଇକି ଅନେକ ଖବର ସାମ୍ନା କୁ ଆସୁଛି ଯାହା ଅତି ନିନ୍ଦନୀୟ ମଧ୍ୟ ଅଟେ | ତେବେ ବିବାହ ପରେ ସ୍ୱାମୀ ଙ୍କ ପାଇଁ ସ୍ତ୍ରୀ ଧାରଣା ବସୁ ଥିବାର ଖବର ତ ଅନେକ ସାମ୍ନା କୁ ଆସୁଛି ଆଉ ଏବେ ପୁଣି ସେଭଳି ଏକ ଘଟଣା ନଜର କି ଆସିଛି | ଯାହାକି ଜଣେ ମହିଳା ସ୍ତ୍ରୀ ର ପରିଚୟ ପାଇଁ ସ୍ୱାମୀ ର ଘର ଆଗରେ ଧାରଣା ରେ ବସିଛନ୍ତି | ତେବେ ଆସନ୍ତୁ ଏହି ପୁରା ଘଟଣା ଟି କଣ ତାହା ଉପରେ ନଜର ପକାଇବା |
ତେବେ ମହିଳା ଜଣଙ୍କ କହିଛନ୍ତି କି, ମୋ ସ୍ୱାମୀ ଙ୍କ ନାଁ ହେଉଛି ପ୍ରଭାସ କୁମାର ରଥ ଆଉ 2016 ରେ ଆମର ଭଲ ପାଇବା ହୋଇ ଥିଲା ଆଉ 2019 ରେ ଆମେ ଦୁହିଁଙ୍କ ଇଚ୍ଛାରେ ଘର ଛାଡ଼ି ପଳେଇ ଥିଲୁ | ତାପରେ ଦୁହେଁ ମିଶି ଭୁବନେଶ୍ୱର ରେ ରହି ଥିଲୁ ଆଉ ତାପରେ 2020 ରେ ଭଦ୍ରକ ର ଲୋକନାଥ ମନ୍ଦିର ରେ ଆମର ବାହାଘର ହେଲା ଆଉ କୋର୍ଟ ମ୍ୟାରେଜ ବି କଲୁ |
ଆଉ ବାହା ହେବା ପରେ ଦେଢ଼ ବର୍ଷ ଆମେ ହାଇଦ୍ରାବାଦ ରେ ଏକା ସାଙ୍ଗରେ ରହିଲୁ ତାପରେ ଘରକୁ ଆମେ ଫେରିଲୁ କିନ୍ତୁ ସେ ତାଙ୍କ ଘରକୁ ନ ନେଇକି ଆମ ଘରେ ଛାଡ଼ି ଦେଲେ | ଆମର ନୀଚ୍ଚ ଜାତି ଯୋଗୁଁ ତାଙ୍କ ଘରେ ରାଜି ହେଉ ନଥିଲେ ତେଣୁ କରି ତାଙ୍କ ଘରେ କହିଲେ କି ଜାତି ଗୋତ୍ର କରିକି ତାଙ୍କ ଘରକୁ ମତେ ନେବେ | କିନ୍ତୁ ଏପ୍ରିଲ ମାସ ରୁ ତାଙ୍କ ଘରେ ଆଉ ରାଜି ହେଲେ ନାହିଁ କି ମୋ ସ୍ୱାମୀ ବି ମୋ ସହ ଆଉ କଣ୍ଟାକ୍ଟ ରଖିଲେ ନାହିଁ |
ଆଉ ତାପରେ ମୁଁ ଥାନାର ଆଶ୍ରୟ ନେଲି କିନ୍ତୁ ଥାନାରେ ମତେ ଦୁଇ ମାସ ଦୌଡ଼େଇଲେ ମୋ କେସ ଜମା ରଖିଲେ ନାହିଁ | ଆଉ ପରେ ଥାନାରେ କହିଲେ କି ଆମେ 5 ଲକ୍ଷ ଟଙ୍କା ଦେବୁ କେସ କରନି ହଟି ଯାଅ | ଆଉ ମୁଁ ଏବେ ଶୁଣିବାକୁ ପାଇଲି ଯେ ମୋ ସ୍ୱାମୀ ଙ୍କର ବାହାଘର କରୁଛନ୍ତି ତେଣୁ କରି ମୁଁ ତାଙ୍କ ଘରକୁ ବୋହୂ ର ସ୍ୱୀକୃତି ପାଇବା ପାଇଁ ଆସିଛି ମୋ ସ୍ୱାମୀ ମତେ ଗ୍ରହଣ କରନ୍ତୁ | ଯେ ପର୍ଯ୍ୟନ୍ତ ମତେ ନ୍ୟାୟ ନ ମିଳିଛି ମୁଁ ତାଙ୍କ ଘର ଆଗରେ ଧାରଣା ରେ ବସିବି ଆଉ କିଛି ନ କଲେ ମୁଁ ଶେଷରେ ଏହି ଘର ଆଗରେ ହିଁ ଆତ୍ମହତ୍ୟା କରିବି ବୋଲି ମହିଳା ଜଣଙ୍କ କହିଛନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ଖବର ଟି ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |