ମୁକ୍ତିଲାଭ କଲା ଓଡ଼ିଆ ସିନେମା ଦୃଷ୍ଟିକୋଣ,ଛାତିକୁ ଦେଖିବା ନଜର ବଦଳିଯିବ ଏମିତି କହିଲେ ଏଲିନା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସାରା ରାଜ୍ୟର ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଲା ଓଡିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଓ ‘ପ୍ରେମ୍ ଏଟିଏମ’। ଉଭୟ ସିନେମାର ସିନେ ପ୍ରିମିୟମ ଆରମ୍ଭ ହୋଇ ଯାଇଛି। ଅପରାହ୍ନ ସାଢେ଼ ଗୋଟାଏ ପ୍ରେମ୍ ଏଟିଏମ ହୋଇଥିବା ବେଳେ ସନ୍ଧ୍ୟା ୬.୧୫ରେ ଦୃଷ୍ଟିକୋଣ ଦେଖିଥିଲେ ଦର୍ଶକ। ତେବେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ପ୍ରେମ ଏଟିଏମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଦୃଷ୍ଟିକୋଣର ନିର୍ଦ୍ଦେଶନା ଦେଇଛନ୍ତି ବିଖ୍ୟାତ ସିନେ ନିର୍ଦ୍ଦେଶକ ସୁଶାନ୍ତ ମଣି।

କାମୁକ ପୁରୁଷ ନାରୀର ଛାତିକୁ ଚାହିଁ ଆକର୍ଷିତ ହେବା ଦୁଷ୍କର୍ମ କରିବା ଓ ବାହାନା ଦେଖାଇ ଆଇନ ଆଖିରେ ଧୂଳି ଦେବା ପାଇଁ ଚେଷ୍ଟା କରିବା ଏମିତି ଏକ କଥାବସ୍ତୁକୁ ନେଇ ବରିଷ୍ଠ ସିନେମା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ପ୍ରଯୋଜକ ଅକ୍ଷୟ ପରିଜା।

ସମାଜରେ ନାରୀ ଦୁଷ୍କର୍ମର ଦୃଶ୍ୟପଟ୍ଟକୁ ‘ଦୃଷ୍ଟିକୋଣ’ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅକ୍ଷୟ ପରିଜା।ଅକ୍ଷୟ ପରିଜା ପ୍ରଡକ୍ସନରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ବହୁ ବାଦ ବିବାଦର ସାମ୍ନା କରିବା ସହିତ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ।

ଅକ୍ଷୟ ପରିଜା ସିନେ ପ୍ରଡକ୍ସନର ଏହି ସିନେମାର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବା ବେଳେ ସିନେମାର ଟ୍ରେଲର ଓଲିଉଡରେ ହଲଚଲ ଆରମ୍ଭ କରିଥିଲା। ଏହାପରେ ଏହି ଫିଲ୍ମଙ୍କୁ ନେଇ ଓଲିଉଡ଼ରେ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ଚାଲିଥିଲା।

 ତେବେ ଏହି ସିନେମା ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିବା ପରେ ହଲରେ ଖୁବ୍ ଭିଡ଼ ଜମୁଛି। ଏଥିରେ ଚୁଲବୁଲି ନାୟିକା ଏଲିନା ସାମନ୍ତରାୟଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ଏଲିନାଙ୍କୁ ଏହି ଚଳଚ୍ଚିତ୍ରରେ ଜଣେ ପାୱାର ଫୁଲ ତଥା ଉଚ୍ଚ ପଦବୀର ପୋଲିସ୍ ଭୂମିକାରେ ନଜର ଆସୁଛନ୍ତି।

ସେହିପରି ଅଭିନେତା ହର ରଥଙ୍କୁ ଓକିଲ ଏବଂ ଓଡ଼ିଆ ସାହିତ୍ୟ ଜଗତର ପ୍ରସିଦ୍ଧ କଥାକାର ହର ପ୍ରସାଦ ଦାସଙ୍କୁ ଜଣେ ଜଜ୍ ଭାବରେ ଦେଖିବାକୁ ମିଳୁଛି। ଏଥି ସହିତ ଏହି ସିନେମାରେ ଅନେକ କଳାକାରକୁ ଦର୍ଶକେ ଦେଖିବାକୁ ପାଇବେ।

କୁହୁ ମହାନ୍ତି ନାମକ ଏକ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟେଲରରେ ଦେଖିବା ପାଇଁ ମିଳୁଛି। ନବାଗତ ଶୁଭଶ୍ରୀ ନାୟକ କୁହୁ ଚରିତ୍ରରେ ନଜର ଆସିଛନ୍ତି। ପରଦା ଉପରେ ଏହି ଅଭିନେତ୍ରୀ ଜଣକ ଖୁବ୍ ଉଚ୍ଚ କୋଟୀର ଅଭିନୟ କରିଛନ୍ତି।

ଅକ୍ଷୟଙ୍କ ସବୁ ସିନେମା ପରି ଏହି ସିନେମା ବି ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ସେ ଆଶାବାଦୀ ଅଛନ୍ତି। ତେବେ ଏହି ସିନେମାକୁ ଓଡ଼ିଆ ସିନେ ପ୍ରେମୀ ଦେଖିବା ପରେ ଖୁବ୍ ପସନ୍ଦ କରିବା ସହ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।