Exclusive Video – ବାହାଘରକୁ ୨ ମାସ,ପେଟରେ ବଢୁଛି ୭ ମାସର ଛୁଆ, ସ୍ୱାମୀର ଆତ୍ମା ପଚାରୁଛି, ସତ କହ ଏ ଛୁଆ କାହାର ? ଦେଖନ୍ତୁ ଏହି viral ଭିଡ଼ିଓ ଟିକ…
ବିବାହକୁ ୨ ମାସ ପୁରିଛି ହେଲେ ଗର୍ଭରେ ବଢୁଛି ୭ ମାସର ଶିଶୁ। ଟିକେ ଭାବି ଦେଖନ୍ତୁ ବିବାହକୁ ମାତ୍ର ଦୁଇ ମାସ କିନ୍ତୁ ଯଦି ଗର୍ଭରେ ୭ ମାସର ଶିଶୁ ଥାଏ ଏ କଥା ଜାଣିଲା ପରେ ସେ ସ୍ଵାମୀଙ୍କ ଅବସ୍ଥା କଣ ହୋଇଥିବ।ଆଜ୍ଞା ହଁ ନିଜ ସ୍ତ୍ରୀର ଏଭଳି ଏକ ସାଙ୍ଘାତିକ ସତ କଥା ଯେତେବେଳେ ସାମ୍ନାକୁ ଆସିଲା ସେକଥା କେମିତି ସହି ପାରିଥାନ୍ତେ ସ୍ବାମୀ ଜଣକ।
ସ୍ବାମୀ ଏକଥା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲ।ଅନ୍ୟର ସନ୍ତାନକୁ କିପରି ନିଜ ବାପର ପରିଚୟ ଦେଇ ପାରିଥାନ୍ତେ।ଏହାପରେ ସ୍ବାମୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଆଉ ଆଗ ପଛ କିଛି ନ ଭାବି ସ୍ତ୍ରୀର ଶାଢ଼ୀକୁ ନେଇ ଫାଶୀ ଟାଙ୍ଗୀ ଆତ୍ମହତ୍ୟା କରିଦେଲେ ସ୍ଵାମୀ ଜଣକ।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡ଼ାବାହଳି ଗ୍ରାମରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ଏହି ଗ୍ରାମରେ ଥିବା ମୋହନ ଦେହୁରୀ ରେଢ଼ାଖୋଲ ବ୍ଲକ ଗରଗଡ ବହାଲ ପଞ୍ଚାୟତର ଦଙ୍ଗା ପଥର ଗାଁ ର ହିମାଦ୍ରି ଦେହୁରୀଙ୍କୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ।
ଆଉ ବିବାହକୁ ମାତ୍ର ଦୁଇ ମାସ ପୁରିଛି। କିନ୍ତୁ ବିବାହକୁ ମାତ୍ର ଦୁଇ ମାସ ପୁରିଥିବା ବେଳେ ପତ୍ନୀ ଅଛି ୭ ମାସର ଗର୍ଭବତୀ।ତେବେ ଏଠି କଥା ଉଠୁଛି ହିମାଦ୍ରୀଙ୍କ ବିବାହକୁ ଦୁଇ ମାସ ପୂରିଥିବା ବେଳେ ସେ ସାତ ମାସର ଗର୍ଭବତୀ ହେଲେ କିଭଳି।
ଆଉ ଯଦି ସେ ଆଗରୁ ଅନ୍ୟ କାହା ସନ୍ତାନର ମା ହେବାକୁ ଯାଇଥିଲେ ତେବେ ସେ ଅନ୍ୟ ଜଣଙ୍କୁ କଣ ପାଇଁ ବିବାହ କଲେ। ତେବେ ପତ୍ନୀଙ୍କ ଏହି କଥାକୁ ଯେତେ ବେଳେ ସ୍ବାମୀ ଜାଣିଲେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଆଉ ଯେଉଁଥି ପାଇଁ ନିଜର ଜୀବନ ହାରି ଦେଲେ।
ତେବେ ଏ ଘଟଣା ଯେତେବେଳେ ଜଣା ପଡ଼ିଥିଲା ଦୁଇ ପରିବାର ମଧ୍ୟରେ ବିବାଦ ଦେଖିବା ପାଇଁ ମିଳି ଥିଲା। ଏପରି ଏକ ସାଙ୍ଘାତିକ ଘଟଣାକୁ ନେଇ ରେଢ଼ାଖୋଲ ଥାନା ଓ ଗାଁ କମିଟିରେ ମଧ୍ୟ କଥା ପଡ଼ିଥିଲା। ଏହାପରେ ହିମାଦ୍ରୀ ଶାଶୁ ଘରୁ ଯାଇ ବାପା ଘରେ ରହୁଥିଲେ।
ଆଉ ଏହାପାରେ ପତ୍ନୀ ହୀମାଦ୍ରି ଓଲଟି ସ୍ବାମୀ ମୋହନଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଯାହାକୁ ସହ୍ୟ କରି ପାରିଲେ ନାହିଁ ସ୍ବାମୀ। ଆଉ ନିଜ ଘରେ ପତ୍ନୀର ପଣତ କାନିରେ ଜିବନ ହାରିଦେଲେ।ତେବେ ଏ ନେଇ ମୃତ ମୋହନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।